Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୬୬% ଭାରତୀୟ ବିଦ୍ୟାଳୟରେ ନାହିଁ ଇଣ୍ଟରନେଟ୍ ବ୍ୟବସ୍ଥା: UDISE+ Report

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): 5G ଯୁଗରେ ସ୍କୁଲଗୁଡିକରେ ନାହିଁ ଇଣ୍ଟରନେଟ୍ । ଅଧାରୁ ଅଧିକ ସ୍କୁଲରେ ଇଣ୍ଟରନେଣ୍ଟ ସୁବିଧା ମିଳୁନି । ଡିଜିଟାଲ ଯୁଗରେ ଭାରତର ପ୍ରାୟ ୬୬ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍ ଉପଲବ୍ଧ ନାହିଁ, । ୨୦୨୧-୨୨ ବର୍ଷର ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର ଏଜୁକେସନନାଲ ପ୍ଲସ (ୟୁଡିଆଇଏସଇ+) ରିପୋର୍ଟରୁ ଏହି ତଥ୍ୟ ମିଳିଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଡାଟା ସଂଗ୍ରହ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପଦକ୍ଷପ ନିଆଯାଇଥିଲା । ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇଥିଲା । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମଣିପୁର, ପଶ୍ଚିମବଙ୍ଗ, ମେଘାଳୟ, ଓଡିଶା, ତ୍ରିପୁରା ଓ ତେଲେଙ୍ଗା ପରି ରାଜ୍ୟମାନଙ୍କରେ ୮୦ ରୁ ୮୫ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ନାହିଁ। ଦିଲ୍ଲୀ ଓ ଲାକ୍ଷାଦ୍ୱୀପର ସ୍କୁଲମାନଙ୍କରେ ଶତ ପ୍ରତିଶତ କମ୍ପ୍ୟୁଟର ସୁବିଧା ରହିଥିବା ବେବେଳେ ୯୭.୪ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ସଂଯୋଗ ରହିଛି ।

ଗୁଜୁରାଟ ମଧ୍ୟ ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଘରୋଇ ଅପେକ୍ଷା ଅଧିକ ସରକାରୀ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ରହିଛି।ତଥାପି, ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ମଧ୍ୟରେ ବ୍ୟବଧାନ ରହିଆସିଛି । ସର୍ବେକ୍ଷଣ କରାଯାଇଥିବା ୫୯.୬ ପ୍ରତିଶତ ବେସରକାରୀ ତଥା ଅଣସଂରକ୍ଷିତ ବିଦ୍ୟାଳୟ ଏବଂ ୫୩.୧ ପ୍ରତିଶତ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ଥିବାବେଳେ କେବଳ ୨୪.୨ ପ୍ରତିଶତ ସରକାରୀ ବିଦ୍ୟାଳୟ ତାହା କରିଛନ୍ତି ।

ଏକମାତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଦିଲ୍ଲୀରେ ୧୦୦ ପ୍ରତିଶତ ଇଣ୍ଟରନେଟ ସଂଯୋଗ ହୋଇଛି । ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡିଗଡ଼ରେ ୯୮.୭ ଓ ପୁଡ଼ୁଚେରୀରେ ୯୮.୪ ପ୍ରତିଶତ ଇଣ୍ଟରନେଟ ସଂଯୋଗ କରାଯାଇଥିବା ଜଣାପଡ଼ିଛି । କେରଳରେ ୯୪.୬, ଗୁଜରାଟରେ ୯୨ ପ୍ରତିଶତ ରହିଛି । ଏକମାତ୍ର ରାଜ୍ୟ ଭାବେ ଗୁଜରାଟରେ ସରକାରୀ ସ୍କୁଲରେ ୯୪.୨ ଓ ଘରୋଇ ସ୍କୁଲରେ ୮୯.୬ ପ୍ରତିଶତ ରହିଛି । ଦେଶର ୫୦ ପ୍ରତିଶତରୁ କମ୍ ସ୍କୁଲରେ କମ୍ପ୍ୟୁଟର କାର୍ୟ୍ୟ କରୁଥିବା ବେଳେ ଶିକ୍ଷା ଉଦ୍ଦେଶ୍ୟରେ ୨୦ ପ୍ରତିଶତ ସ୍କୁଲରେ ମୋବାଇଲ ଫୋନ୍ ବ୍ୟବହାର ହେଉଛି ।

Exit mobile version