୭ରେ ବିଜେପି ଗଡ଼ିଲା, ୮ରେ ?

FILE PHOTO

ଭୁବନେଶ୍ୱର(ଦ କୁଇଭର): ସାତ ତାରିଖ ଦିଲ୍ଲୀ ପୌର ନିଗମ ନିର୍ବାଚନ ଫଳାଫଳରେ ଚିତପଟାଙ୍ଗ ମାରିଲା ବିଜେପି । ଉଡ଼ି ଉଡ଼ି ଆସିଲା ଆପ୍ । ଦିଲ୍ଲୀବାସୀ ନଗର ନିର୍ବାଚନରେ ବି ଆପ୍କୁ ପସନ୍ଦ କରିଛନ୍ତି । ବିଜେପିକୁ ତଡ଼ି ଦେଇଛନ୍ତି । ଏବେ ପୂରା ଦିଲ୍ଲୀ ଆପ୍ ଦଖଲରେ । ୭ ତାରିଖ ଆପ୍ ପୂରା ଫଳାଫଳ ହାତେଇ ନେଲା । ଏବେ ଅପେକ୍ଷା ହେଉଛି ୮ ତାରିଖକୁ ।

୮ ତାରିଖ ଗୁଜୁରାଟ ଓ ହିମାଚଳ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହି ଦୁଇ ରାଜ୍ୟରେ ବିଜେପିକୁ କଡ଼ା ଟକ୍କର ଦେଇଛି ଆପ୍ । ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲରେ ବିଜେପି ଦୁଇଟି ଯାକ ରାଜ୍ୟରେ ସରକାର କରିବ ବୋଲି କୁହାଯାଇଛି । ହେଲେ ତାହା ଉପରେ ଏବେ ପ୍ରଶ୍ନ ଉଠିଲାଣି । ବିଶେଷ କରି ଆପ୍ ସମର୍ଥକମାନେ ଏପରି ଆକଳନକୁ ଭୂଲ ବୋଲି କହିଛନ୍ତି । ଗୁଜୁରାଟ ଓ ହିମାଚଳରେ ଆପ୍ ବିଜେପିକୁ ଜବାବ ଦେବ । ସରକାର ନଗଢ଼ିଲେ ବି ବିରୋଧୀ ଆସନରେ ବସି ଆପ୍ ଆରଥର ପାଇଁ ପ୍ରସ୍ତୁତ ହେବ । ଯଦି କିଛି ଏପଟ ସେପଟ ହେଲା, ଆପ୍ ସରକାର ବି ଗଢ଼ିବା ସ୍ଥିତିକୁ ଆସିଯିବ ବୋଲି ଆପ୍ ଦାବି କରୁଛି ।

୮ ତାରିଖ ଯଦି ଦୁଇଟି ରାଜ୍ୟର ଫଳାଫଳ ଆପ୍ ସପକ୍ଷରେ ଗଲା, ତେବେ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟ ଭିନ୍ନ ଦିଶିବ । ଆପ୍ ଜାତୀୟ ସ୍ତରରେ ବିଜେପିର ପ୍ରତିଦ୍ୱନ୍ଦୀ ଭାବେ ଛିଡ଼ାହେବା ସ୍ପଷ୍ଟ ହୋଇଯିବ । ଯାହା ଜାତୀୟ ରାଜନୀତିକୁ ବଦଳାଇ ଦେବ । ବିଜେପି ଜାତୀୟ ସ୍ତରରେ କ୍ଷମତାକୁ ଆସିବା ପରେ କଂଗ୍ରେସ ସଫା ହୋଇ ଚାଲିଛି । କଂଗ୍ରେସ ତାର ସ୍ଥିତି ରକ୍ଷା କରିବା ପାଇଁ ଭାରତ ଯୋଡ଼ା ଯାତ୍ରା ଚଳାଇଥିବା ବେଳେ ଅପ୍ର ଗ୍ରହଣୀୟତା ଦିଲ୍ଲୀ ଓ ପଞ୍ଜାବ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ବଢ଼ୁଛି । ଆପ୍ କଥାରେ କିଛି ନକହି କେବଳ କାମରେ କରି ଦେଖାଉଛି । ତେଣୁ ଆପ୍ ଆଗକୁ ମାଡ଼ୁଥିବା ବେଳେ ବିଜେପିକୁ ଟକ୍କର ଦେଉଛି । ୮ ତାରିଖର ଫଳାଫଳରେ ଯଦି ବିଜେପି ଖସିଯିବ, ତେବେ ବିଜେପି ଆଗାମୀ ୨୦୨୪ ନିର୍ବାଚନରେ କେନ୍ଦ୍ରରେ କ୍ଷମତାକୁ ଆସିବା ବି କଷ୍ଟକର ହୋଇଯିବ ବୋଲି କୁହାଯାଉଛି । ସେଥିପାଇଁ ଅପେକ୍ଷା ୮ର ଫଳାଫଳକୁ ରହିଛି ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *