Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସବୁ ଖୋଲିଦେଲେ ପ୍ରମିଳା

ଭୁବନେଶ୍ୱର(ଦ କୁଇଭର): ସବୁ ଖୋଲିଦେଲେ ପ୍ରମିଳା । ବିଜେଡିକୁ ପୁରା ଦାଣ୍ଡରେ ଛିଡ଼ା କରିଦେଲେ । ନବୀନଙ୍କ ଇଜ୍ଜତ ବି ରଖିଲେନି । ବିରୋଧୀଙ୍କ ହାତରେ ଧରାଇଦେଲେ ବିଜେଡି ବିରୋଧୀ ଅସ୍ତ୍ର । ବିଜେଡି ସରକାରଙ୍କ ମାନ୍ ଇଜ୍ଜତ ଗଲା । ବିଧାନସଭାରେ ଏକ ପ୍ରଶ୍ନରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତରକୁ ନେଇ ଆମେ ଏକଥା କହୁଛୁ ।

ସବୁ ଖୋଲିଦେଲେ ପ୍ରମିଳା | Minister Pramila Mallik Gives Statements About the New District in Odisha

ପଦ୍ମପୁର ଉପନିର୍ବାଚନ ପରୀପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଲୋକମାନେ ଭରଷା ବି କରିଥିଲେ । ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ । ଭୋଟ୍ କୁ ମାତ୍ର ଆଉ ୨ ଦିନ ଅଛି । ହେଲେ ଗତାକାଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, କହିଲେ ଓଡ଼ିଶାରେ ନୂଆ ଜିଲ୍ଲା ହେବାର କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ । ହଁ ଏକଥା କି କହିଲେ, ରାଇରଙ୍ଗପୁରକୁ ଜିଲ୍ଲା କରିବା ପାଇଁ ଦାବି ସରକାରଙ୍କ ପାଖକୁ ଆସିଛି । କିନ୍ତୁ ପଦ୍ମପୁରର ବିନ୍ଦୁ ବିସର୍ଗ ବି ଉଠାଇାଲେ ନାହିଁ । ବରଂ କହିଲେ ବର୍ତ୍ତମାନ କୌଣସି ସ୍ୱତନ୍ତ୍ର ଜିଲ୍ଲା ପାଇଁ ସରକାରଙ୍କର ପ୍ରସ୍ତାବ ନାହିଁ । ଯାହା ବର୍ତ୍ତମାନ ବିରୋଧୀଙ୍କ ପାଇଁ ଅସ୍ତ୍ର ।

ମୁଖ୍ୟମନ୍ତ୍ରୀ, ଯିଏ ରାଜ୍ୟର ମୁଖ୍ୟ, ଯେଉଁଠି ସିଏ କହିଲେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରାଯିବ, ତାକୁ ରାଜସ୍ୱ ବିଭାଗ ସମନ୍ୱୟ ରଖି, ତାହା କିପରି କାର୍ଯ୍ୟକାରୀ ହେବ, ତାହା ନ କରି ସିଧାସଳଖ ମନ୍ତ୍ରୀ ମନା କରିଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଲୋକଙ୍କ ପାଖରେ ଯେତେବେଳେ ଏମିତି ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ରଖିଛନ୍ତି, ସେ ଯାଗାରେ ରାଜସ୍ୱ ମନ୍ତ୍ରୀ କ’ଣ ମୁଖ୍ୟମନ୍ତ୍ରୀଙ୍କ ଠୁ ଉପରେ? ସେ କେମିତି କହିଲେ, ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ।

ହଁ ଏକଥା ନୁହେଁ ଯେ, ପ୍ରମିଳା କି ରାଜସ୍ୱ ବିଭାଗ ନବୀନଙ୍କ ଇଜ୍ଜତକୁ ବଞ୍ଚାଇପାରିନଥାନ୍ତେ । ବିଧାନସଭାରେ ଉତ୍ତର ବି ରଖାଯାଇପାରିଥାନ୍ତା, ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିକଟରେ ପ୍ରତିଶ୍ରୁତି ବି ଦେଇଛନ୍ତି, ତାହା ଉପରେ ବିଚାର ବିମର୍ଷ ଚାଲିଛି । ଏହା ହୋଇଥିଲେ ନା ବିଜେଡିର କେବଳ ମର୍ଯ୍ୟାଦା ଯାଇଥାନ୍ତା । ନା ନବୀନ ଦାଣ୍ଡରେ ଛିଡ଼ା ହୋଇଥାନ୍ତେ । ରାଜ୍ୟ ସରକାରଙ୍କର ଗାରିମା ବି ରହିଥାନ୍ତା । କିନ୍ତୁ ପ୍ରମିଳା ସବୁକିଛି ଖୋଲିଦେଲେ । ନବୀନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ପଦ୍ମପୁର ବାସୀଙ୍କୁ, ତାହା ମିଛ ବୋଲି ପ୍ରମିଳା ପ୍ରମାଣିତ କରିଦେଲେ । ଭୋଟ୍ ପୂର୍ବରୁ ପ୍ରମିଳା ବା ରାଜସ୍ୱ ବିଭାଗର ଏହି ଖେଳ ବିଜେଡିକୁ ବଡ଼ ଝଟକା ଦେଇଛି ।

ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ । ୨ ଦିନ ପରେ ଭୋଟ୍ । ସେପଟେ ପ୍ରମିଳାଙ୍କ କଥାକୁ ଏବେ ବିରୋଧୀ ବି ଜୋରରେ ଉଠାଇଲେଣି । ଆଜି ପଦ୍ମପୁର ଗସ୍ତରେ ଯାଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କ’ଣ କହୁଛନ୍ତି ଅପରାଜିତା ଷଡ଼ଙ୍ଗୀ ଶୁଣନ୍ତୁ…
ପଦ୍ମପୁର ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଉପନିର୍ବାଚନ ମୈଦାନ ସେତେ ଉଷ୍ମ ହେଉଛି । ଆଜି ପଦ୍ମପୁରରେ ଚାଲିଛି ପାୱାର ଶୋ । ଏହାରି ଭିତରେ ପ୍ରମିଳା ମଲ୍ଲିକ ନବୀନ ସରକାରଙ୍କ ସବୁ ସତକୁ ପଦାରେ ପକାଇଛନ୍ତି । ନବୀନ ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ବାସ୍ତବ, ତାହା ସମସ୍ତେ ଜାଣିଯାଇଛନ୍ତି । ଏହି ଉତ୍ତରକୁ ନେଇ ଏବେ ବିରୋଧୀ ମୁଖ୍ୟ ଅସ୍ତ୍ର କରିଛନ୍ତି । ତେବେ ଦେଖାଯାଉ ପଦ୍ମପୁରବାସୀଙ୍କ ଉପରେ ଏହାର ପ୍ରଭାବ କେତେ ପଡ଼ୁଛି ।

Exit mobile version