Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୩ ନିର୍ବାଚନ, BJP ପାଇଁ ସ୍ଥିତି ରକ୍ଷା ପ୍ରସଙ୍ଗ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଯୋଜନା ସରିଗଲା । ଏବେ ପରୀକ୍ଷାର ବେଳ, ଉଭୟ ବିଜେପି ଏବଂ ଆପ୍ ପାଇଁ । ଦିଲ୍ଲୀ ହେଉ କି ପଞ୍ଜାବ, ସବୁଠି ବିଜେପିକୁ ଟକ୍କର ଦେଉଛି ଆପ୍ । କଂଗ୍ରେସ ଏବେ ତାଲିକାରେ ନାହିଁ । ନିକଟରେ ଗୁଜୁରାଟ ଏବଂ ହିମାଚଳ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆଜି କିମ୍ବା ଖୁବ୍ କମ୍ ସମୟ ଭିତରେ ଦିଲ୍ଲୀ କର୍ପୋରେସନର ନିର୍ବାଚନ ତାରିଖ ଘୋଷଣା ହେଇପାରେ । ଅର୍ଥାତ ଏକାବେଳେ ତିନି ତିନିଟି ନିର୍ବାଚନ । ଆଉ ତିନିଟି ନିର୍ବାଚନ ବିଜେପି ଆଉ ଆପ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତିନୋଟି ନିର୍ବାଚନର ଫଳାଫଳ ବିଜେପିକୁ ତାର ସ୍ଥିତି ବଞ୍ଚାଇବା ପାଇଁ ସହଯୋଗ କରିବ । ଆଉ ଏହି ତିନୋଟି ଫଳାଫଳ ଯଦି ଆପ୍ ଆଡକୁ ଯାଏ, ତେବେ ଆପ୍ ର ଅଭିବୃଦ୍ଧିକୁ ଦେଖାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପକୁ ସମାଲୋଚନା କରୁଛନ୍ତି । ଅର୍ଥାତ ସେ କଂଗ୍ରେସକୁ ଆଉ ପ୍ରତିଯୋଗୀ ବୋଲି ମଣୁନାହାନ୍ତି ଏବେ ଆପ କୁ ପ୍ରତିଦ୍ୱନ୍ଦି ବୋଲି ଧରିସାରିଲେଣି । ଗୋଟିଏ ପଟେ ବିଜେପିର ଚେହେରା ନରେନ୍ଦ୍ର ମୋଦୀ, ଚାଣକ୍ୟ ଅମିତ ଶାହା ଏବଂ ବେଶ କ୍ଷମତା ଶାଳୀ ଏବେ ପ୍ରଭାବ ଶାଳୀ କେନ୍ଦ୍ରମନ୍ତ୍ରୀ ମାନେ ଅଛନ୍ତି । ଗୁଜୁରାଟରେ ବିଜେପି ୨୭ ବର୍ଷ ଧରି ଶାସନରେ ଅଛି । ହିମାଚଳ ପ୍ରଦେଶରେ ଶାସନ ବି କରୁଛି ଆଉ ଦିଲ୍ଲୀ ର କର୍ପୋରେସନରେ ବିଜେପିର ଦବଦବା ବି ରହିଛି । ବର୍ତ୍ତମାନ ବିଜେପି ପାଇଁ ଥ୍ରେଟ୍ ହେଉଛି ଆପ୍ । ଆପ୍ ଲଗାତର ୨ ଥର ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିସାରିଛି । ଏଥର ତାର ଲକ୍ଷ୍ୟ ପୌର ନିର୍ବାଚନକୁ ହାସଲ କରିବା । ପୌରନିର୍ବାଚନ ପାଇଁ ଲୋକ ଏବେ ଧିରେ ଧିରେ ଆପ୍ ଆଡକୁ ଢଳିଳେଣି, ଯେଉଁଥିପାଇଁ ବିଜେପି ବି କସରତ ଆରମ୍ଭ କରିଦେଲାଣି । ଗୁଜୁରାଟ ଯଦି ଦେଖିବା ଗୁଜୁରାଟରେ ଆପ୍ ର ସ୍ଥିତି ଦୃତ ଗତିରେ ବଢୁଛି ଆଉ ଅନେକ ସମୟରେ ଗୁଜୁରାଟରେ ଘଟୁଥିବା ଘଟଣା ଦୁର୍ଘଟଣା ବିଜେପି ପାଇଁ ଯେତିକି କାଳ ହେଉଛି ଆପ୍ କୁ ସେତିକି ଫାଇଦା ଦେଉଛି ।

ହିମାଚଳ ପ୍ରଦେଶରେ ବି ଆପର ଦବଦବା ଜୋରଦାର ବଢୁଛି । ଏଥର ହିମାଞ୍ଚଳରେ ଆପ ସରକାର ହେବ ବୋଲି ତାଙ୍କ ସମର୍ଥକମାନେ ଦୃଢକ୍ତି ପ୍ରକାଶ କରିଛନ୍ତି । ବିଜେପି ବି ଦୀର୍ଘଦିନ ଶାସନକର ରହିବାପରେ ମଧ୍ୟ ଏବେ ତାକୁ ତାର ସ୍ଥିତି ବଞ୍ଚାଇବା ପାଇଁ ବହୁ ଜୋରରେ କସରତ କରିବାକୁ ପଡୁଛି । ଯଦି ଗତ ତିନି ମାସର ରାଜନୀତିକୁ ଲକ୍ଷ କରିବା ତାହେଲେ ହିମାଞ୍ଚଳ ପ୍ରଦେଶ ଆଉ ଗୁଜୁରାଟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚଲାଇଛନ୍ତି । ସବୁ କାର୍ଯ୍ୟକ୍ରମ ଏବେ ସରିଗଲା, ନିର୍ବାଚନ ତାରିଖ ପରେ ଏବେ ଲାଗୁ ହେବ ଆଚରଣ ବିଧି । ଏହା ପରେ ରାଜନୀତିକ ସଭା ତାପରେ ଭୋଟ୍ । ବିଜେପି କୁ ଲୋକ କେତେ ପସନ୍ଦ କରୁଛନ୍ତି ବା ପୂନର୍ବାର କେତେ ଭରଷା କରିବେ ବା ଆପ୍ କୁ କିଭଳି ଗ୍ରହଣ କରିବେ ତାର ଫଳାଫଳ ପ୍ରକାଶ ପାଇବ । ଫଳାଫଳ ଯାହା ବି ହେଉ ଆପ୍ ଯେ କଡା ପ୍ରତିଯୋଗୀ ବା ମୁକାବିଲା କରୁଛି ଏକଥା ବିଜେପି ବି ମାନୁଛି । ଦେଖାଯାଉ ଫଳାଫଳ ଆପ୍ ପାଇଁ କେତେ ଲାଭବାନ ହେଉଛି ?

Exit mobile version