ଆସନ୍ତା କାଲି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ

FILE PHOTO

ଭୁବନେଶ୍ୱର(ଦ କୁଇଭର): ଧଉଳି ଶାନ୍ତିସ୍ତୁପ ସୁବର୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ପର୍ଯ୍ୟଟକ ତଥା ସର୍ବସାଧରଣଙ୍କ ପରିଦର୍ଶନ ନିମନ୍ତେ ଆସନ୍ତା କାଲି ସକାଳ୮ରୁ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଧଉଳି ଶାନ୍ତିସ୍ତୁପ । ସେହିଦିନ ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ଦେଶ ବିଦେଶରୁ ବହୁ ବୌଦ୍ଧଭିକ୍ଷୁ , ସାଧୁସନ୍ଥ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥୀମାନେ ଯୋଗଦେଇ ଶାନ୍ତିସ୍ତୁପର ମୁଖ୍ୟ ଦର୍ଶନ ପୀଠ ସମ୍ମୁଖ ମଣ୍ଡପଠାରେ ଆୟୋଜିତ ପୂଜା ଉତ୍ସବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ଆବଶ୍ୟକ ଟ୍ରାଫିକ କଟକଣା ଜାରି ରହିବ । ଏଥି ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।

ଆମକୁ Like, Follow ଏବଂ Subscribe କରନ୍ତୁ……

Leave a Reply

Your email address will not be published. Required fields are marked *