Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସୁନା ଦିଆ ଏଟିଏମ୍

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଏଣିକି ଏଟିଏମ୍ ରୁ କିଣିହେବ ସୁନା । ଟଙ୍କା ଭଳି ଏଟିଏମ୍ ରୁ ବାହାରିବ ଗୋଲ୍ଡ କଏନ । ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ଉଠାଇପାରିବେ ସୁନା ମୁଦ୍ରା । ଗ୍ରାହକଙ୍କୁ ୨୪ଙ୍ଘ୭ ସୁବିଧା ଯୋଗାଇବ ଏହି ସୁନା ଏଟିଏମ୍ । ଏବେ ଏହି ସୁବିଧା ମଧ୍ୟ ଆପଣ ଉପଲବ୍ଧ କରିପାରିବେ । ଟଙ୍କା ଉଠାଇବା ପାଇଁ ସାଧାରଣ ଏଟିଏମ୍ ପରି ଦେଖାଯାଉଥିବା ଏହି ଏଟିଏମ୍ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଥିବା ଏକ ଷ୍ଟାର୍ଟଅପ୍ ଗ/ଗ୍ଦଙକ୍ଟ୍ରରଦ୍ଭଉଙ୍କଭର କମ୍ପାନୀ ପ୍ରଥମ ଗୋଲଡ ଏଟିଏମ୍ ବେଗମ୍ପେଟରେ ସ୍ଥାପନ ହୋଇଛି । ଏହା ଦେଶର ପ୍ରଥମ ସୁନା ଏଟିଏମ୍ ଏବଂ ବିଶ୍ୱର ପ୍ରଥମ ରିଅଲ୍ ଟାଇମ୍ ସୁନା ଏଟିଏମ୍ ବୋଲି କୁହାଯାଉଛି ।

Gold ATM in India: Know About India's First Gold ATM that Comes up in Hyderabad | THE Quiver

ଏହି ଏଟିଏମ୍ ରେ ୦.୫ ଗ୍ରାମରୁ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ମୁଦ୍ରା ବାହାରି ପାରିବ । ଆଉ ତା ମୂଲ୍ୟର ରାଶି ଆପଣଙ୍କ କ୍ରେଡିଟ୍ କିମ୍ବା ଡେବିଟ କାର୍ଡରୁ କଟିଯିବ । ଏଟିଏମ୍ରେ କାର୍ଡ ପୁରାଉ ପୁରାଉ ଗୋଲ୍ଡ କଏନର ଭିନ୍ନ ଭିନ୍ନ ବିକଳ୍ପ ଆପଣଙ୍କ ସାମ୍ନାକୁ ଆସିବ । ଯେତେ ମୂଲ୍ୟର କଏନ ଆପଣଙ୍କୁ ଦରକାର ତାହା ଆପଣ ଚୟନ କଲେ ଏଟିଏନ୍ ରୁ ସେହି ଓଜନର ଗୋଲ୍ଡ କଏନ ବାହାରିବ । ତେବେ ଏହି ଏଟିଏମ୍ ୫କିଲୋଗ୍ରାମର ସୁନା ରଖିବାର କ୍ଷମତା ଅଛି । ଯାହାର ମୂଲ୍ୟ ପାଖାପାଖି ୨ରୁ୩ କୋଟି ଟଙ୍କା ହେବ ।

ଆଉ ବାହାରୁ ଥିବା ଗୋଲ୍ଡ କଏନ ୨୪କ୍ୟାରେଟ ସୁନା ଏବଂ ଟାମ୍ପର ପ୍ରୁଫ୍ ୯୯୯ ସାର୍ଟିଫାଏଡ ରହିବ । ତେବେ ଏମିତି ଗୋଟିଏ ଏଟିଏମ୍ ଲଞ୍ଜ କରାଯାଇଛି । ଆଗକୁ ଏଭଳି ଆହୁରି ଏଟିଏମ୍ ସ୍ଥାପନ କରିବାକୁ ଲକ୍ଷ ରଖିଛି । ଏହା ମାଧ୍ୟମରେ ଲୋକମାନେ ବର୍ତ୍ତମାନ ସହଜରେ ସୁନା ପାଇବେ । ଗୋଲ୍ଡକଏନ୍ ସହିତ ସୁନା କିଣିବା ସହଜ ହୋଇଯିବ । ସୁନା କିଣିବା ପାଇଁ ଗ୍ରାହକଙ୍କୁ ୨୪ଙ୍ଘ୭ ସୁବିଧା ଯୋଗାଇବା ସୁନା ଏଟିଏମର ଉଦ୍ଦେଶ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମଗ୍ର ଭାରତରେ ୩୦୦୦ ଏଟିଏମ୍ ମେସିନ୍ ଲଞ୍ଜ କରିବାକୁ ଯୋଜନା କରାଯାଛି । ଏଟିଏମ୍ର ସୁରକ୍ଷା ପାଇଁ ୩ଟି ସିସିଟିଭି କ୍ୟାମେରା ଏବଂ ସାଉଣ୍ଡ ଆଲାରାମ୍ ସିଷ୍ଟମ ବ୍ୟବସ୍ଥା ହୋଇଛି ।

Exit mobile version