ପଦ୍ମପୁର ଉପନିର୍ବାଚନ: ଆଗରେ ବିଜେଡି

FILE PHOTO

ପଦ୍ମପୁର(ଦ କୁଇଭର): ପଦ୍ମକୁ ପଛରେ ପକାଇଲା ଶଙ୍ଖ । ପଦ୍ମପୁରରେ ଏବେ ବିଜେଡି ଆଉ ବିଜେପି ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ଏବେ ସୁଦ୍ଧା ବର୍ଷା ବରିହା ପ୍ରଦୀପଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି । ଆଜି ଉପନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଏବେ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି । ତେବେ ୧୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୩୩,୫୯୬ ଭୋଟ୍ରେ ଆଗୁଆ ଅଛନ୍ତି। ଏପର୍ୟ୍ୟନ୍ତ ବିଜେଡି ପ୍ରାର୍ଥିନୀ ବର୍ଷାଙ୍କୁ ୯୮,୯୧୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଭାଜପାର ପ୍ରଦୀପଙ୍କ ସପକ୍ଷରେ ୬୫ ହଜାର ୩୨୧ ଖଣ୍ଡ ଭୋଟ୍ ଯାଇଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୧୯ ରାଉଣ୍ଡ ସୁଦ୍ଧା ୩୦୫୯ ଖଣ୍ଡ ଭୋଟ୍ ମିଳିଛି।

Chasicare Biofloc in Odisha

Leave a Reply

Your email address will not be published. Required fields are marked *