ଅଚେତଙ୍କ ଚିତ୍କାର, ଧାମନଗରରେ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

FILE PHOTO

ଧାମନଗର(ଦ କୁଇଭର): ଧାମନଗର ଉପନିର୍ବାଚନରେ ବେଶ୍ ଚିତ୍କାର କରିଛି ବିଜେପି । ଓଡ଼ିଶାରେ ପ୍ରଭାବ ରଖିଥିବା ପ୍ରମୁଖ ନେତା ନଗଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ବେଶ୍ ଟାର୍ଗେଟ କରିଛନ୍ତି । ଏହି ଠାରୁ ହିଁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିଅଁ ପଡ଼ିବ ବୋଲି କହିଦେଇଛନ୍ତି । ଅବଶ୍ୟ ସେ ବେଶ୍ ଗୁଣଯୁକ୍ତ କଥା ବି କହିଛନ୍ତି । ଫାଙ୍କା ଆୱାଜ୍ ଦେଇନାହାନ୍ତି । ତାଙ୍କ କଥା ଏବେ ଲୋକେ ଶୁଣିବେ ତ ?

ଲୋକେ ତାଙ୍କ କଥା କ’ଣ ପାଇଁ ଶୁଣିବେ, ଏକଥା ଆମେ ଏଥିପାଇଁ କହୁଛୁ, କାରଣ ବିଜେପି ତା ନିଜ ଗୋଡରେ ନିଜେ ଗୁରାଢୀ ମାରିଛି । ବିଜେପି ପ୍ରତି ଓଡ଼ିଶାବାସୀଙ୍କର ଆଦର ବଢିଥିଲା । ଟିକେ ଆମେ ଫେରିଥିବା ୨୦୧୯ ନିର୍ବାଚନ ପୂର୍ବର ସ୍ଥିତି । ଲଗାରତ ବିଜେଡି ସରକାରକୁ ଲୋକେ ଗ୍ରହଣ କରୁନଥିଲେ । ବିକଳ୍ପ ଖୋଜୁଥିଲେ । ବିଜେପି ବି ବେଶ୍ ଆକ୍ରମଣାତ୍ମକ ହୋଇଥିଲା । ତେଣୁ ଲୋକେ ଭରଷା କରିଥିଲେ । ୨୦୧୭ ପଞ୍ଚାୟତ ନିର୍ବାଚନ ବେଳକୁ ଲୋକେ ବିଜେପିକୁ ବେଶ୍ ଆଗକୁ ନେଇ ଯାଇଥିଲେ । ଓଡ଼ିଶାର ଏକ ବିକଳ୍ପ ସରକାର କରିବା ପାଇଁ ସୁଯୋଗ ବି ଦେଇଥିଲେ । କିନ୍ତୁ ସେ ସୁଯୋଗକୁ ଠିକରେ ରୂପାୟନ କରିପାରିଲାନି ବିଜେପି । ତଥାପି ଲୋକ ଭରଷା ହରାଇ ନଥିଲେ । ବିଧାନସଭା ନିର୍ବାଚନରେ ବେଶ୍ କିଛି ଜନମତ ବିଜେପି ସପକ୍ଷରେ ଆସିଲା ।

ଭୋଟଊ ପ୍ରତିଶତ ବି ବଢିଲା । ତା ପରେ ଲାଗତର ପରିଶ୍ରମ କରିବାର ଥିଲା । ବିଜେପି ପରିଶ୍ରମ କଲାନି ବରଂ ବିଜେଡି ଆଗରେ ମୁଣ୍ଡ ମାଡ଼ି ବସିଲା । ଖାଲି ଏତିକି ନୁହେଁ । ବିଜେଡି ପାଖରେ କିପରି ବିଜେପି ତାର ନିଜତ୍ୱକୁ ବିକ୍ରି କରିଦେଲା ତାର ସବୁଠୁ ବଡ଼ ଉଦାହରଣ ହେଉଛି, ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା । ତାହା ପୁଣି ବିଜେଡି ସମର୍ଥନରେ । ଅଶ୍ୱିନୀ ବୈଷ୍ଣବଙ୍କୁ କାହିଁକି ବିଜେଡି ସମର୍ଥନ କରି ରାଜ୍ୟ ସଭା ପଠାଇଲା, ଆଉ ତା ପଛରେ କ’ଣ ଡିଲ ହୋଇଛି, ତାହା ଆମେ ପରେ କହିବୁ । କିନ୍ତୁ ଆମେ ଏଠି କହୁଛୁ, ବିଜେପି ପ୍ରାର୍ଥୀ ଦେଲା, ବିଜେଡି ତାକୁ ସମର୍ଥନ କଲା ।

ସେଇ ପ୍ରାର୍ଥୀକୁ ବିଜେପି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବସାଇଲା । ଏଥିରୁ ବିଜେଡି-ବିଜେପି ଯେ ଏକ, ଲୋକଙ୍କୁ ବୁଝିବାକୁ ଆଉ ବେଶି ସମୟ ଲାଗିଲାନି । ଲୋକେ ବୁଝିଗଲେ । ଏହାପରେ ବିଜେଡିର ପ୍ରତ୍ୟେକ କଥାରେ ବିଜେପି ମୁଣ୍ଡ ଟୁଙ୍ଗାରିଲା ଓ ବିଜେପିର ପ୍ରତ୍ୟେକ ନିଷ୍ପତ୍ତିକୁ ବିଜେଡି ଆଖିବୁଜା ସମର୍ଥନ କଲା । ବିଜେପିକୁ ସମର୍ଥନ କରୁଥିବା ଲୋକେ ଜାଣିଗଲେ, ବିଜେପିର ଅସ୍ତିତ୍ୱ ହେଉଛି, ବିଜେଡି ଆଗରେ ମୁଣ୍ଡ ନୁଆଇଁବା । ବିଜେଡିର ଏହି ଯେଉଁ କାମ, ତାକୁ ଆତ୍ମହତ୍ୟା ସ୍ଥିତିକୁ ଟାଣିନେଲା । ଜେଣ ଆତ୍ମହତ୍ୟ କଲା ପରେ ଯେପରି ନିଶ୍ଚଳ ହୋଇଯାଏ ସେପରି ବିଜେପି ଅଚେତ ଅବସ୍ଥାକୁ ପଳାଇ ଆସିଲା । ତା ପର ଠାରୁ କେହି ଚିନ୍ତା କଲେ । ଯିଏ ବି ଚିନ୍ତା କଲେ, ବିଜେପିର ସ୍ୱରକୁ ଉଠାଇବା ପାଇଁ, ତାଙ୍କ ସ୍ୱରକୁ ବି ବିଜେପି ଚାପିଦେଲା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅପରାଜିତା ଷଡଙ୍ଗୀ ।

ଏବେ ଆସିଲା ୨୦୨୪ ନିର୍ବାଚନ, ଆଉ ବର୍ଷଟେ ପରେ ହେବ ସାଧାରଣ ନିର୍ବାଚନ । ଯାହା ପାଣିପାଗ କହୁଛି, ୨୦୨୩ ନଭେମ୍ବର ବା ଡିସେମ୍ବର ଆଡକୁ ସାଧାରଣ ନିର୍ବାଚନ ହୋଇଯାଇପାରେ । ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ଉଭୟ ପ୍ରସ୍ତୁତ ହୁଅନ୍ତି, ତେବେ ୬ମାସ ପୂର୍ବରୁ ନିର୍ବାଚନ ହୋଇପାରେ । ନିର୍ବାଚନକୁ ଆଉ ବର୍ଷଟେ ଥିବା ବେଳେ ଏବେ ଧାମନଗରରେ ଗର୍ଜିଲା ବିଜେପି । ଲେକ୍ମାନଙ୍କୁ ଭକୁଆ କରିବାକୁ ଆରମ୍ଭ କରିଦେଲେ ନାଟକ । ଏବେ ଚିତ୍କାର କରୁଛନ୍ତି । ପ୍ରଶ୍ନ ଉଠୁଛି, କୁଆଡ଼େ ଯାଇଥିଲେ ୨୦୧୯ ପରେ ରାଜ୍ୟର ସ୍ଥିତିକୁ ନେଇ? ଲୋକମାନଙ୍କର ଚିଟଫଣ୍ଡ କେସକୁ ନେଇ କାହିଁକି ଚୁପ୍ ଥିଲେ? କାହିଁକି ବନ୍ଦ ହୋଇଗଲା ସିବିଆଇ ତଦନ୍ତ? ଚିଟଫଣ୍ଡରୁ କ’ଣ ଲୋକେ ପଇସା ପାଇଗଲେ? କାହିଁକି ଖଣି ଦୁର୍ନୀତିର ତଦନ୍ତ ଦିଗହରା ହୋଇଛି ।

କାହିତଁକି ବ୍ଲାକରୋଜ୍ କେସରେ ନିରବ ରହିଗଲା ସିବିଆଇ? ତାର କ’ଣ ସତ୍ୟ ଉନ୍ମୋଚନ ହୋଇଗଲା । ସମସ୍ତେ ଜାଣିଛନ୍ତି, ବିଜେପି କେବଳ ନିର୍ବାଚନ ବେଳେ ଓଡ଼ିଶାକୁ ଆସୁଛି । ସେଥିପାଇଁ ଲୋକେ ବିଜେପିର ଯେତେ ନେତା ବାସ୍ତବ କଥା କହିଲେ ବି ଆଉ ବିଶ୍ୱାସ କରିପାରୁନାହାନ୍ତି । ବର୍ତ୍ତମାନ ବିଜେପି ବିଶ୍ୱାସ ହରାଇ ସାରିଛି । ବର୍ତ୍ତମାନ ବିଜେପିକୁ ଦରକାର ନୂଆ ନେତୃତ୍ୱ, ନୂଆ ସଙ୍ଗଠନ । ବିଜେଡିର ଦୁର୍ନୀତିକୁ ଯଦି ସତରେ ବିଜେପି ଖୋଲିପାରିବ, ତାହେଲେ ହୁଏତ ଲୋକେ ବିଜେପି ଉପରେ ଭରଷା କରିପାରନ୍ତି । ଦେଖାଯାଉ ଧାମନଗରରେ ବିଜେପିକୁ ଲୋକେ କେତେ ବିଶ୍ୱାସ କରୁଛନ୍ତି । ସେଟା ହିଁ କହିବ ୨୦୨୪ ନିର୍ବାଚନରେ ବିଜେପିର ସ୍ଥିତି କ’ଣ ହେବ ।

Leave a Reply

Your email address will not be published. Required fields are marked *