ଗଣତନ୍ତ୍ର ପାଇଁ ଏମାନେ ଫିଟ୍

FILE PHOTO

ହିମାଚଳପ୍ରଦେଶ (ଦ କୁଇଭର): ହିମାଚଳ ପ୍ରଦେଶ ଲୋକଙ୍କର ଦରକାର ବିକାଶ । ଖାଲି ପ୍ରତିଶ୍ରୁତି ନୁହେଁ, ପ୍ରତିଶ୍ରୁତି ପୂରଣ ହେବା ବି ଆବଶ୍ୟକ । ଏହା ନହେଲେ ଭୋଟ୍ ନାହିଁ । ବିକାଶ ପାଇଁ ସେମାନେ ସରକାର ବି ବଦଳାଇ ଦିଅନ୍ତି । ଯାହା ହିମାଚଳ ପ୍ରଦେଶ ଇତିହାସରେ ବି ରହିଛି । କୌଣସି ସରକାର ସେଠି ୨ୟ ପାଳି ପୂରା କରିପାରିନାହାନ୍ତି । ସେମାନେ ହିଁ ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧକୁ ଉପଲବ୍ଧି କରିଛନ୍ତି । କାରଣ ଗଣତନ୍ତ୍ରରେ ଭିଟୋ ପାୱାର କାହାକୁ ଦିଆଯାଏ ନାହିଁ । ସେଥିପାଇଁ ସରକାରଙ୍କ ପାଖରେ କ୍ୟାବିନେଟ୍ ଥାଏ । ମୁଖ୍ୟମନ୍ତ୍ରୀଙ୍କୁ ନେଇ କ୍ୟାବିନେଟ୍ ଗଠନ ହୋଇଥାଏ । ମୁଖ୍ୟ ସଚିବଙ୍କ ସାଙ୍ଗରେ ଅନ୍ୟ ସଚିବମାନେ ଥାଆନ୍ତି । ଗଣତନ୍ତ୍ର ସବୁବେଳେ ଚାହେଁ, ସୀମିତ ସମୟ ପାଇଁ କ୍ଷମତା ଦିଅ ଓ ପରିବର୍ତ୍ତନଶୀଳ ହୁଅ । ସମସ୍ତେଙ୍କୁ ସୁଯୋଗ ଦିଅ ।

ଏବେ ଆମେ ଦେଖିବା ହିମାଚଳପ୍ରଦେଶ କଥା । ଏହି ଲୋକମାନଙ୍କୁ ସମସ୍ତେ ଆଦିବାସୀ, ଜଙ୍ଗଲି ବୋଲି କୁହନ୍ତି । କିନ୍ତୁ ସେମାନେ ଗଣତନ୍ତ୍ରରେ ଏତେ ସମୃଦ୍ଧ ଓ ପରିପକ୍ୱ ଯେ, ସେମାନେ ଦେଖାଇଦେଇଛନ୍ତି ଯେ, ତାଙ୍କ ପାଖରେ ଗଣତାନ୍ତ୍ରିକ ବ୍ୟବସ୍ଥା ତାଙ୍କ ପାଖରେ ହିଁ ଅଛି । ତାଙ୍କକ ଲୋକମାନେ ସତର୍କ ଓ ସଚେତନ । ୨୦୦୩ ରେ ହିମାଚଳରେ କଂଗ୍ରେସ ସରକାର ଗଠନ କରିଥିଲା । ହେଲେ କଂଗ୍ରେସ ସେଠାରେ ସେମିତି କିଛି ବିକାଶ କରିପାରିଲା ନାହିଁ । ଲୋକମାନେ କଂଗ୍ରେସ ଉପରେ ଯେଉଁ ଭରଷା କରିଥିଲେ, ସେ ଭରଷା କଂଗ୍ରେସ ରଖିପାରିଲା ନାହିଁ । ସେଥିପାଇଁ ୨୦୦୭ ନିର୍ବାଚନରେ ଲୋକେ କଂଗ୍ରେସକୁ ହଟାଇ ବିଜେପିକୁ ଜିତାଇଲେ ।

ବିଜେପି ସରକାରକୁ ଆସିଲା । ସମାନ ପ୍ରତିଶ୍ରୁତି ଦେଇଥିଲା ବିଜେପି, ବିକାଶର ବହୁ ଚିତ୍ର ଦେଖାଇଥିଲା । କିନ୍ତୁ ବିଜେପି ସେଭଳି କିଛି କରିପାରିଲା ନାହିଁ । ତା ପରେ ୨୦୦୧୨ରେ କଂଗ୍ରେସକୁ ପୁଣି ସରକାରକୁ ଆସିଥିଲା । ହେଲେ ଲୋକେ ତାଙ୍କୁ ୫ ବର୍ଷ ଦେବା ପରେ ପୁଣି ୨୦୧୭ରେ ବିଜେପିକୁ ଦେଲେ । କାରଣ ବିଜେପି ବିକାଶ ପାଇଁ ସମୟ ମାଗିଥିଲା । ସେତେବେଳେ ସାରା ଭାରତରେ ବିଜେପିର ଶାସନ ଚାଲିଥାଏ । କିନ୍ତୁ ଲୋକଙ୍କର ଆଶା ପୂରଣ ହେଲାନି । ହିମାଚଳ ଲୋକେ ୨୦୨୨ ନିର୍ବାଚନରେ ବିଜେପିକୁ ଗଡାଇଦେଲେ । ପୁଣି କଂଗ୍ରେସକୁ କ୍ଷମତାଶୀନ କରିଛନ୍ତି ।

ଯଦି ୨୦୦୩ରୁ ୨୦୨୨ ପର୍ଯ୍ୟନ୍ତ ସ୍ଥିତିକୁ ଦେଖିବା, ହିମାଚଳ ଲୋକେ ତାଙ୍କ ରାଜ୍ୟର ବିକାଶ ପାଇଁ ତାଙ୍କ ସରକାର ବଦଳାଇ ଦେଇଛନ୍ତି । ଗଣତନ୍ତ୍ରରେ କାହାକୁ ଚିରସ୍ଥାୟୀ କରିନାହାନ୍ତି । କିନ୍ତୁ ଓଡ଼ିଶାରେ ୨୩ ବର୍ଷ ଧରି ଗୋଟିଏ ଦଳ ଶାସନ କ୍ଷମତା ଦଖଲ କରି ରଖିଛି ।

Leave a Reply

Your email address will not be published. Required fields are marked *