ସୁନକ କାହାର ?

file photo

ନୂଆଦିଲ୍ଲୀ (ଦ କୁଇଭର): ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ନେଇ ଥମୁନି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ଆସନ ଆସନରେ ବସିବା ପରେ ତାଙ୍କୁ ନେଇ ଆରମ୍ଭ ହୋଇଛି ଟଣାଓଟରା ରାଜନୀତି । ତାଙ୍କୁ କିଏ କହୁଛି ପାକିସ୍ତାନୀ, କିଏ କହୁଛି ଭାରତୀୟ ବଂଶୋଦ୍ଭବ । କିଏ କହିଲାଣି ବ୍ରିଟିସ୍, ତ ଆଉ କିଏ କହିଲାଣି ଆଫ୍ରିକାନ୍ । ତେବେ ସୁନକ କାହାର? ଏଭଳି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଲାଣି । ଆଜି ଆମେ ଆପଣଙ୍କୁ ଜଣାଇବୁ ପ୍ରକୃତରେ ସୁନକ କାହାର ?

ସୂଚନାନୁସାରେ, ପଞ୍ଜାବର ମୂଳ ବାସିନ୍ଦା ହେଉଛନ୍ତି ସୁନକ ପରିବାର, ବିଗତ ତିନି ପିଢି ଧରି ସେ ବ୍ରିଟେନରେ ରହି ଆସୁଛନ୍ତି । ବ୍ରିଟେନର ସାଉଥମ୍ପଟନରେ ରିଷିଙ୍କ ଜନ୍ମ । ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଦର୍ଶନ ଓ ଅର୍ଥନୀତି ଶିକ୍ଷା ଏବଂ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ଏମବିଏ ଇନଫୋସିସ୍ ପ୍ରତିଷ୍ଠାତା ଏନ୍ ଆର୍ ନାରାୟନ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ରିଷି । ଅକ୍ଷତା ବର୍ତ୍ତମାନ ବି ଭାରତର ନାଗରିକ ହୋଇରହିଛନ୍ତି । ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ହୋଇଥିବାରୁ ରିଷିଙ୍କୁ ଭାରତୀୟ ଜ୍ୱାଇଁପୁଅ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ ସୁନକ ବ୍ରିଟେନରେ ଜନ୍ମ ହୋଇଥିବାରୁ ତାଙ୍କୁ ବ୍ରିଟେନ ବାସି ବୋଲି ବି କୁହାଯାଉଛି ।

ଆଉ ଏକ ରୋଚକ କଥା ହେଉଛି ଭାରତ ସ୍ୱାଧୀନ ହେବା ପୂର୍ବରୁ ରିଷି ସୁନକଙ୍କ ପୂର୍ବପୁରୁଷ ପଞ୍ଜାବର ଗୁଜରନ୍ୱାଲାରେ ରହୁଥିଲେ । ଏବଂ ଏବେ ତାହା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରହିଛି । ତେଣୁ ସୁନକ ଜଣେ ପାକିସ୍ତାନୀ ବୋଲି ମଧ୍ୟ ପାକିସ୍ତାନୀ ସୋଶିଆଲମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପଟେ ରିଷି ସୁନକଙ୍କ ଜେଜେବାପା ସ୍ୱାଧୀନତା ପୂର୍ବରୁ ଗୁଜରନ୍ୱାଲା ଛାଡିଥିଲେ । ସେଥିପାଇଁ ସେ ହିନ୍ଦୁସ୍ତାନୀ ବା ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି । ଅନ୍ୟପଟେ ସୁନକ ମଧ୍ୟ ନିଜକୁ ହିନ୍ଦୁ ବୋଲି ଖୋଲାଖୋଲି ସର୍ବସାଧାରଣରେ କୁହନ୍ତି ।
ସୂଚନାନୁସାରେ ପ୍ରାୟ ୨ ମାସ ତଳେ ପ୍ରଧାନମନ୍ତ୍ରୀ ରେସ୍ ରେ ମାତ୍ ଖାଇଥିବା ରିଷି, ବର୍ତ୍ତମାନ ବ୍ରିଟେନର ପ୍ରଧାନମନ୍ତ୍ରୀ ଗାଦି ହାତେଇଛନ୍ତି । ବ୍ରିଟେନବାସୀଙ୍କ ଭରସା, ପୂର୍ବରୁ ଅର୍ଥମନ୍ତ୍ରୀ ଭାବେ କମାଲ୍ ଦେଖାଇଥିବା ରିଷି ସୁନକ ହିଁ ଏକମାତ୍ର ବ୍ୟକ୍ତି ଯିଏକି ସୁଧାରି ପାରିବେ ଦେଶର ସଂକଟାପର୍ଣ୍ଣ ଆର୍ଥିକ ସ୍ଥିତିକୁ ।

ଲିଜ୍ ଟ୍ରସଙ୍କ ଆର୍ଥିକ ନିଷ୍ପତ୍ତିଗତ ବିଫଳତା ସାମ୍ନାକୁ ଆସିବା ପରେ ଜୋର୍ ଧରିଥିଲା ରିଷି କମବ୍ୟାକ୍ ସ୍ୱର । ସତକୁ ସତ ତୀବ୍ର ସମାଲୋଚନା ଓ ଚାପ ଶିକାର ହୋଇ ପିଏମ୍ ପଦ ଛାଡିବାକୁ ବାଧ୍ୟ ହେଲେ ଟ୍ରସ୍ । ତେଣୁ ରିଷି ସୁନକଙ୍କ ଆଗରେ ବ୍ରିଟେନ୍ ଅର୍ଥନୀତିକୁ ବଞ୍ଚାଇବା ହିଁ ସବୁଠୁ ବଡ ଚାଲେଞ୍ଜ ଓ ସମ୍ମାନର ପ୍ରଶ୍ନ ।

Leave a Reply

Your email address will not be published. Required fields are marked *