Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନବୀନଙ୍କ ମୋଦୀଙ୍କ ତାଗିତ୍

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ରାଜସ୍ୱ ବିଭାଗର ଅବହେଳା ପାଇଁ ଭୂମିହୀନଙ୍କ ଉପରେ ପଡ଼ିବ ଆଉ ଏକ ଚଡକ । ଭୂମି ତ ସରକାର ଦେଉନାହାନ୍ତି । ଏବେ ଆବାସ ମିଳିବାର ଯେଉଁ ଆଶା ରଖିଥିଲେ ଲୋକେ, ତାହା ବି ଦୂରେଇ ଯିବ । ଭୂମିହୀନ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିପାରିବ ନାହିଁ । ଅର୍ଥାତ୍ ଅବାସ ହରାଇବେ ଲକ୍ଷାଧିକ ଭୂମିହୀନ । ରାଜ୍ୟ ରାଜସ୍ୱ ବିଭାଗର ଅବେହଳା ପାଇଁ ଆଜି ଏଭଳି ଏକ ଚରମ ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଆବାସ ଯୋଜନାକୁ ନେଇ ବାହା ବାହା ନେଉଥିବା ନବୀନ ସରକାରଙ୍କୁ ମୋଦୀ ସରକାର ଦେଇଛନ୍ତି ବଡ଼ ଝଟକା । ଯେଉଁମାନଙ୍କ ପାଖରେ ଭୂମି ନାହିଁ, ସେମାନଙ୍କୁ ରାଜ୍ୟ ସରକାର ଭୂମି ଯୋଗାଇ ଦେଉନଥିବାରୁ, ଆବାସ ଯୋଜନାରେ ସେମାନେ ସାମିଲ୍ ହୋଇପାରୁନାହାନ୍ତି । ରାଜସ୍ୱ ବିଭାଗ ଭୂମିହୀନଙ୍କୁ ପଟ୍ଟା ଦେବ ବୋଲି ବର୍ଷ ବର୍ଷ ଧରି ଗଡ଼ାଇ ଚାଲିଛି । ଫଳରେ ପ୍ରାୟ ୨ ଲକ୍ଷରୁ ଅଧିକ ଭୂମିହୀନ ଆବାସ ଯୋଜନା ପାଉନାହାନ୍ତି । ଦୁର୍ଦ୍ଦିନରେ ଜରି ପାଲ ତଳେ ଦିନ କାଟୁଛନ୍ତି ।

Narendra Modi Lead Government Targets Naveen Patnaik on Pradhan Mantri Awas Yojana (PMAY) in Odisha

ଏବେ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି, ଯଦି ରାଜ୍ୟ ସରକାର ଭୂମିହୀନଙ୍କୁ ଜମି ନ ଦିଅନ୍ତି, ତାହେଲେ ସେମାନଙ୍କ ପାଇଁ ଆସିଥିବା ଆବସ କେନ୍ଦ୍ର ସରକାର ଫେରାଇ ନେବେ । ଯେଉଁ ଆବାସ ଯୋଜନା ଦିଆଯାଇଛି, ସେ କାର୍ଯ୍ୟ ଧାର୍ଯ୍ୟ ସମୟ ଭିତରେ ନ ସରିଲେ, ତାହେଲେ ରାଜ୍ୟ ସରକାର ଜରିମାନା ଦେବେ । କେବଳ ଜରିମାନା ନୁହେଁ, ଏହି ଆବାସକୁ କେନ୍ଦ୍ର ସରକାର ଫେରାଇ ନେଇ ଏହାକୁ ଉତ୍ତମ ପ୍ରଦର୍ଶନ କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ପୁନଃ ଏହି ଅନୁଦାନ ଦିଆଯିବ ।

ଏବେ ଆସିବା ଆବାସ ଯୋଜନାର ବାସ୍ତବ ସ୍ଥିତି ଆଡ଼କୁ । ଗାଁ ଗଣ୍ଡାରେ କେମିତି ଚାଲିଛି ଆବାସ ଯୋଜନା କାମ? ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଅଧିକାଂଶ ହିତାଧିକାରୀଙ୍କୁ ପଚାରିଲେ ଗୋଟିଏ ଉତ୍ତର ବାହାରିବ, ଦଳୀୟ ସମର୍ଥକଙ୍କ ଜରିଆରେ ଆବାସ ଯୋଜନାରେ ନାମ ସାମିଲ୍ କରାଯାଉଛି । ନା ସାମିଲ୍ ତ ହୋଇଯାଉଛି । ପ୍ରଥମ କିସ୍ତି ରିଲିଜ୍ ହେବା ବେଳକୁ କମିଶନ କାରବାର ହେଉଛି । କମିଶନ ନ ଦେଲେ କିସ୍ତି ମିଳୁନି । ଦଳୀୟ ଆଧାରରେ ଆବାସ ଘର ବଣ୍ଟା ଯାଉଥିବା ମାଳ ମାଳ ଅଭିଯୋଗ ଅନେକ ସ୍ଥାନରୁ ଆସୁଛି । ପିସି ପାଇଁ ଆବାସ ଯୋଜନା ଗାଁ ଗହଳିରେ ଆଣ୍ଠେଇ ପଡ଼ିଛି । ଏଥିରେ ଅନୁମୋଦିତ ହିତାଧିକାରିଙ୍କ ମଧ୍ୟରୁ ପ୍ରାୟ ୫୦ ଭାଗ ଘର ଅଧାରେ ପଡ଼ିଛି । ବର୍ଷ ବର୍ଷ ଧରି ପଡ଼ି ରହିଛି । ଏବେ ସେହିଗୁଡ଼ିକୁ କେନ୍ଦ୍ର ସରକାର ଫେରାଇନେବେ । ଏତେଦିନ ହେଲା ପଇସା ଆଣିଛ, କାମ କକାହିଁକି କରୁନ । କାମ ଯଦି ଠିକ୍ ସମୟରେ ନ ସାରିବ, ତାହେଲେ ଆବାସ ଫେରାଇନେବା ସହିତ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଜରିମାନା ଲଗାଇଦେବେ । ଆଉ ରାଜ୍ୟ ସରକାର ସେ ଜରିମାନା ହିତାଧିକାରୀଙ୍କ ମୁଣ୍ଡରେ ଲଦି ଦେବେ । ତେବେ ଦେଖାଯାଉ ଆବାସ ଯୋଜନା ସମ୍ପର୍କରେ କେନ୍ଦ୍ରର ଏଭଳି ତାଗିଦ ପରେ କି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

Exit mobile version