ବନ୍ଧା ହେଲେ ଟିଏମସି ମୁଖପାତ୍ର

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ଅତି ନିକଟତର ସାକେତ ଗୋଖଲେଙ୍କୁ ଗତକାଲି ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗୁଜୁରାଟ ପୋଲିସ ବାନ୍ଧିଥିବା ସୂଚନାମିଳିଛ । ମୋର୍ବି ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଗିରଫ ସମ୍ପର୍କରେ ତାଙ୍କ ଦଳର ସହକର୍ମୀ ତଥା ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାୟନ ସୂଚନା ଦେଇଛନ୍ତି।

ତାଙ୍କୁ ଗିରଫ କରାଯିବା ପରେ ପୋଲିସ ତାଙ୍କୁ ମାତ୍ର ୨ ମିନିଟ ପାଇଁ ଫୋନ କରିବାର ସୁଯୋଗ ଦେଇଥିଲା । ଏହାପରେ ତାଙ୍କ ଠାରୁ ମୋବାଇଲ ଫୋନ ସମେତ ସମସ୍ତ ଜିନିଷ ଜବତ କରିଛି । ଡେରେକ କହିଛନ୍ତି କି ମୋରବୀ ପୋଲ ଦୁର୍ଘଟଣା ପରେ ସାକେତଙ୍କ ନାମରେ ଅହମ୍ମଦାବାଦ ସାଇବର ଥାନାରେ ଏକ ମିଥ୍ୟା ମକୋଦ୍ଦମା ରୁଜୁ କରାଯାଇଥିଲା । ସେହି ଆଧାରରେ ଗୁଜରାଟ ପୋଲିସ ସାକେତଙ୍କୁ ଗିରଫ କରିଛି । ଡେରେକ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ସହ ତମାମ୍ ବିରୋଧୀଦଳର ନେତାମାନଙ୍କ ସ୍ୱର ଚାପି ଦେବାକୁ ବିଜେପି ପ୍ରୟାସ କରିଛି । ଏହା ପ୍ରତିଶୋଧ ରାଜନୀତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *