Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଭୋଟ୍ ଦେଉଛି ଧାମନଗର

FILE PHOTO

ଧାମନଗର (ଦ କୁଇଭର): ଭୋଟ୍ ଦେଉଛି ଧାମନଗର । ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ। ଭୋଟରଙ୍କ ପାଇଁ ୨୫୨ଟି କେନ୍ଦ୍ରରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ନିର୍ବାଚନମଣ୍ଡଳୀର ମୋଟ୍ ୨ ଲକ୍ଷ ୩୮ହଜାର ୩୫୦ ଭୋଟର ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଭୋଟର ପରିଚୟପତ୍ର ବ୍ୟତୀତ ସ୍ବୀକୃତିପ୍ରାପ୍ତ ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ ମଧ୍ୟ ଦେଖାଇ ଭୋଟ ଦେଇ ହେବ। ତିହିଡିର ୭୦ ବୁଥରେ ୬୮ ହଜାର ୫୦୬ ଜଣ ଭୋଟର ଭୋଟ ଦେବେ। ସେପଟେ ଧାମନଗର ବ୍ଲକର ୧୮୨ଟି ବୁଥରେ ମୋଟ ୧ ଲକ୍ଷ ୭୯ ହଜାର ୮୩୮ ଜଣ ଭୋଟର ଭୋଟ ଦେବେ। ଆଜି ମୋଟ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଭୋଟର ଭୋଟ ଦେବାକୁ ଥିବା ବେଳେ ୧ ଲକ୍ଷ ୧୫ ହଜାର ୩୧୪ ମହିଳା ଭୋଟର ଭୋଟ ଦେବେ। ସେହିପରି ଭୋଟ ଗ୍ରହଣ ସମୟରେ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୯୯୭ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଏହି ନିର୍ବାଚନମଣ୍ଡଳୀରେ ୧୨୬ଟି ୱେବ୍ କଷ୍ଟ ବୁଥ କରାଯାଇ ଥିବାବେଳେ ୧୫ଟି ଆଦର୍ଶ ବୁଥ୍ ଓ ମହିଳାଙ୍କ ନିମନ୍ତେ ୫ଟି ପିଙ୍କ୍ ବୁଥ୍ର ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୫୦ଟି ଅତି ଉତ୍ତେଜନାପ୍ରବଣ ବୁଥ୍ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଥାଉକି ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା କରିପାରିବେ ନାହିଁ। ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ଗିରଫ କରାଯିବ। ୨୫ଟି ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି।

Exit mobile version