୭୧ହଜାରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ପୁଣି ଯୁବକମାନଙ୍କୁ ଆଉ ଏକ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘ରୋଜଗର ମେଲା’ କୁ ସମ୍ବୋଧିତ କରିବା ସହ ନୂତନ ଚାକିରି ପାଇଥିବା ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ନିଯୁକ୍ତି ମେଳା ହେଉଛି ନିଯୁକ୍ତି ଉତ୍ପାଦନକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ଏକ ପଦକ୍ଷେପ।

ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବ୍ୟତୀତ ଦେଶର ୪୫ ଟି ସ୍ଥାନରେ ଯୁବକମାନଙ୍କୁ ଏହି ନିଯୁକ୍ତି ପତ୍ରପ୍ରଦାନ କରାଯାଇଛି । ଯେଉଁଥିରେ ଶିକ୍ଷକ, ଅଧ୍ୟାପକ, ନର୍ସ, ନର୍ସିଂ ଅଫିସର, ଡାକ୍ତର, ଫାର୍ମାସିଷ୍ଟ, ରେଡିଓଗ୍ରାଫରଙ୍କ ସମେତ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ‘ରୋଜଗର ମେଲା’ ମାଧ୍ୟମରେ ଦେଶର ଯୁବକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାର ଏହି ଅଭିଯାନ ଆଗକୁ ମଧ୍ୟ ଜାରିରହିବ । ଭାରତ ପରି ଏକ ଯୁବ ଦେଶରେ ଆମର କୋଟି କୋଟି ଯୁବକ ଏହି ଦେଶର ସବୁଠାରୁ ବଡ ଶକ୍ତି । କେନ୍ଦ୍ର ସରକାର ଏହି ଯୁବପିଢିଙ୍କ ପ୍ରତିଭା ଏବଂ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି, ଯାହାକୁ ରାଷ୍ଟ୍ର ନିର୍ମାଣରେ ସର୍ବାଧିକ ବ୍ୟବହାର କରାଯିବା ଉଚିତ୍। ଏହା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।

Leave a Reply

Your email address will not be published. Required fields are marked *