ବିଧାନସଭା ଭୁବନେଶ୍ୱରରେ, ଅଧିବେଶନ ପଦ୍ମପୁରରେ

ପଦ୍ମପୁର (ଦ କୁଇଭର): ପଦ୍ମପୁରରେ ଏବେ ସବୁ ଦଳର ନେତାଙ୍କର ମେଳି ଚାଲିଛି । ବିଧାୟକ ହୁଅନ୍ତୁ କି ମନ୍ତ୍ରୀ । ସମସ୍ତେ ଯାଇ ପଦ୍ମପୁର ଉପନିର୍ବାଚନରେ ମାତିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ବି ପଦ୍ମପୁର ଯିବେ । ସବୁ ଦଳର ବିଧାକୟମାନେ ସେଠି ହାଜିରା ପକାଇଛନ୍ତି । ଏପଟେ ବିଧାନସଭାରେ ଚାଲିଛି ଶୀତ ଅଧିବେଶନ । ଏଠି ଅଧିକାଂଶ ବିଧାକୟ ଓ ମନ୍ତ୍ରୀମାନଙ୍କର ଦେଖା ନାହିଁ । ପଦ୍ମପୁରରେ ଯେପରି ବିଧାୟକ ଓ ମନ୍ତ୍ରୀମାନଙ୍କର ଗହଳି ଲାଗିଛି, ସେଥିରୁ ଦେଖି ଲାଗୁଛି । ବିଧାନସଭା ଭୁବନେଶ୍ୱରରେ ନୁହେଁ, ପଦ୍ମପୁରରେ ଚାଲିଛି । ଆଉ ସେଠି ଆଲୋଚନା ହେଉଛି କେବଳ ରାଜନୀତି । ବିକାଶର କଥା ତ ହେଉଛି, ସମସ୍ତେ ସମସ୍ତଙ୍କ ଉପରେ ଦୋଷ ଲଦାଲଦି ହେଉଛନ୍ତି, କିନ୍ତୁ ଅଧିକ ରାଜନୈତିକ ଆଲୋଚନା ଚାଲିଛି । ନିଜ ଦଳୀୟ ପ୍ରାର୍ଥୀ କିପରି ଜିତିବେ, ସେନେଇ କସରତ ଚାଲିଛି । ଏକଥା କେବଳ ଜନସାଧାରଣଙ୍କ ମୁଣ୍ଡରେ ଆସିନି, ବିରୋଧୀ ଦଳର ନେତା ବି ଏକଥା କହିଲେଣି ।

ପଦ୍ମପୁର ଉପନିର୍ବାଚନ ତାରିଖ ଯେତେ, ପାଖେଇ ଆସୁଛି, ଉପନିର୍ବାଚନ ମାହୋଲ ସେତେ ସରଗରମ ହେଉଛି । ସବୁ ଦଳର ହେବିୱେଟ୍ ମାନେ ଯାଇ ପଦ୍ମପୁରରେ ଝାଳ ବୁହାଉଛନ୍ତି । ପ୍ରତି ଗାଁ ଗାଁରେ ଜଗିଛନ୍ତି । ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ପର୍ଯ୍ୟନ୍ତ ସମସ୍ତେ ପ୍ରଚାର ମୈଦାନକୁ ହୁଲୁସ୍ତୁଲୁ କରୁଥିବା ବେଳେ ସେପଟେ ବିଜେଡି ମଧ୍ୟ ପ୍ରଚାର ଜୋରସୋରରେ ଆଗେଇ ଚାଲିଛି । ଅଧିକାଂଶ ନେତା ମନ୍ତ୍ରୀ ଗାଁ ଗାଁରେ ବୁଲି ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ଲାଗୁଛି ଯେମିତି, ପଦ୍ମପୁର ପାଲଟିଛି ମିନି କ୍ୟାପିଟାଲ୍ । ଏପେଟ ବିଧାନସଭାର ଶୀତ ଅଧିବେଶନ ଚାଲିଥିବା ବେଳେ ବିଧାୟକ, ମନ୍ତ୍ରୀଙ୍କର ଦେଖା ନାହିଁ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରଶ୍ନର ଉତ୍ତର ରଖିବାକୁ ବିଭାଗୀୟ ମନ୍ତ୍ରୀ ନାହାନ୍ତି, ସେମାନେ ସବୁ ଯାଇ ପଦ୍ମପୁରରେ ମାତିଛନ୍ତି । ଏପଟେ ବିଧାନସଭାକୁ ପଚାରେ କିଏ ?

ପଦ୍ମପୁରର ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିଲେ ଏପରି ଲାଗୁଛି ଯେ, ପଦ୍ମପୁର ମିନି କ୍ୟାପିଟାଲ ହୋଇଗଲା କି? ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ, ଉପନିର୍ବାଚନ ଏକ ବ୍ୟବସ୍ଥା । ତା ମାନେ ନୁହେଁ, ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଅଧିବେଶନକୁ ଛାଡ଼ି ଦଳୀୟ କାର୍ଯ୍ୟକ୍ରମକୁ ପ୍ରାଧ୍ୟାନ୍ୟ ଦେବା । ମନ୍ତ୍ରୀମାନେ ସେମାନଙ୍କ ବିଭାଗର କାର୍ଯ୍ୟବଳୀ ସମ୍ପର୍କରେ ସୂଚନା ଦେବାପାଇଁ ଗୃହରେ ଉପସ୍ଥିତି ରହିବା କଥା । କିନ୍ତୁ ବିଧାନସଭାରେ ଏମିତି ସ୍ଥିତି ହେଲାଣି ଯେ, ଏଠି ଆର୍ଥିକ ବଜେଟ୍ ଆଗତ ସମୟରେ ବି ଖୋଦ୍ ଅର୍ଥମନ୍ତ୍ରୀ ଗୃହରେ ଉପସ୍ଥିତ ରହୁନାହାନ୍ତି । ସମସ୍ତେ ପଦ୍ମପୁରରେ ଯାଇ ହାଜର । ସେଥିପାଇଁ ସମସ୍ତଙ୍କ ଫୋକସ୍ ଏବେ ପଦ୍ମପୁର ଉପରେ । ଯେମିତି ସେଠାରେ ହିଁ ବିଧାନସଭା ଚାଲିଛି ।

Chasicare Biofloc in Odisha
Chasicare Biofloc in Odisha

Leave a Reply

Your email address will not be published. Required fields are marked *