ଭାଗ୍ୟକୁ ଅପେକ୍ଷା

FILE PHOTO

ଭୁବନେଶ୍ୱର(ଦ କୁଇଭର): କ’ଣ ହେବ ଭାଗ୍ୟ? କିଏ ଆଗକୁ ବଢ଼ିବ ଆଉ କାହାର ପାଦରେ ବାଜିବ କୁରାଢ଼ୀ ଚୋଟ? କିଏ ରେସର ଆଗରେ ରହି ମୁକୁଟ ପିନ୍ଧିବ ତ ଆଉ କିଏ ରେସରୁ ଆଉଟ ହେବ? କାହାର ଭାଗ୍ୟ ଖୋଲିବ ତ ଅଉ କିଏ ହେବ ଅଭାଗା ତାହା କହିବ ଡିସେମ୍ବର ୮ ତାରିଖ । ସେଥିପାଇଁ ଅଜି ସବୁଠି ଚାଲିଛି ଘଣ୍ଟା ଚକଟା । ଯୋଜନା, ପୂର୍ବାନୁମାନ ଓ କାର୍ଯ୍ୟକାରିତା ନେଇ ତର୍ଜମା କରାଯାଉଛି ।

ପ୍ରଥମେ ଓଡ଼ିଶା ପ୍ରସଙ୍ଗରୁ ଆରମ୍ଭ କରିବା । ଓଡ଼ିଶାର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ସରିଛି । ଡିସେମ୍ବର ୮ ତାରିଖ ଗଣତି ହୋଇ ଫଳ ବାହାରିବ । ଧାମନଗର ହାରିବା ପରେ ୨୩ବର୍ଷର କ୍ଷମତାସୀନ ବିଜେଡି ପାଇଁ ଏହା ବଡ଼ ଚ୍ୟାଲେଞ୍ଜ । ପଦ୍ମପୁରରେ ହାରିଲେ, ବିଜେଡି ଉପରୁ ଲୋକଙ୍କ ଭରସା ତୁଟିବା ଆରମ୍ଭ ହେବ । ଅନ୍ୟପକ୍ଷରେ ଯଦି ଏଠି ବିଜେପି ଜିତୁଛି, ତେବେ ବିଜେପି ଆଡ଼କୁ ଲୋକ ସମର୍ଥନ ଢ଼ଳିବ । ଯଦି ବିଜେପି ହାରୁଛି, ତେବେ ୨୦୨୪ରେ ବି ଲୋକେ ବିଜେପିକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯିବ । ସେଥିପାଇଁ ସମ୍ଭାବ୍ୟ ଫଳାଫଳ ନେଇ ବିଜେଡି ସମୀକ୍ଷା କରୁଛି । ନବୀନ ନିବାସରେ ବିଜେଡି ନେତାମାନେ ଏକଜୁଟ ହୋଇଛନ୍ତି । କାଲିର ଫଳାଫଳ ନେଇ ଆଲୋଚନା ହେଉଛି । ଯଦି ବିଜେଡି କଟିବ, ତେବେ ଦଳର ରଣନୀତି କ’ଣ ହେବ ତାହାର ତର୍ଜମା କରାଯାଉଛି । ଗୁରୁବାର ଫଳାଫଳ ପରେ ଦଳ ଧାର୍ଯ୍ୟ କରିବ ।

ଅନ୍ୟପକ୍ଷରେ ଡିସେମ୍ବର ୮ ତାରିଖ ଜାତୀୟ ରାଜନୀତି ପାଇଁ ନିର୍ଣ୍ଣାୟକ ହୋଇପାରେ । ଦୃତ ଗତିରେ ଆଗକୁ ବଢ଼ୁଥିବା ଆପ୍ ଆଗକୁ ମାଡ଼ିବ କି ଅଟକିଯିବ ତାହା ବି ନିର୍ଦ୍ଧାରଣ ହେବ । ୮ ତାରିଖ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଦିଲ୍ଲୀ ପୌର ନିଗମ ନିର୍ବାଚନ ଫଳ ବାହାରିବ । ଏହି ଦୁଇଟି ରାଜ୍ୟରେ ଆପ୍ ବିଜେପିକୁ ଟକ୍କର ଦେଉଛି । ଏହି ଦୁଇଟି ରାଜ୍ୟ ତଥା ଦିଲ୍ଲୀ ପୌର ନିଗମରେ ଆପ୍ ଯଦି ଭଲ ଫଳ କଲା ବା କ୍ଷମତାକୁ ନଆସିଲେ, ମଧ୍ୟ ଅଧିକ ସିଟ ନେଇ ବିରୋଧୀ ଦଳରେ ବସିଲା ତେବେ ଦଳର ଗ୍ରହଣୀୟତା ସାରା ଦେଶରେ ବଢ଼ିଯିବ ଓ ଏହା ଜାତୀୟ ଦଳ ଭାବେ ଆଗକୁ ଆସିବ । କେବଳ ସେତିକି ନୁହେଁ, ବିଜେପି ପାଇଁ କଂଗ୍ରେସ ପରିବର୍ତ୍ତେ ଆପ୍ ହେବ ସବୁଠୁ ବଡ଼ ବିପଦ । ବିଜେପି ବି ସେହିଠାରେ ଅଟକଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରୁନି ।

ଯଦି ଆପ୍ ତାର କମାଲ ଦେଖାଇ ନପାରିଲା, ତେବେ ଆପର ଡୋରୀ ଏହିଠାରେ ରହିଯିବ । ଆଉ ଆପ୍କୁ ବଢ଼ିବାକୁ ଏବେ ସୁଯୋଗ ମିଳିବ ନାହିଁ । ବିଜେପି ଏହି ଦୁଇ ରାଜ୍ୟରେ ଶାସନ କେବଳ କରିବ ନାହିଁ, ଅନ୍ୟ ରାଜ୍ୟ ଗୁଡ଼ିକରେ ବି ତାର ପ୍ରଭାବ ବଢ଼ିବ । ଏସବୁ ନିର୍ବାଚନ ଫଳାଫଳ ୮ ତାରିଖ ପ୍ରକାଶ ପାଇବ । ୮ ତାରିଖ ସଂଧ୍ୟା ସୁଦ୍ଧା ଦେଶରେ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକର ଗତି କୁଆଡ଼େ ହେଉଛି ତାହା ସ୍ପଷ୍ଟ ହୋଇଯିବ । ଗୁଜୁରାଟ, ହିମାଚଳ ଓ ଦିଲ୍ଲୀ ନିଗମ ନିର୍ବାଚନ ଫଳାଫଳ ନେଇ ଏବେ ଉଭୟ ଦଳ ମଧ୍ୟରେ ତର୍ଜମା ଚାଲିଛି । ଦଳର ସ୍ଥିତି କ’ଣ ହେବ ଓ ରଣନୀତି କ’ଣ କରାଯିବ ସେନେଇ ତର୍ଜମା କରାଯାଉଛି ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *