ପଦ୍ମପୁରରେ ଏବେ ଅନ୍ଧାରୀ ଦମ, ମଞ୍ଚ ଦମ ସରିଲା

FILE PHOTO

ପଦ୍ମପୁର(ଦ କୁଇଭର): ପଦ୍ମପୁର ଭୋଟ ପାଇଁ ମଞ୍ଚ ଉପରେ ଦମ ଦେଖାଇଲେ ଦୁଇ ଦଳ । ଦୋଷ ଲଦାଲଦି, ପ୍ରତିଶୃତିର ଲମ୍ବା ତାଲିକା ଦେଲେ । ଶନିବାର ବି ବାକ୍ ଯୁଦ୍ଧ ମଞ୍ଚ କୁ ଗରମ କରିଛି । ସଂଧ୍ୟାରେ ପ୍ରଚାର ସରିବ । ଏହାପରେ ଦେଖାଇବେ ଅନ୍ଧାରୀ ଦମ । ଉଭୟ ଦଳର ନେତାମନ୍ତ୍ରୀ ନିଜ ନିଜ ସ୍ତରରେ ଭୋଟରଙ୍କୁ ଭେଟିବେ ଓ ଭେଟିବି କାଳେ ଦେବେ । ୩୬ଘଣ୍ଟାର ଅନ୍ଧାରୀ ବିଜେ ପରେ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

ନବୀନ ପଦ୍ମପୁର ମଞ୍ଚ ରେ ଦମ ଦେଖାଇଲେ, ଅପରାଜିତା ବି କଲେ ପାୱାର ସୋ । ଦୁଇ ତାରିଖ ପଦ୍ମପୁରକୁ ଦୁଲୁକାଇଲେ ଉଭୟ ବିଜେପି ଓ ବିଜେଡି । ନବୀନ ୩ଟି ମଞ୍ଚ ରେ ବିଜେଡିର କାମ ତାଲିକା ରଖିବା ସହ ଲୋକଙ୍କୁ ଦେଲେ ନୂଆ ପ୍ରତିଶୃତି । ତାଙ୍କ ସରକାର ପୂରଣ କରିବେ ବୋଲି କହିଲେ । ଅପରାଜିତା କିନ୍ତୁ ବେଶ ଆଟାକିଂ ମୋଡରେ ଥିଲେ । ନବୀନଙ୍କ ୨୨ବର୍ଷର ଶାସନ କିଛି କମ ନୁହେଁ । ଏହି ସମୟରେ ବିକାଶ ପର୍ଯ୍ୟାପ୍ତ ହୋଇ ପାରିଥାନ୍ତା । ମାତ୍ର ଅନେକ ସ୍ଥାନରେ ବିକାଶ ଶୂନ୍ । ଏପରି ଆଟାକ କରି ଚାଲିଗଲେ । ନବୀନ ଓ ଅପରାଜିତା ତ ଫେରିଲ, ପ୍ରଚାରର ଶେଷ ପର୍ଯ୍ୟନ୍ତ କ୍ୟାମ୍ପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁ । ବିଜେଡିର ୯୦ଭାଗ ମନ୍ତ୍ରୀ, ବିଧାୟକ ଓ ପୁରୁଖାମାନେ ପଦ୍ମପୁରର ପ୍ରତି ଗାଁ ଗାଁରେ ଡେରା ପକାଇଛନ୍ତି ।

ସଂଧ୍ୟା ୬ଟାରେ ପ୍ରଚାର ବନ୍ଦ ହେବ । ନା ମଞ୍ଚ ଗର୍ଜିବ ନା ଶୋଭାଯାତ୍ରାରେ କମ୍ପିବ ଗାଁ ଗଣ୍ଡା । ନେତାମାନେ ଚଳାଇବେ ଅନ୍ଧାରୀ ବିଜେ । ବ୍ୟକ୍ତିଗତ ଭାବେ ଭେଟିବେ ଭୋଟରଙ୍କୁ । ଦେବେ ପ୍ରତିଶୃତି ଆଉ ଭେଟି । ୪ ତାରିଖ ରାତି ସୁଦ୍ଧା ଅନ୍ଧାରୀ ବିଜେରେ ଦମ ଦେଖାଇବେ ବିଜେଡି ଓ ବିଜେପି ନେତାଏ । ଏମାନଙ୍କ ପାଇଁ କାମ କରୁଥିବା ଏଜେନ୍ସି ବି କାମ କରିବେ । ଏହାପରେ ଭୋଟରଙ୍କ ପାଳି । ୫ ତାରିଖ ଦିନ ଭୋଟର ଦେବେ ରାୟ । ନବୀନଙ୍କୁ ଭରସା କରିବେ କି ବିଜେପିକୁ ଭରସା କରିବେ ତାହା ଆଉ ଦିନଟିଏ ପରେ ସ୍ପଷ୍ଟ କରିଦେବେ ପଦ୍ମପୁର ବାସୀ । ଦେଖିବା ପଦ୍ମପୁରରେ ପଦ୍ମ ଫୁଟିବ କି ପୁଣି ଶଙ୍ଖ ବାଜିବ ତାହା ଖୁବଶୀଘ୍ର ସ୍ପଷ୍ଟ ହେବ ।

THE Quiver News in Odisha
Chasicare Biofloc in Odisha

Leave a Reply

Your email address will not be published. Required fields are marked *