ଗ୍ରହଣରେ ସୁନାବେଶ ଦର୍ଶନ, ନୀତି ଉପରେ ନିର୍ଭର

FILE PHOTO

ପୁରୀ (ଦ କୁଇଭର): କାତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ । ଓ ପରମ୍ପରା ଅନୁଯାୟୀ, ସେହି ଦିନ ହିଁ ମହାପ୍ରଭୁଙ୍କର ହୁଏ ରାଜରାଜେଶ୍ୱର ବେଶ ବା ସୁନା ବେଶ । ଯାହା ରଥ ସୁନା ବେଶ ଠାରୁ ଭିନ୍ନ ହୋଇଥାଏ । ଗ୍ରହଣରେ ପଡ଼ୁଥିବା ଏହି ସୁନା ବେସ ଦର୍ଶନ ନିର୍ଭର କରେ ସେହି ଦିନର ନୀତି ଉପରେ । ଯଦି ସେବକମାନେ ଚାହିଁବେ, ନୀତି ସଅଳ କରିବେ, ତାହାଲେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ଭକ୍ତ ନ ହେଲେ ଭକ୍ତଙ୍କୁ ଏଥର ସୁନାବେଶ ଦର୍ଶନ ମିଳିବ ନାହିଁ ।

ଶୁକ୍ରବାର ଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ, ଏହି ୫ଦିନର ମହାତ୍ମ୍ୟ ଅନେକ ରହିଛି । କାର୍ତ୍ତିକ ମାସର ଏହି ଶେଷ ପାଞ୍ଚ ଦିନ ସବୁଠାରୁ ପବିତ୍ର ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସ ସାରା ମହାପ୍ରଭୁ ରାଇ ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । କିନ୍ତୁ ପଞ୍ଚୁକର ୫ ଦିନ ମହାପ୍ରଭୁଙ୍କ ୫ଟି ସ୍ୱତନ୍ତ୍ର ବେଶ ହୋଇଥାଏ । ଏକାଦଶୀ ତିଥି ଅର୍ଥାତ୍ ୪ ତାରିଖ ଶୁକ୍ରବାର ଦିନ ମହାପ୍ରଭୁଙ୍କ ଠକିକିଆ ବା ଲକ୍ଷ୍ମୀ ନାରାୟଣ ବେଶ ହୋଇଥାଏ । ଦ୍ୱାଦଶୀ ଅର୍ଥାତ୍ ୫ ତାରିଖ ଶନିବାର ଦିନ ମହାପ୍ରଭୁ ବାଙ୍କଚୂଡ ବା ବାମନ ବେଶରେ ଦର୍ଶନ ଦେଇଥାନ୍ତି । ସେହିପରି ତ୍ରୟୋଦଶ ତିଥି ଅର୍ଥାତ୍ ୬ ତାରିଖ ରବିବାର ଦିନ ମହାପ୍ରଭୁଙ୍କ ଡାଳିକିଆ ବା ତ୍ରିବିକ୍ରମ ବେଶ ହୋଇଥାଏ । ଚତୁଃର୍ଦ୍ଦଶୀରେ ୭ ତାରିଖ ସୋମବାର ଦିନ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଇଥାନ୍ତି । ଶେଷରେ କାର୍ତ୍ତିକ ପୂର୍ଣ୍ଣମୀ ବା ୮ ତାରିଖ ମଙ୍ଗଳବାର ଦିନ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଥାଏ । ସୁନାବେଶ ପାଇଁ ଭଣ୍ଡାରଘରୁ ସ୍ୱର୍ଣ୍ଣ ଅଳଙ୍କାର ଆସି ମହାପ୍ରଭୁଙ୍କ ସୁନା ବେଶ କରାଯାଇଥାଏ । ଏହି ୫ ଦିନ ମହାପ୍ରଭୁ ୫ଟି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

ଆସନ୍ତା ୮ ତାରିଖରେ କାର୍ତ୍ତି ପୂର୍ଣ୍ଣିମା ଦିନ ସୁନାବେଶ ହେବାକୁ ଥିବା ବେଳେ ସେହି ଦିନ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି । ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ହେବ । ତେଣୁ ଯଦି ସେବକମାନେ ଚାହିିଁବେ, ନୀତି ସଅଳ ହେବ, ତେବେ ଭକ୍ତମାନେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିପାରିବେ । କାରଣ ଭୋଗ ମଣ୍ଡପ ପରେ ସୁନା ବେଶ ହୁଏ । ତେଣୁ ଗ୍ରହଣ ପୂର୍ବରୁ ଯଦି ଭୋଗ ମଣ୍ଡପ ସାରି ସୁନା ବେଶ ଆରମ୍ଭ ହୁଏ ତେବେ, ହୁଏତ ଭକ୍ତମାନେ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ । ଯଦି ସୁନା ବେଶ ହୋଇନଥିବ, ତେବେ ଭକ୍ତମାନେ ଆଉ ଦର୍ଶନ କରିପାରିବେ ନାହିଁ । କାରଣ ଗ୍ରହଣରେ ଦେବନୀତି ନିଷେଧ । ପରେ ଗ୍ରହଣ ସର୍ବମୋକ୍ଷ ହେବା ପେର ସୁନାବେଶ କରିବା କଷ୍ଟକର ହେବ, ତେଣୁ କାର୍ତ୍ତିକ ପୂର୍ଣ୍ଣିମାରେ ସୁନା ବେଶ ଦର୍ଶନ ସେହି ଦିନର ନୀତି ଉପରେ ନିର୍ଭର କରେ ।

Leave a Reply

Your email address will not be published. Required fields are marked *