Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବିଜେପିକୁ ବିଶ୍ୱାସ କଲେନି

ପଦ୍ମପୁର (ଦ କୁଇଭର): ବିଜେପି ଉପରେ ଆଉ ଭରଷା ପାଇଲାନି କି? ବିଜେପିକୁ ବିଶ୍ୱାସ କରିପାରିଲେନି କି ପଦ୍ମପୁର ବାସୀ? ଅପରାଜିତା ହୁଅନ୍ତୁ କି ଧର୍ମେନ୍ଦ୍ର । ଏମାନେ ପଦ୍ମପୁରବାସୀଙ୍କୁ ମନାଇ ପାରିଲେନି କି? ନା ବିଜେପି ରାଜ୍ୟ ନେତୃତ୍ୱଙ୍କ ଉପରେ ଲୋକଙ୍କର ଭରଷା ନାହିଁ । ପଦ୍ମପୁର ଫଳ ଦେଖାଇଦେଲା, ବିଜେପି ଉପରେ ଲୋକେ ଭରଷା କରିବା କଷ୍ଟ । ଯେତେ ବି ଏକଜୁଟ ହୁଅନ୍ତୁ, ନୀବନଙ୍କୁ ସାମ୍ନା କରିବା ଏ ପର୍ଯ୍ୟନ୍ତ ସମ୍ଭବ ନୁହେଁ । ଏକଥା ଆମେ କହିଥିଲୁ, ଏକା ନବୀନ ସପ୍ତରଥୀଙ୍କ ଉପରେ ଭାରି । ତାହା ଆଜି ପ୍ରମାଣିତ ହୋଇଛି । ନବୀନଙ୍କ ସିଧାସଳଖ ପ୍ରଚାର ବିଜେପିର ସବୁ ଆଶାକୁ ଧୂଳିସାତ କରିଦେଲା । ଆଉ ଲୋକେ ନବୀନଙ୍କ ଉପରେ ଆସ୍ତା ରଖି ପୁଣି ବିଜେଡିକୁ ଭୋଟ୍ ଦେଲେ ।

Padampur By Election Results: BJD Candidate Barsha Singh Bariha Leads While BJP Lose Faith Again!

ପଦ୍ମପୁର ଉପନିର୍ବାଚନ ପ୍ରଚାର ଆରମ୍ଭ ଦିନ ଠାରୁ ଉଭୟ ବିଜେଡି ଓ ବିଜେପି ବାଜି ହାତେଇବା ପାଇଁ ଲାଗିଥିଲେ । ଧାମନଗର ବାଜି ହାତେଇବା ପରେ, ବିଜେପି ଉତ୍ସାହିତ ଥିଲା । ବିଜେଡି କିନ୍ତୁ ତାର ରଣନୀତିରେ ଚାଲିଥିଲା । ବିଜେପି ଉପରେ ଭାଷଣବାଜି କରୁଥିବା ବେଳେ ବିଜେଡି ତୃଣମୂଳସ୍ତରରେ କାମ କରୁଥିଲା । ପଦ୍ମପୁରବାସୀ ବର୍ଷାଙ୍କ ଲୁହର ମାନ୍ ରଖିଲେ । ସେ ଜାଣିପାରିଲେ ପୁରୋହିତେଙ୍କ କାନ୍ଦ ଟା ଥିଲା ଛଳନା । ବର୍ଷା ପ୍ରକୃତରେ କାନ୍ଦୁଥିଲେ ବୋଲି ପଦ୍ମପୁରବାସୀ ଭାବିଥିଲେ । ଆଉ ସେହି ଅନୁସାରେ ସେ ଜବାବ୍ ବି ଦେଲେ ।
ଆଉ ଏକ କଥା ଯଦି ଦେଖିବା, ବର୍ଷାଙ୍କୁ ବିଜେପିର ନେତାମାନେ ଯେଉଁ ଆକ୍ଷେପ କଲେ, ସେଟା ବି ବିଜେଡି ପାଇଁ ବରଦାନ ହେଲା । ବର୍ଷା ଯେଉଁଠି ବି ବୋହୂ ହୁଅନ୍ତୁ । ଝିଅ ସେ ପଦ୍ମପୁରର । ଝିଅ ବାହା ହୋଇଗଲା ପରେ ବାପ ଘରୁ ଅଧିକାର ମାଗେ ।

ଯେଉଁ ଠି ସୁପ୍ରିମକୋର୍ଟ ଝିଅଙ୍କୁ ଏ ଅଧିକାର ଦେଇଛନ୍ତି, ସେଠି ବିଜେପି ତାଙ୍କ ଅଧିକାରକୁ କାଟିବା ପାଇଁ ଚେଷ୍ଟା କରୁଥିଲେ । ଲୋକେ ତାର ବି ଯବାବ ଦେଲେ । ଏହାସହ ଶେଷ ମୁହୂର୍ତ୍ତରେ ନବୀନ ଖେଳିଲେ ସରପ୍ରାଇଜ୍ କାର୍ଡ । ମୈଦାନକୁ ଓହ୍ଲାଇଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ପଦ୍ମପୁରରୁ ଜିଲ୍ଲା କରିବା ପ୍ରତିଶ୍ରୁତିକୁ ଶୁନିଶ୍ଚିତ କଲେ । ଯାହା ବିଜେଡି ପାଇଁ ଆଉ ଏକ ବୁଷ୍ଟର ଡୋଜ୍ ସଦୃଶ ହେଲା । ନବୀନ ସବୁବେଳେ ଶେଷ ମୁହୂର୍ତ୍ତରେ ମାଷ୍ଟର ଷ୍ଟ୍ରୋକ୍ ଖେଳନ୍ତି । ଯାହା ପଦ୍ମପୁରରେ ମଧ୍ୟ ଖେଳିଲେ । ଆଉ ପ୍ରଚାର ମୈଦାନକୁ ଓହ୍ଲାଇ ଦେଖାଇ ଦେଲେ ନବୀନ ହିଁ ଏକମାତ୍ର କାଫି । ତାଙ୍କ ସାମ୍ନାରେ ଯେତେ କେନ୍ଦ୍ର ମନ୍ତ୍ରୀ ଆସନ୍ତୁ କି ବଡ଼ ବଡ଼ ପୁରୁଖା ନେତା, କିଛି କାମ କରେ ନାହିଁ । ଆମେ ପୂର୍ବରୁ ହିଁ କହିଥିଲୁ, ଏକା ନବୀନ ସପ୍ତରଥିଙ୍କ ଉପରେ ଭାରୀ । ଯିଏ ବି ଆନ୍ତୁ ନବୀନ ମୈଦାନକୁ ଓହ୍ଲାଇଲେ ଭୋଟ୍ ବଦଳିଯିବ । ଆଜି ତାହା ସତ ପ୍ରମାଣିତ ହୋଇଛି ।

ବିଜେପି ଯେତେ ସହଜ ଭାବିଥିଲା, ଓଡ଼ିଶାରେ ବିଜେଡିକୁ ହରାଇବା । ତାହା ସେତେ ସହଜ ନୁହେଁ । ଧାମନଗରରେ ସିନା ଟିକେ ଟିକେରେ ଜିତିଗଲା । ହେଲେ ପଦ୍ମପୁର ଦେଖାଇଦେଲୋ, ଏବେ ବି ଓଡ଼ିଶାରେ ବିଜେଡି ସମୃଦ୍ଧ । ଦେଖିବା ୨୦୨୪ରେ ବିଜେପିର ରଣନୀତି କ’ଣ ରହୁଛି ।

Exit mobile version