Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

“ନଭେମ୍ବର ୨୬” ଭାରତ ପାଇଁ କାହିଁକି ଏକ ସ୍ୱତନ୍ତ୍ର ଦିନ ?

ନୂଆଦିଲ୍ଲୀ (ଦ କୁଇଭର): ନଭେମ୍ବର ୨୬ ହେଉଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହି ଦିନ ପ୍ରତିବର୍ଷ ସମ୍ବିଧାନ ଦିବସ ପାଳନ କରାଯାଏ । ୨୬ ନଭେମ୍ବର ୧୯୪୯ ରେ ସ୍ୱାଧନ ଭାରତ ଦେଶର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଧିରବଦ୍ଧ ଭାବେ ଆପଣାଇ ଥିଲା । ଏହାର ଦୁଇ ମାସ ପରେ, ୨୬ ଜାନୁୟାରୀ ୧୯୫୦ ରେ ଦେଶବ୍ୟାପୀ ସମ୍ବିଧାନ କାର୍ୟ୍ୟକାରୀ ହେଲା । ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟ ଯାହା ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ, ସେହି ସମ୍ବିଧାନର ମୌଳିକ ଅଧିକାର ହେଉଛି ନାଗରିକମାନଙ୍କର ଢାଲ । ସମ୍ବିଧାନ ନାଗରିକମାନଙ୍କୁ ଦେଶର ଜଣେ ମୁକ୍ତ ନାଗରିକ ଭାବେ ଅନୁଭବ କରାଇଥାଏ ।

ବାସ୍ତବରେ, ମେ ୨୦୧୫ ରେ, ସମ୍ବିଧାନର ପ୍ରତିଷ୍ଠାତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଅବସରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଏହି ଦିନକୁ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ଥିଲା ଦେଶର ନାଗରିକଙ୍କ ମନରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଏବଂ ସମ୍ମାନ ଦେବା ।
୨୦୧୫ ମସିହାରେ, ନିଷ୍ପତ୍ତି ହୋଇଥିଲା ଯେ ପ୍ରତିବର୍ଷ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ କରାଯିବ । ସମ୍ବିଧାନ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ନାଗରିକଙ୍କ ମଧ୍ୟରେ ସମ୍ବିଧାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରଚାର କରିବା । ୧୯ ନଭେମ୍ବର ୨୦୧୫ ରେ, ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ସେହି ଦିନଠାରୁ ଏହି ଦିନକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ ।

ସମ୍ବିଦାନ ଦିବସର ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା- ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ପ୍ରାୟ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ । ସମ୍ବିଧାନର ମୂଳ କପି ହାତରେ ଲେଖାଯାଇଥିଲା । ସମ୍ବିଧାନର ପ୍ରତ୍ୟେକ ପୃଷ୍ଠାରେ ଏକ ସୁନା ପତ୍ର ଫ୍ରେମ୍ ଅଛି ଏବଂ ପ୍ରତ୍ୟେକ ଅଧ୍ୟାୟର ପ୍ରାରମ୍ଭ ପୃଷ୍ଠାରେ କିଛି ନା କିଛି ପ୍ରକାରର କଳାକୃତି ଅଛି । ପ୍ରସିଦ୍ଧ ଲେଖକ ପ୍ରେମ ନାରାୟଣ ରାୟଜାଦା ସମ୍ବିଧାନର ମୂଳ କପି ପ୍ରସ୍ତୁତ କରିଥିଲେ । ସମ୍ବିଧାନର ମୂଳ ନକଲଗୁଡ଼ିକ ସଂସଦର ଲାଇବ୍ରେରୀ ଭିତରେ ସଂରକ୍ଷିତ । ଯେଉଁ ବାକ୍ସରେ ସମ୍ବିଧାନର ମୂଳ ହସ୍ତଲିଖନ କପି ସଂସଦର ଲାଇବ୍ରେରୀରେ ରଖାଯାଇଛି, ସେଥିରେ ହିଲିୟମ୍ ଭରାଯାଇ ନାଫଥାଲିନ୍ ଟାବଲେଟ୍ ସହିତ ଫ୍ଲାନେଲ୍ କପଡ଼ାରେ ଗୁଡ଼ାଇ ଦିଆଯାଇଛି ।

Exit mobile version