Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସଲମାନଙ୍କୁ Y+ ସୁରକ୍ଷା

FILE PHOTO

ମୁମ୍ବାଇ (ଦ କୁଇଭର): ଲଗାତର ସଲମାନ ଖାନଙ୍କୁ ଧମକ ଦେବା ପରେ ବଲିଉଡର ‘ଡବଙ୍ଗ’ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି ଓ ଏବେ ତାଙ୍କୁ ମୁମ୍ବାଇ ପୁଲିସ ପକ୍ଷରୁ ୱାଇ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯିବ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଏବେ ସଲମାନ ଖାନଙ୍କୁ ଟାର୍ଗେଟ କରାଯାଉଛି । କିଛି ଦିନ ତଳେ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହାପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ସଲମାନଙ୍କ ପିତା ସଲିମ ଖାନ୍ ତାଙ୍କ ପ୍ରାତଃ ଭ୍ରମଣ ପରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ଏକ ବେଞ୍ଚରେ ବସିଥିଲେ। ସେହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ସେଠାରେ ଏକ ଚିଠି ରଖିଥିଲେ, ଯେଉଁଥିରେ ଅଭିନେତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା।

Exit mobile version