ଚାରିଟେବୁଲ ଟ୍ରଷ୍ଟକୁ ଚେତାବନୀ, ମହଙ୍ଗା ପଡିପାରେ ଦୟାଶୀଳ

ଭୁବନେଶ୍ୱର(ଦ କୁଇଭର) ପ୍ରଥମେ ଆମେ କହୁଛୁ, ରାଜଧାନୀ ଭୁବନେଶ୍ୱରରେ ଥିବା ସୋଆ ଚାରିଟେବୁଲ ଟ୍ରଷ୍ଟ କଥା । ସୋଆ ୟୁନିଭରସିଟି ଅଧୀନରେ ୧୦ରୁ ଅଧିକ କଲେଜ ରହିଛି । ଇଞ୍ଜିନିୟରିଂ କଲେଜ, ଯାହାକୁ ଆଇଟିଆର ବୋଲି କୁହାଯାଉଛି । ସେଥିରେ ଡୋନେସନରେ ବହୁତ ପିଲା ପାଠ ପଢୁଛନ୍ତି । ଏଠାରେ ଇଣ୍ଟିଗ୍ରେଟେଡ ଲ ବି ଅଛି, ଏଠି ଡିପ୍ଲୋମା, ନର୍ସିଂ, ଫାମାସିଷ୍ଟ, ହୋଟେଲ ମେନେଜମେଣ୍ଟ ବି ଅଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପିଲା ଏଠାରେ ପାଠ ପଢୁଛନ୍ତି । ହେଲେ ଏଠାରୁ ପାସ୍ କରିଥିବା ପିଲାମାନେ କହନ୍ତି, ଏଠାରେ ମେରିଟରେ ଯେତିକି ପିଲା ଆସନ୍ତି, ଡୋନେସନରେ ଏଠାରେ ଆଡମିସନ କରାଯାଏ । ଅର୍ଥାତ୍ ସିଟ୍ ଏଠି କାଳେ ବିକ୍ରି ହୁଏ । ଏହି ବାବଦରେ ଯେଉଁ ପଇସା ଆସେ ଯାଏ କୁଆଡ଼େ? ତାହା ଏବେ ବଡ଼ ପ୍ରଶ୍ନ । ତା ପରେ ମେଡିକାଲ କଲେଜ । ମେଡିକାଲ କଲେଜରେ ସିଟ୍ ଦାମ୍ କେତେ ଏଟା ପ୍ରାୟ ସମସ୍ତେ ଜାଣିଛନ୍ତି । ଏବେ ମ୍ୟାନେଜମେଣ୍ଟ କୋଟା ଉଠାଇଦେଲେ ବି ଏନଆରଆଇ କୋଟା କୋଟି କୋଟି ଟଙ୍କାରେ ବିକ୍ରି ହେଉଛି, ଏଭଳି ଅଭିଯୋଗ ବହୁତ ରହିଛି । ଆଉ ବାକି ରହିଲା ଔଷଧ । ଔଷଧରେ ତ କୋଟି କୋଟି ଟଙ୍କାର କଳା ବେପାର ହେଉଛି । କାରଣ ଅନେକ କମ୍ପାନୀ ପ୍ରାୟ ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛନ୍ତି ।

ଏସବୁ କୁ ଦେଖାଇଲେ ଚାରିଟେବୁଲ ସଂସ୍ଥା ମାଧ୍ୟମରେ ଶହ ଶହ କୋଟି ଟଙ୍କା ଆୟ ହେଉଛି । ଏସବୁ ଆୟର ଲାଭ ଓ କ୍ଷତିର ବିବରଣୀ ଯାହା ତ ବାହାରୁଛି, ତାହା ସେ ବି ଦେଖାଉଛନ୍ତି । ହେଲେ ଏହି ଲାଭ ଯାଉଛି ଯାଉଛି କୁଆଡ଼େ ? ସମସ୍ତେ ଜାଣିଛନ୍ତି ଯେ, ବେସରକାରୀ ହସ୍ପିଟାଲର କ୍ୟାସ କାଉଣ୍ଟରେ ଅନଲାଇନ ପେମେଣ୍ଟ ପ୍ରାୟ ମନା କରୁଛନ୍ତି । ସମସ୍ତେ ଏବେ କ୍ୟାସ ନେଉଛନ୍ତି । ଏଭଳି ଅଭିଯୋଗ ମଧ୍ୟ ଅନେକ ହସ୍ପିଟାଲରୁ ଆସୁଛି । ଯଦି କ୍ୟାସ ନେଉଛନ୍ତି, ତେବେ ଏହି ଟଙ୍କା ଯାଉଛି କୁଆଡେ ? ଏମାନେ ଆୟକର କେତେ ଦେଉଛନ୍ତି? ପ୍ରକୃତରେ ଏମାନେ ଆୟକର ଦେଉଛନ୍ତି କି ନାହିଁ? ଏସବୁ ଏବେ ଆଇଟି ସ୍କାନରକୁ ଆସିବ । ହଁ ଏହା କୁହାଯାଇପାରେ, ଏମାନେ କିଛି ସମାଜ କଲ୍ୟାଣ କାମ କରୁଥିବା ଦେଖାଉଛନ୍ତି ।

କେଉଁଠି ହେଲ୍ଥ କ୍ୟାମ୍ପ ଟିଏ କରୁଛନ୍ତି, ଡାକ୍ତରଙ୍କୁ ପଠାଇ ଚେକଅପ୍ କରାଉଛନ୍ତି । କେଉଁଠି ଔଷଧ ବାଣ୍ଟୁଛନ୍ତି । ଯେଉଁଗୁଡିକ ସମୁଦ୍ରକୁ ସଙ୍ଖେ ଭଳି । ଆୟ ଯଦି ସମୁଦ୍ର ଭଳି ହୁଏ, ତେବେ ଏମାନଙ୍କର ଚାରିଟେବୁଲ କାମ ସଙ୍ଖେ ପାଣି ଭଳି । କିନ୍ତୁ ବଡ଼ ବଡ଼ ବିଲ୍ ବେଶ୍ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । କାଗଜପତ୍ରରେ ଏଠି ମ୍ୟାନେଜ କରିଦେଉଛନ୍ତି । ଏହାକୁ ଯଦି ପ୍ରକୃତରେ ଆଇଟି ଅଡିଟ୍ କରାଯାଏ, ତେବେ ଅନେକ କିଛି ସାମ୍ନାକୁ ଆସିବ । ଆଉ ଯଦି ଇଡି ଥରେ ପଶିଯିବ, ତେବେ ଏହି କ୍ୟାସ କାରବାରରୁ ଟଙ୍କା ଯାଉଛି କୁଆଡେ, ତାହା ପଦାରେ ପଡ଼ିଯିବ । ଯଦି ସବୁକିଛି ଠିକଠାକ୍ ଥିବ, ତେବେ ଏହା ସ୍ୱାଗତଯୋଗ୍ୟ । ଯଦି କେଉଁଠି ଭୁଲ ଚୁକ୍ ରହିଲା । ତାହେଲେ କଥା ସରିବ ।

Leave a Reply

Your email address will not be published. Required fields are marked *