ଫୁସକିଗଲା ଆପ୍

ଗୁଜୁରାଟ (ଦ କୁଇଭର): ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଫୁସକିଗଲା ଆପ୍ । ଗୁଜୁରାଟରେ ତ ମୁଣ୍ଡ ଟେକିଲା କିନ୍ତୁ ହିମାଚଳପ୍ରଦେଶରେ ଖାତା ଖୋଲିପାରିଲାନି । ଫେଲ୍ ମାରିଲା ଆପର ରଣନୀତି । ଏମସିଡି ନିର୍ବାଚନରେ ଦିଲ୍ଲୀ ଲୋକେ ଆପକୁ ଗ୍ରହଣ କଲେ କିନ୍ତୁ ଗୁଜୁରାଟ ବିଧାନସଭାରେ ଲୋକେ ବିଜେପି ଉପରେ ଆସ୍ଥା ପ୍ରକଟ କଲେ ।

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ଯେତେ ବି କୁହନ୍ତୁ, ଆପ୍ ଫୁସୁକିଗଲା । ଆସନ୍ତା ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଆପ୍ ଏହି ୨ ରାଜ୍ୟରେ ସରକାର ଗଢିବାର ସ୍ୱପ୍ନ ଦେଖିପାରିବ ନାହିଁ । ଏମସିଡି ନିର୍ବାଚନରେ ଜିତାପଟ୍ କରିବା ପରେ ଆପର ଆଶା ଥିଲା ଏହି ୨ ରାଜ୍ୟରେ ଆପ୍ ଭଲ ପ୍ରଦର୍ଶନ କରିବ । କିନ୍ତୁ ବିଧାନସଭା ନିର୍ବାଚନରେ ଆପକୁ ଗ୍ରହଣ କଲେନି ଗୁଜୁରାଟ ଓ ହିମାଚଳର ଲୋକେ । ସଠି ବିଜେପି ହିଁ ତାର ଦବଦବା ରଖିଲା ।

ଗୁଜୁରାଟ ଓ ହିମାଚଳ ପ୍ରଦେଶ ଫଳାଫଳକୁ ନେଇ ଜାତୀୟ ରାଜନୀତିରେ ଏକ ବଡ଼ ହଲଚଲ ହେବ ବୋଲି ଚର୍ଚ୍ଚା ହେଉଥିଲା । ଯଦି ଗୁଜୁରାଟ ଓ ହିମାଚଳରେ ଆପର ପ୍ରଭାବ ରହିଥାନ୍ତା । ତାହେଲେ ଜାତୀୟ ସ୍ଥିତି ଭିନ୍ନ ଥାଆନ୍ତା । ଏହି ୨ଟି ରାଜ୍ୟରେ ଆପ ତାର ଆଶତୀତ ସଫଳତା ପାଇନଥିବାରୁ ସ୍ପଷ୍ଟ ହୋଇଗଲା ଯେ, ୨୦୨୪ରେ କେନ୍ଦ୍ରରେ ସରକାର ଗଢିବ ବିଜେପି । ଯଦି ଆମେ ଆପର ରଣନୀତିକୁ ଦେଖିବା, ତେବେ ଦିଲ୍ଲୀ ଓ ପଞ୍ଜାବରେ ବଡ଼ ସଫଳତା ପାଇବା ପରେ ଆପ ଆଶା ରଖିଥିଲା ଯେ, ଗୁଜୁରାଟରେ ଆପ୍ ସରକାର ନ କଲେ ବି ବିରୋଧୀ ଦଳ ଆସନରେ ବସିବ । ସେଥିପାଇଁ ଗୁଜୁରାଟରେ ଆପ୍ ବହୁ ଜୋରସୋରରେ ଲାଗିଥିଲା । ଆପ୍ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଯାଇ ଅଟୋ ବାଲାଙ୍କ ଘରେ ଭୋଜନ କଲେ, ଏଥିରୁ ସମସ୍ତଙ୍କ ମନରେ ଧାରଣା ସୃଷ୍ଟି ହେଲା ଯେ, ଗୁଜୁରାଟରେ ବିଜେପିକୁ କଡ଼ା ଟକ୍କର ଦେବ ଆପ୍ । କିନ୍ତୁ ସେମିତି କିଛି ହେଲା ନାହିଁ । ଲୋକେ ଆପ୍ ଆପ୍ ହେଲେ, କିନ୍ତୁ ଭୋଯ୍ ବିଜେପିକୁ ଦେଲେ । ଠିକ୍ ଯେମିତି ପଦ୍ମପୁରରେ ଲୋକେ ବିଜେପି ବିଜେପି ହେଲେ, କିନ୍ତୁ ଭୋଟ୍ ଶଙ୍ଖରେ ଦେଲେ । ସେହିପରି ଗୁଜୁରାଟରେ ଲୋକେ ବିଜେପିକୁ ବିପୁଳ ଭୋଟ୍ ଦେଲେ, ଆଉ ବିଜେପି ସେଠି ପୁଣି ଶାସନ କରିବ ।

ଗୁଜୁରାଟ ନିର୍ବାଚନ ମଧ୍ୟ ଆଉ ଏକ ବଡ଼ ବାର୍ତ୍ତା ଦେଶକୁ ଦେଲା ଯେ, କଂଗ୍ରେସ କେଉଁଠି ନାହିଁ । ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ହେଉ ବା ମୋଦୀ ଭିରୋଧୀ ନାରା ହେଉ । ମୋଦୀଙ୍କୁ ହଟାଇବାକୁ ରାହୁଲ ସମର୍ଥ ନୁହଁନ୍ତି । ଯଦି ଜାତୀୟ ରାଜନୀତିକୁ ଦେଖିବା, ତେବେ ସମସ୍ତ ଆଞ୍ଚଳିକ ଦଳ କଂଗ୍ରେସ ସହିତ ମିଶିଲେ ବି ଏବେ ମୋଦୀଙ୍କୁ ସାମ୍ନା କରିବା କଷ୍ଟକର ହୋଇଯିବ । ଯାହା ଏହି ୨ଟି ରାଜ୍ୟ ପ୍ରମାଣିତ କରିଦେଲେ । ଆଞ୍ଚଳିକ ରାଜନୀତିରେ ବିଜୟ ଅଧିକାଂଶ ଯାଗାରେ ଆଞ୍ଚଳିକ ଦଳ ହିଁ କରିଥାଏ, ତାହା ଭିନ୍ନ କଥା । ଯେମିତି ଓଡ଼ିଶାରେ ନବୀନ ହେଉଛନ୍ତି ବ୍ରାଣ୍ଡ । ସେହିପରି ଭାରତରେ ମୋଦୀ ବି ଏକ ବ୍ରାଣ୍ଡ ହୋଇଗଲେଣି । ତେଣୁ ଏହି ୨ ରାଜ୍ୟରୁ ଆପର ନିରାଶା ପ୍ରଦର୍ଶନ ପରେ ଆଗାମୀ ଦିନରେ ଆପ୍ କ’ଣ ରଣନୀତି ଆପଣାଉଛି, ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *