Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବିଦାହେଲେ ଟ୍ୱିଟର ସିଇଓ

FILE PHOTO

ୱାଶିଂଟନ (ଦ କୁଇଭର): ଟ୍ୱିଟର କିଣିବା ପରେ ଆକ୍ସନମୋଡରେ ଏଲନ ମସ୍କ । ଗତ ନଅ ମାସ ଧରି ଚାଲିଆସୁଥିବା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ଯୁଦ୍ଧ ଏବେ ଶେଷ ହୋଇଛି । ବର୍ତ୍ତମାନ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ମସ୍କଙ୍କ ହାତରେ । ତାଙ୍କର ପ୍ରଥମ ନିଷ୍ପତ୍ତିରେ ସେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କୁ କମ୍ପାନୀରୁ ବିଦା କରିଛନ୍ତି ।

ପୂର୍ବରୁ ଡିଲ୍କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ନିଜ ମାଲିକାନାକୁ ନେବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବଡ଼ ବଡ଼ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ଟ୍ବିଟର କିଣିବାକୁ ଏଲନ ମସ୍କ ୪୪ ବିଲିୟନ ଡଲାରର ଡିଲ୍ କରିଥିଲେ । ଏନେଇ ସେ ଘୋଷଣା କରିଥିଲେ । ଟ୍ବିଟର ଅଧିକାରୀମାନେ ଫେକ୍ ଆକାଉଣ୍ଟ ପ୍ରସଙ୍ଗରେ ତାଙ୍କୁ ଓ ଟ୍ବିଟର ନିବେଶମାନଙ୍କୁ ସଠିକ୍ ସୂଚନା ଦେଇଥିବା ଅଭିଯୋଗରେ ମସ୍କ ଏହି ଡିଲ୍କୁ ଅଟକାଇ ଦେଇଥିଲେ ।

ସେ ଚୁକ୍ତିରୁ ଓହରିବା ପାଇଁ ଘୋଷଣା କରିବା ପରେ ଟ୍ବିଟର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ବିଚାର କରି କୋର୍ଟ ଅକ୍ଟୋବର ୨୭ ସୁଦ୍ଧା ଏହି ଡିଲ୍ ସମ୍ପୂର୍ଣ୍ଣ କରିବାକୁ ଏଲନ ମସ୍କଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରାଗଙ୍କ ସମେତ ମସ୍କ କମ୍ପାନୀର ତିନି ଜଣ ଶୀର୍ଷ ଅଧିକାରୀଙ୍କୁ ପଦରୁ ବହିଷ୍କୃତ କରିଛନ୍ତି। ଏନେଇ ଆମେରିକା ମିଡ଼ିଆ ଖବର ପ୍ରକାଶ ପାଇଛି। ଅନ୍ୟପଟେ ଏଲନ ଟ୍ୱିଟର ମାଲିକ ହେବା ପରେ ସେ ଟ୍ୱିଟ କରି କହିଛନ୍ତି ପକ୍ଷୀ ମୁକ୍ତ ।
ଆମକୁ Like, Follow ଏବଂ Subscribe କରନ୍ତୁ……
In Facebook: https://www.facebook.com/THEQuiverOfficial/

Exit mobile version