ଓସିଏର ନୂଆ ସଭାପତି ଦାୟିତ୍ୱ ନେଲେ ବବି

FILE PHOTO

ଭୁବନେଶ୍ୱର(ଦ କୁଇଭର): ଓସିଏର ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ । ଆଜି ଓସିଏ ର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଜ୍ଝ ଏ ନେଇ ଘୋଷଣା କରିଛନ୍ତି ନର୍ବାଚନ ଅଧିକାରୀ ଏମଏଲ ମଜୁମଦାର । ସେହପରି ସଞ୍ଜୟ ବେହେରା ଦ୍ୱିତୀୟ ଥର ଭାବରେ ଓସିଏର ସମ୍ପାଦକ ଭାବରେ ନିଜର ଗାଦି ଅଧିକୃତ କରିଛନ୍ତି। ନିର୍ବାଚନ ପାଇଁ ପ୍ରଣବ ଏକମାତ୍ର ସଭାପତି ପ୍ରାର୍ଥୀଭାବେ ନାମାଙ୍କନ ଭରିଥିଲେ । ଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପଦ ପାଇଁ ସଂଜୟ ବେହେରା, କୋଷାଧକ୍ଷ ପଦ ପାଇଁ ବିକାଶ ପ୍ରଧାନ, ସହ ସମ୍ପାଦକ ପାଇଁ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *