ବ୍ରିଟେନରେ ଏସୀୟ ଧନୀ ତାଲିକାରେ ସୁନକଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ ( ଦ କୁଇଭର) ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। ହିନ୍ଦୁଜା ପରିବାରକୁ ଏହି ତାଲିକାର ଶୀର୍ଷରେ ରଖାଯାଇଛି। ଏହି ତାଲିକାରେ ସୁନକ ଏବଂ ଅକ୍ଷତା ମୂର୍ତ୍ତି ୧୭ ତମ ସ୍ଥାନରେ ରହିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୭୯୦ ମିଲିୟନ ପାଉଣ୍ଡ(ପାଖାପାଖି ୭୮, ୧୧, ୩୯, ୨୦, ୨୦୦ ଟଙ୍କା) ରହିଛି ।

ଉଲ୍ଲେଖନୀୟ ଅକ୍ଷତାଙ୍କ ବାପା ହେଉଛନ୍ତି ଭାରତୀୟ ଆଇଟି କମ୍ପାନି ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି। ଚଳିତ ବର୍ଷର ତାଲିକାରେ ଅନ୍ତର୍ଭୁକ୍ତ ଏସୀୟ ଧନୀମାନଙ୍କ ମୋଟ ସମ୍ପତ୍ତି ହେଉଛି ୧୧୩.୨ ବିଲିୟନ ପାଉଣ୍ଡ, ଯାହା ଗତ ବର୍ଷ ତୁଳନାରେ ୧୩.୫ ବିଲିୟନ ପାଉଣ୍ଡ ଅଧିକ ଜ୍ଝ ହିନ୍ଦୁଜା ପରିବାର କ୍ରମାଗତ ଅଷ୍ଟମ ଥର ପାଇଁ ତାଲିକାର ଶୀର୍ଷରେ ରହିଛନ୍ତି। ତାଙ୍କର ଆନୁମାନିକ ସମ୍ପତ୍ତି ହେଉଛି ୩୦.୫ ବିଲିୟନ ପାଉଣ୍ଡ, ଯାହା ଗତ ବର୍ଷ ତୁଳନାରେ ୩ ବିଲିୟନ ପାଉଣ୍ଡ ବୃଦ୍ଧି ଘଟିଛି।

ବ୍ରିଟେନରେ ବଢୁଛି ଏସୀୟ ସମୁଦାୟର ପତିଆରା
ଚଳିତ ବର୍ଷ ଏସୀୟ ଧନୀ ତାଲିକାରେ ୟୁକେର ୧୬ କୋଟିପତି ସାମିଲ୍। ଗତ ବର୍ଷ ଏଥିରେ ୧୫ ଜଣ କୋଟିପତି ରହିଥିଲେ। ଲାଙ୍କେଟଷ୍ଟରର ଡଚି ଚାନସେଲର ପୁରସ୍କାର ସମାରୋହକୁ ସମ୍ଵୋଧିତ କରି ଋଷି ସୁନକଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରତି ବର୍ଷ ବ୍ରିଟିଶ ଏସୀୟ ସମୁଦାୟଙ୍କ ପତିଆରା ବଢିବାରେ ଲାଗିଛି। କାରଣ ଏସୀୟ ସମୁଦାୟଙ୍କଠାରେ କଠୋର ପରିଶ୍ରମ, ଦୃଢ ସଂକଳ୍ପ ଏବଂ ସାମର୍ଥ୍ୟ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ଭାରତୀୟ ମୂଳ ନିବାସୀ ଭାବେ ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସୁନକ ୨୦୦୧ରୁ ୨୦୦୪ ପର୍ୟ୍ୟନ୍ତ ନିବେଶ ବ୍ୟାଙ୍କ, ଗୋଲ୍ଡମ୍ୟାନ ସେକ୍ସର ବିଶ୍ଳେଷକ ଥିଲେ। ୟୁକେର ସବୁଠୁ ଧନୀ ସାଂସଦଙ୍କ ତାଲିକାରେ ସାମିଲ୍ ସୁନକ ୨୦୧୫ରେ ପ୍ରଥମ ଥର ୟୁକେର ସଂସଦକୁ ନିର୍ବାଚିତ ହୋଇଥିଲେ। ସୁନକ ୟର୍କସାୟରର ଚିଚମଣ୍ଡ ଆସନରୁ ବିଜୟୀ ହୋଇଥିଲେ।

Leave a Reply

Your email address will not be published. Required fields are marked *