ହବିଷରେ କଦର୍ଯ୍ୟ ପରମ୍ପରା, ହବିଷ୍ୟାଳୀଙ୍କ ନବୀନ ଭଜନ

FILE PHOTO

ପୁରୀ(ଦ କୁଇଭର): ହବିଷର କର୍ତ୍ତିକ ବ୍ରତ । ପରିଣତ ବୟସରେ ପହଞ୍ଚୁଥିବା ମହିଳାମାନେ ଏହି ବ୍ରତ ପାଳନ କରୁଛନ୍ତି । ଏହି ବ୍ରତରେ ସାଧାରଣତଃ ରାଧା ଆଉ ଦାମୋଦରଙ୍କୁ ପୂଜା କରାଯାଏ । ତାଙ୍କ ଭଜନ କିର୍ତ୍ତନ ହୁଏ । ରାଧା ଆଉ ଦୋମୋଦରଙ୍କୁ ପୂଜା କରି କେବଳ ପୂନ୍ୟ ମିଳେନି ମୁକ୍ତି ବି ମିଳିଥାଏ । ଏମିତି ବିଶ୍ୱାସ ରହିଛି । ସେଥିପାଇଁ ହବିଷ୍ୟାଳୀମାନେ ରାଧା ଦାମୋଦରଙ୍କ ଭଜନ କରନ୍ତି । ହେଲେ ଏବେ ହବିଷ୍ୟାଳିମାନେ ରାଧା ଦାମୋଦରଙ୍କ ଭଜନ ଛାଡି ନବୀନ ଭଜନ ଗାଇଲେଣି ଓ ନବୀନ ସରକାରଙ୍କ ଭଜନ କଲେଣି । ଏହା କେତେ ଦୂର ଗ୍ରହଣୀୟ ହେବ ସେଟା ତ ଭିନ୍ନ କଥା କିନ୍ତୁ ଏହା ଯେ ଗୋଟିଏ ପରମ୍ପରାକୁ ଧଂସ କରୁଛି କିମ୍ବା ଦେବପୂଜାରୁ ମାନବୀୟ ପୂଜା କୁ ପରିବର୍ତ୍ତନ କରୁଛି, ଏହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।

ନବୀନ ଜଣେ ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ , ସେ ଜଣେ ନେତା, ରାଜନେତା, ସେ କେବେ ଭଗବାନ ନୁହଁନ୍ତି, ନିକଟରେ ନବୀନଙ୍କୁ ଜଗନ୍ନାଥ ସହ ତୁଳନା କରିଥିଲେ ତାଙ୍କ ମନ୍ତ୍ରୀ ପ୍ରତାପ ଜେନା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଉଠିଥିଲା । ଏବେ ଆଉ ଏକ ବ୍ୟତିକ୍ରମ । ଠାକୁରଙ୍କ ଭଜନ ଛାଡି ନବୀନ ସରକାରଙ୍କ ଭଜନ ଗାଇବା ଏହାକୁ ସଭ୍ୟସମାଜରେ ଏକ ଉଚ୍ଚମାନସିକତା ଭାବେ ଗ୍ରହଣ କରାଯାଇପାରୁନାହିଁ । ଯେଉଁଠି ନବୀନ ଜଗନ୍ନାଥ କ୍ଷେତ୍ରରର ବିକାଶ ପାଇଁ ହବିଷ ବୋଲି ଗୋଟେ ବ୍ୟବସ୍ଥାକୁ ଲୋକାକୃତ କରିବାକୁ ପଦକ୍ଷେପ ନେଉଛନ୍ତି ସେଠି ନବୀନ ଙ୍କ ଚାହୁଁଛନ୍ତି ଯେ ତାଙ୍କ ଭଜନ ବା ତାଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରାଯାଉ । କଦାପି ନୁହେଁ ଏଭଳି କାମ ତାଙ୍କ ଚେଲା ଚାମୁଣ୍ଡା ବା ଚାଟୁକାରମାନେ ଏଭଳି ପରମ୍ପରା ସୃଷ୍ଟି କରୁଛନ୍ତି । ଯାହା ଘୃଣ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପୁରୀରେ ସରକାରଙ୍କ ପକ୍ଷରୁ ହୋଇଥିବା ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀଙ୍କ ମୁହଁରେ ନବୀନଙ୍କ ଭଜନ ଶୁଣିବାକୁ ମିଳୁଛି । ହବିଷ୍ୟାଳିଙ୍କର ଏହି ଭଜନ ସମସ୍ତେ ଶୁଣିବା ସହ ତାଳି ମଧ୍ୟ ମାରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ବୃଦ୍ଧାଙ୍କର ଗଳା ମାଳି, ନବୀନ କରୁଣା ସାଗର ବୋଲି ଅଭିହିତ କରିଥିଲେ । ନବୀନ ସରକାରଙ୍କୁ ବ୍ରହା୍ମ. ବିଷ୍ଣୁ, ହରଙ୍କ ସହ ତୁଳନା କରିବା ସହ ଧନ୍ୟ ଧନ୍ୟ ବୋଲି କହିଥିଲେ ହବିଷ୍ୟାଳୀ । ଯାହାର ଭିଡିଓ ଏବେ ଭାଇରାଲ ହେଇଛି । ଅନ୍ୟପଟେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ମହଲରୁ ଏହାକୁ ନିନ୍ଦା ମଧ୍ୟ କରାଯାଇଛି । ଧର୍ମମାସ କାର୍ତ୍ତୀକରେ ଯେଉଁଠି ଭଜନକୀର୍ତ୍ତନରେ ହବିଷ୍ୟାଳୀ ଶିବିର ପ୍ରକମ୍ପିତ ହେବା କଥା ସେଠି ଏଭଳି ନବୀନ ଭଜନ ଗାଇବା ହବିଷ୍ୟାଳୀଙ୍କୁ ଚାପ ପଡିବା ଧାର୍ମର୍ୀକ ଭାବନାକୁ କୁଠାରାଘାତ କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *