Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୩୦ ମିନିଟରେ ସବୁ କିଛି ଓଲଟପାଲଟ୍

FILE PHOTO

ଭୁବନେଶ୍ୱର (ଦ କୁଇଭର): ଅର୍ଚ୍ଚନା ନାଗଙ୍କ ବୟାନ ଏବେ ଓଡ଼ିଶା ସାରା ଘୁରି ବୁଲିଲାଣି । ୩୦ ମିନିଟରେ ସେ କାଳେ ସବୁ କିଛି ଓଲଟପାଲଟ୍ କରିଦେବେ । ଏହାକୁ ଗ୍ରହଣ କରାଯାଇପାରେ । ସେ ଯଦି ଏମିତି ଦାବି କରୁଛନ୍ତି, ନିଶ୍ଚିତଭାବେ କିଛି ପ୍ରମାଣ ତାଙ୍କ ପାଖରେ ଥିବ । ୧୦୦ରୁ ୧୦୦ ଭାଗ ନଥିଲେ ବି ୩୦ରୁ ୫୦ ଭାଗ ପ୍ରମାଣ ତ ସେ ରଖିଥିବେ । ଅନ୍ୟପକ୍ଷରେ ଏହା ହେଉଛି ଏକ ହାଇପ୍ରୋଫାଇଲ୍ କେଶ୍ । ଏଥିରେ କାଳେ ଆଇଏଏସ, ଆଇପିଏସ, ନେତା, ମନ୍ତ୍ରୀ, ବହୁ ବିଶିଷ୍ଟ ଶିଳ୍ପପତିମାନେ ଅଛନ୍ତି । ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଏମିତି ରାଜନେତା ଅଛନ୍ତି, ଯେଉଁମାନଙ୍କର ଗୋଟିଏ ପ୍ରମାଣ, ସେମାନଙ୍କର ଭଦ୍ର ମୁଖାକୁ ଖୋଲିଦେବ । ଯଦି ସେ କିଛି ପ୍ରମାଣ ରଖିନଥାନ୍ତେ, ତାହେଲେ ଏତେ ଜୋରରେ ଦାବି କରି କହିନଥାନ୍ତେ । ତେଣୁ ଦାବି କରି କହିବା ଟା ତାଙ୍କ ନିରାପତ୍ତାକୁ କମାଇ ଦେଉଛି । ଯଦି ସତରେ ସେ ମୁହଁ ଖୋଲିବେ, ତେବେ ଅନେକ ଲୋକଙ୍କ ଅସଲ ମୁଖ୍ୟା ଖୋଲିଯିବ ।

ଅନେକ ନେତା, ମନ୍ତ୍ରୀ ଓ ଅଫିସରମାନଙ୍କର ଇଜ୍ଜତ ବଜାରରେ ନିଲାମ ହୋଇଯିବ । ଇଜ୍ଜତ ବଞ୍ଚାଇବାକୁ ଏଭଳି ଧନୀ ଲୋକମାନେ କିଛି ବି କରିପାରିବେ । ଏଭଳି ବୟାନ ଦେଇ ଅର୍ଚ୍ଚନା ତାଙ୍କ ଜୀବନ ପ୍ରତି ବିପଦ ଟାଣି ଆଣିନାହାନ୍ତି ତ? ଆଉ ଗୋଟିଏ କଥା ଯଦି ଏଠି ଦେଖିବା, ଅର୍ଚ୍ଚନା ଯେତିକି ଦିନ ଜେଲରେ ରହିଲେଣି ଓ କୋର୍ଟକୁ ଯିବା ଆସିବା କଲେଣି, ତାଙ୍କୁ ନିଶ୍ଚିତ ଭାବେ କିଛି ବଡ଼ ବଡ଼ିଆ ତାଙ୍କୁ ଯୋଗାଯୋଗ କରିଥିବେ । ତାଙ୍କୁ କିଛି ଧମକ ଆସୁନି ତ ? ନହେଲେ ଏତେ ଦିନ ଚୁପ୍ ରହିବା ପରେ ଏବେ ହଠାତ୍ କାହିଁକି ମୁହଁ ଖୋଲିଲେ ? ତାଙ୍କୁ ଉପରେ କିଛି ଚାପ ପଡ଼ୁନାହିଁ ତ ? କିଛି ବିପଦ ତାଙ୍କ ଆଡ଼କୁ ମାଡି ଆସୁନି ତ ? ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଅନ୍ୟପଟେ ବେପାରୀ ଓ ନେତା, ଯେଉଁମାନେ ଏଥିରେ ଲିପ୍ତ ଅଛନ୍ତି, ସେମାନେ ବର୍ତ୍ତମାନ ଥରହର ହେଲେଣି । କାହା ନାଁ ଅର୍ଚ୍ଚନା କହିବେ? ହୋଟେଲ ବେପାରୀଙ୍କ ନାଁ ଆଗ ସେ ଖୋଲିଦେବେ କି ? ସେ ଦେଇଥିବା ଗିପ୍ଟ କଥା କହିଦେବେ କି ? ହୋଟେଲର ଅତିଥିମାନଙ୍କୁ ଯେଉଁ ସେବା ସେ ଦେଇଛନ୍ତି, ତାର ଗୁମର ଖୋଲିଦେବେ କି ? ବରିଷ୍ଠ ଅଧିକାରୀଙ୍କ କଳାକାରନାମା କିଛି ଖୋଲିଦେବେ କି? ଏହାକୁ ନେଇ କିଛି ହାଇପ୍ରୋଫାଇଲ ଲୋକେ ଛାନିଆ ହୋଇଗଲେଣି ।

ଅର୍ଚ୍ଚନା କଥା ଯଦି ଠିକ୍ ଥାଏ, ଯଦି ସେ ନିର୍ବାଚନ ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଦିଅନ୍ତି । ତାହେଲେ ଗଣ୍ଡଗୋଳ ହୋଇଯାଇପାରେ । ଅର୍ଚ୍ଚନାଙ୍କୁ ୨୦୨୪ ନିର୍ବାଚନ ପୂର୍ବରୁ ବାହାରକୁ ଛଡ଼ାଯିବ ନି କି? ଏମିତି କିଛି ପ୍ଲାନିଂ ଚାଲିଛି କି? ଏମିତି ବହୁତ ପ୍ରଶ୍ନ ଏବେ ଓଡ଼ିଶାରେ ଘୁରି ବୁଲୁଛି ।

Exit mobile version