ବାଟମାରଣା କରୁଛନ୍ତି ଅଫିସର: ଭରସା ହରାଉଛନ୍ତି ନବୀନ

ପଦ୍ମପୁର(ଦ କୁଇଭର): ନବୀନ ଯାହା ଦେଉଛନ୍ତି, ସେଟା ତ ବାଟମାରଣା ହୋଇଯାଉଛି । ତାଙ୍କରି ଅଫିସରମାନେ ଖାଇ ଯାଉଛନ୍ତି । ରାଜଧାନୀର ଟପ ଲେବଲ ଅଫିସରଙ୍କ ଠୁ, ସ୍ଥାନୀୟ ଅଫିସର ବାଣ୍ଟିକୁଣ୍ଟି ଖାଉଛନ୍ତି । ନେତାମାନେ ଖାଉଥିବା ଉପରେ ଗାଁ ଲୋକେ ଭରସା କରୁନାହାନ୍ତି । କାରଣ କୁଜି ନେତା ମାନଙ୍କ ମୁଣ୍ଡ କାଳେ ଚା’କପେ ଆଉ ଜଳଖିଆ ଗଣ୍ଡେରେ ଅଛି । ସେମାନଙ୍କର ଖାଇବାକୁ ଜୁ ନାହିଁ । କେବଳ ଅଫିସରମାନେ ଖାଉଛନ୍ତି । ନବୀନ ତାଙ୍କର କିଛି କରୁନାହାନ୍ତି ।

ଧାମନଗର ହେଉ କି ପଦ୍ମପୁର, ଲୋକଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ତୁଟି ନାହିଁ । ହେଲେ ନବୀନ ସରକାରରେ ବାଟମାରଣା କରୁଥିବା ଅଫିସର ମାନଙ୍କୁ ଚିହ୍ନି ଗଲେଣି ଲୋକେ । ତାଳୁ ଠୁ ତଳିପା ଅର୍ଥାତ ରାଜଧାନୀ ସଚିବାଳୟ ଠାରୁ ଗାଁ ପଞ୍ଚାୟତ ପର୍ଯ୍ୟନ୍ତ ସବୁ ଅଫିସର ନବୀନ ଲୋକଙ୍କୁ ଦେଉଥିବା ଯୋଜନାକୁ ହଡ଼ପ କରୁଛନ୍ତି । ସେହି ମାନଙ୍କୁ ନବୀନ ଭରସା କରୁଥିବାରୁ ଏବେ ଅନ୍ୟ ଆଡ଼କୁ ଭୋଟ ଯାଉଛି ।

ଟିକିଏ ନଜର ପକାଇବା ପଦ୍ମପୁର ଗ୍ରାଉଣ୍ଡ ଜୀରୋରେ । ଜଣେ ଛୋଟ ବ୍ୟବସାୟୀ ବା ସାଧାରଣ ଲୋକ ଜଣେ କିପରି ମତ ଦେଉଛନ୍ତି ବିଜେଡି ସରକାରଙ୍କ ଉପରେ । ନବୀନ ଦେଉଛନ୍ତି, ହେଲେ ତାହା ଲୋକଙ୍କ ପାଖରେ ପହଞ୍ଚୁନାହିଁ । ୨୦୧୬ରେ ରିହାତି ଘୋଷଣା କରିଥିଲେ ନବୀନ, ଆଜିଯାଏ ମିଳିଲା ନାହିଁ । ଏବେ ଦେବେ ବୋଲି କହୁଛନ୍ତି, ଦେଖିବା କେବେ ମିଳିବ? ନବୀନ ଥରେ ସିଧା ସଳଖ ଲୋକଙ୍କ କଥା ବୁଝିଲେ, ସମସ୍ୟା ରହନ୍ତା ନାହିଁ । ହେଲେ ଏ ଅଫିସର ମାନେ କରାଇ ଦେଲେ ତ ?

ଗାଁର ସାଧାରଣ ଲୋକଟିଏ ଜାଣିଛି, ଅଫିସର ଖାଇଯାଉଛନ୍ତି, କିନ୍ତୁ ସେ ନବୀନଙ୍କ ମୁଣ୍ଡରେ ଦୋଷ ଲଦୁଛି । କାରଣ ନବୀନ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କର ଯାହା ଅସୁବିଧା ହେବ, ସମାନେ ସିଧା ମୁଖ୍ୟମନ୍ତ୍ରୀଙ୍କ ଉପର ଦୋଷ ଲଦିବେ । ଯେଉଁଠି ନବୀନଙ୍କ ଉପରେ ଏପରି ମତ ଦେଉଛନ୍ତି, ସେଠାରେ ମୋଦିଙ୍କୁ ବେଶ ପସନ୍ଦ କରୁଛନ୍ତି । ମୋଦିଙ୍କ ସରକାରରେ ସବୁ ଭଲ ହେଉଥିବା ସେ କହିଛନ୍ତି । ତାଙ୍କ କଥାକୁ ହୁଏତ କେହି କେହି ସେ ବିଜେପି ସମର୍ଥକ ବୋଲି ବୁଝି ନେଇ ପାରନ୍ତି । ମାତ୍ର ନବୀନ ସରକାରଙ୍କ ସମ୍ପର୍କରେ ସେ ଯାହା କହିଛନ୍ତି, ନବୀନ ସରକାର ଓ ତାଙ୍କ ପରାମର୍ଶଦାତାମାନେ ଥରଟିଏ ଏକଥାକୁ ଗୁରୁତର ସହ ବିଚାର କରିବାର ଆବଶ୍ୟକତା ରହିଛି । ଅନ୍ୟଥା ଧାମନଗର ଭଳି ସ୍ଥିତି ଆଗକୁ ବହୁ ସ୍ଥାନରେ ହୋଇପାରେ ।

Leave a Reply

Your email address will not be published. Required fields are marked *