ଡିସେମ୍ବରରେ ହୋଇପାରେ ହଲଚଳ

ଭୁବନେଶ୍ୱର(ଦ କୁଇଭର): ଡିସେମ୍ବର ମାସରେ ହୋଇ ପାରେ ରାଜ୍ୟ ତଥା ଜାତୀୟ ରାଜନୈତିକ ହଲଚଲ । ବଦଳି ଯାଇପାରେ ସ୍ଥିତି । ସାମ୍ରାଜ୍ୟ ବଦଳିବାର ଅଭିଯାନ ବି ଆରମ୍ଭ ହୋଇପାରେ । ଏହା ହେଲେ ୨୦୨୨ରେ ନୂଆ ଇତିହାସ ହେବ । ଯାହା ଏକ ବଡ଼ ପରିବର୍ତ୍ତନର ସୂଚନା ଦେବ । ପ୍ରଥମେ ଦେଖିବା ରାଜ୍ୟ ରାଜନୀତିକୁ । ନଭେମ୍ବର ମାସରେ ଧାମନଗର ଉପନିର୍ବାଚନରେ ୨୩ବର୍ଷର ବିଜେଡି ସରକାର ମାତ ଖାଇଥିଲା । ରାଜ୍ୟରେ ଲୋକଙ୍କ ଭରସା ପାଉନଥିବା ବିଜେପିକୁ ଭରସା ଆରମ୍ଭ କଲେ । କେବଳ ସେତିକି ନୁହେଁ ବିଜେପି ବି ଆକ୍ରାମକ ହେଲା । ଡିସେମ୍ବର ପଦ୍ମପୁର ଉପନିର୍ବାଚନରେ ବିଜେପି ଫୁଲ ଦମରେ ଲାଗିଲା । ବିଜେଡିକୁ ନାକେଦମ କାଳେ କରିଦେଇଛି । ବିଜେଡି ପଦ୍ମପୁରରେ ଜିତିବ ବୋଲି ସମର୍ଥକମାନେ ଦାବି କରୁଛନ୍ତି । ହେଲେ ବିଜେପି ବି ସମାନ ଦାବି ଛାଡ଼ୁ ନାହିଁ । ପଦ୍ମପୁରରେ ପଦ୍ମ ବୋଲି ଦାବି କରୁଛି ବିଜେପି ।

ଏଭଳି ଦାବି ଜୋର ଧରୁଥିବା ବେଳେ ଯଦି ପଦ୍ମପୁର ବାଜି ବିଜେଡି ହାତରୁ ଖସିଗଲା, ତେବେ କଥା ସରିଲା । ଏହିଠାରୁ ସାରା ରାଜ୍ୟରେ ବିଜେଡି ବିରୋଧୀ ବାର୍ତ୍ତା ଚାଲିଯିବ । ବିଜେପିକୁ ଲୋକେ ଭରସା କରୁଥିବା କଥା ପ୍ରଚାର ହେବ । ଯାହା ୨୦୨୪ରେ ନିର୍ଣ୍ଣାୟକ ଭୂମିକା ନେଇ ପାରେ । ଯଦି ୨୦୨୪ ନିର୍ବାଚନରେ ଯଦି ବିଜେପି ଭଲ କଲା, ତେବେ ଇତିହାସ ସୃଷ୍ଟି ହେବ । ଏହା ତ ରାଜ୍ୟ ରାଜନୈତିକ ସ୍ଥିତିକୁ ନେଇ ଆକଳନ କରାଯାଉଛି ।

ସେହିପରି ଯଦି ଜାତୀୟ ରାଜନୀତି ଦେଖିବା ଏବେ ବିଜେପି ହିଁ ଏକମାତ୍ର ଦଳ ରହିଛି । କଂଗ୍ରେସ ଯେତେ ଚେଷ୍ଟା କଲେ ବି ଆଗକୁ ଆସି ପାରୁନାହିଁ । ବରଂ ଆଗକୁ ମାଡ଼ି ମାଡ଼ି ଚାଲିଛି ଆପ୍ । ଆପ୍ ଏଥର ଗୁଜୁରାଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛି । ଯଦି ଆପ୍ ନିର୍ଣ୍ଣାୟକ ସ୍ଥିତିକୁ ଆସିବ, ତେବେ ଗୁଜୁରାଟରେ କେବଳ ବିଜେପି ହଟିବନାହିଁ, ସାରା ଦେଶରେ ବିଜେପିକୁ ମୁକାବିଲା କରିବା ପାଇଁ ଆପ୍କୁ ମିଳିଯିବ ସୁଯୋଗ । ଏହା ବି ଏକ ଇତିହାସ ହେବ । ଆପ୍ ଭଳି ଏକ ଆଞ୍ଚଳିକ ଦଳ ଜାତୀୟ ରାଜନୀତିରେ ଦମଦାର ଏଣ୍ଟ୍ରି ମାରିବ । ଯଦି ଦେଖିବା, ଗୁଜୁରାଟ ନିର୍ବାଚନ ଆଜି ସରିଲା । ଯାହା ଫଳ ହେବା କଥା ଆଜି ସରିଛି । ୮ ତାରିଖ ଫଳ ବାହାରିଲେ, ଡିସେମ୍ବରରୁ ନୂଆ ଇତିହାସ ଅରମ୍ଭ ହେବ ନା ପୂର୍ବ ସ୍ଥିତି ରହିବ ତାହା ସ୍ପଷ୍ଟି ହୋଇଯିବ ।

THE Quiver News in Odisha
Chasicare Biofloc in Odisha

Leave a Reply

Your email address will not be published. Required fields are marked *