ବିଜେଡିକୁ ସଫା କରିଦେବେ କି ଅର୍ଚ୍ଚନା ?

() ଅର୍ଚ୍ଚନା ଖୋଲିଦେଲେ ସବୁ ଗୁମର । ଖାଲି ଖୋଲିଲେନି, ଚେତାବନୀ ବି ଦେଲେ । ମୁଁ ମୁହଁ ଖୋଲିଲେ ସାରା ରାଜ୍ୟ ବଦଳିଯିବ । ମନ୍ତ୍ରୀ, ବିଧାୟକ ଓ ଅଫିସରଙ୍କ କଳା ଚିଠା ପ୍ରକାଶ କରିଦେଲେ ହଲଚଲ ହୋଇଯିବ ରାଜନୀତି । ବଦଳି ଯିବ ପୁରା ସ୍ଥିତି । ଏମିତି ଧମକ ଦେଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା । ଗତକାଲିର ବୟାନ ପରେ ଆଜି ଗଣମାଧ୍ୟମ ଆଗରେ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା ନାଗ । ଯାହା ଅର୍ଚ୍ଚନା କେଳେଙ୍କାରୀ ସହ ସମ୍ପୃକ୍ତ ଥିବା ନେତା, ମନ୍ତ୍ରୀ ଓ ଅଫିସରଙ୍କ ହାର୍ଟବିଟ୍ ବଢାଇ ଦେଇଛି । ପୋଲିସର କଡା ହେପାଜତରେ ଯିବାଆସିବା କରୁଥିବା ଅର୍ଚ୍ଚନାଙ୍କ ଏହି ବୟାନ ରାଜ୍ୟସାରା ଚର୍ଚ୍ଚାର ଖୋରାକ ପାଲଟିଛି । କେହି କେହି କହିଲେଣି ବିଜେଡି ସରକାରର ପତନ କରିଦେଇପାରେ ଏହି ଅର୍ଚ୍ଚନା କେଳେଙ୍କାରୀ ମାମଲା । ଯେମିତି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା କଂଗ୍ରେସକୁ ଧୋଇଦେଇଥିଲା , ସେପରି ବିଜେଡିକୁ ଧୋଇ ଦେବ କି ଅର୍ଚ୍ଚନା କେଳେଙ୍କାରୀ? ଏମିତି ଚର୍ଚ୍ଚା ଏବେ ଜୋର ଧରିଲାଣି ।

ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଶାସକ ଦଳର ବହୁ ନେତା, ମନ୍ତ୍ରୀ ଓ ଅଫିସର ସମ୍ପୃକ୍ତି ଥିବା ଅଭିଯୋଗ ହେଉଥିଲା । ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ହଲଚଲ ହୋଇଥିଲା । ଇଡି ଏହାର ତଦନ୍ତ କରିବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ଇଡି ତଥ୍ୟ ଠାରୁ ଚମକାଇ ଦେଇଛି ଅର୍ଚ୍ଚନାଙ୍କ ବିସ୍ଫୋରକ ମନ୍ତବ୍ୟ । ଅର୍ଚ୍ଚନା ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ମୁଁ ସବୁ ଗୁମର ଖୋଲିଦେବି । କାହାକୁ ଛାଡ଼ିବିନି । ଠିକ୍ ସମୟକୁ ଅପେକ୍ଷା କରିଛି । ମୁଁ ଯେତେବେଳେ ମୁହଁ ଖୋଲିବି ଓଡ଼ିଶା ବଦଳିଯିବ । ମୋତେ ୨ଜଣ ଫସାଇବାକୁ ଉଦ୍ୟମ କରୁଛନ୍ତି । ସେ ୨ଜଣ ପଣସା ଖାଇ ମୋ ମୁଣ୍ଡରେ ଅଠା ବୋଲିବାକୁ ଚାହୁଁଛନ୍ତି । ହେଲେ ସେମାନଙ୍କୁ ମୁଁ ଛାଡ଼ିବିନି । ସମସ୍ତଙ୍କ ପର୍ଦ୍ଦାଫାସ କରିବି । ଗୋଟି ଗୋଟି କରି ଏକ୍ସକ୍ଲୁସିଭ୍ ପ୍ରମାଣ ଦେବି । ଏଥିପାଇଁ ମୋତେ ସଫିସିଏଣ୍ଟ ସମୟ ଦରକାର ।

ଦୀର୍ଘଦିନ ପରେ ଅର୍ଚ୍ଚନାଙ୍କ ଏହି ବୟାନ ପରେ କିଛି ନେତା, ମନ୍ତ୍ରୀ ଓ ଅଫିସରଙ୍କ ଛାଡ଼ି ଧଡ଼ ଧଡ଼ ହେଲାଣି । କେମିତି ଅର୍ଚ୍ଚନା ନାଗ ଫାସରୁ ବଞ୍ଚିବେ, ସେଥିପାଇଁ କାଳେ କଉପାୟ ଖୋଜୁଛନ୍ତି । ଅର୍ଚ୍ଚନାଙ୍କ ମାୟାଜାଲରେ ଫସିଥିବା ନେତା, ମନ୍ତ୍ରୀ ଓ ବିଧାୟକ ଅଧିକାଂଶ ଶାସକ ଦଳର ବୋଲି ବାରମ୍ବାର ଅଭିଯୋଗ ହେଉଛି । ତେଣୁ ଯଦି ଅର୍ଚ୍ଚନା ସବୁ ଗୁମର ଖୋଲିଦେଲେ, ତେବେ ଏହା ଶାସକ ବିଜୁ ଜନତା ପାଇଁ ମହଙ୍ଗା ହୋଇପାରେ ବୋଲି ଚର୍ଚ୍ଚା ହେଲାଣି । ଏପରିକି ଅଞ୍ଜନାଙ୍କ ପାଇଁ କଂଗ୍ରେସ ସରକାରର ଯାହା ଅବସ୍ଥା ହୋଇଥିଲା, ଅର୍ଚ୍ଚନାଙ୍କ ପାଇଁ ବିଜେଡି ସରକାରର ସେପରି ଅବସ୍ଥା ହେବ ନାହିଁ ତ? ଏହି ପ୍ରଶ୍ନ ଏବେ ଚର୍ଚ୍ଚା ହେଲାଣି ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *