Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଜାଣନ୍ତୁ ଗୁଗୁଲରେ ଅଧିକ ସର୍ଚ୍ଚ ହୋଇଥିବା ସେଲିବ୍ରେଟି ?

FILE PHOTO

ମୁମ୍ବାଇ (ଦ କୁଇଭର): ଶେଷ ହେବାକୁ ଯାଉଛି ୨୦୨୨ ଏବଂ ପ୍ରତିବର୍ଷ ପରି ଏଥର ମଧ୍ୟ ଗୁଗୁଲ ବର୍ଷ ଶେଷରେ ଚଳିତ ବର୍ଷର ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରେଟିଙ୍କ ତାଲିକା ପ୍ରକାର କରିଛି । ଯାହା ଦ୍ୱାରା ଜଣାପଡିବ ଲୋକମାନେ ବର୍ଷସାରା କେଉଁ ସେଲିବ୍ରେଟିଙ୍କୁ ଅଧିକ ସର୍ଚ୍ଚ କରିଛନ୍ତି ।

ସର୍ଚ୍ଚ ଅଞ୍ଜିନ କୁହାଯାଉଥିବା ଗୁଗୁଲ ୨୦୨୨ ମସିହାରେ ସବୁଠାରୁ ଖୋଜା ଯାଇଥିବା ଭେଟେରାନ୍ ତାରକା କିଏ ? ଆପଣ ଭାବୁଥିବେ ବଲିଉଡ୍ ର ବଡ ବଡ ତାରଖା ତଥା ଅଭିନେତ୍ରୀ ଦୀପିକା, ଆଲିଆ, ଏବଂ ଟିଭି ଅଭିନେତ୍ରୀ ଉର୍ଫ୍ ୨୦୨୨ରେ ବେଶ ଚର୍ଚ୍ଚାରେ ଥିବେ ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚଳିତ ବର୍ଷର ସବୁଠୁ ସର୍ଚ୍ଚ କରାଯାଇଥିବା ସେଲିବ୍ରେଟିଙ୍କ ତାଲିକାରେ ଏମାନଙ୍କ ନାଁ ନାହିଁ । ତେବେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରେଟି ହେଉଛନ୍ତି ସୁସ୍ମିତା ସେନ ।

ତାଙ୍କ ନାଁ ଗୁଗୁଲ ତାଲିକାରେ ୫ମ ସ୍ଥାନରେ ରହିଛି । ସବୁଠାରୁ ବଡ କଥା ହେଉଛି ସେ ନିଜର ଫିଲ୍ମ କିମ୍ବା ଗୀତ ପାଇଁ ଅଧିକ ସର୍ଚ୍ଚ ହୋଇନାହାନ୍ତି ବରଂ ଲଲିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଅଧିକ ଜାଣିବା ପାଇଁ ଲୋକେ ତାଙ୍କୁ ଅଧିକ ଖୋଜିଛନ୍ତି । ତାଲିକାର ପ୍ରଥମ ସ୍ଥାନରେ ନୂପୁର ଶର୍ମା ଥିବା ବେଳେ ଦ୍ୱୀତିୟ ସ୍ଥାନରେ ଅଛନ୍ତି ରାଷ୍ଟପତି ଦ୍ରୌପଦୀ ମୁର୍ମୁ, ତୃତୀୟରେ ଋଷି ସୁନକ, ଚତୁର୍ଥରେ ଲଲିତ ମୋଦୀ ଏବଂ ପଞ୍ଚମରେ ସୁସ୍ମିତା ସେନ । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ପୁଣି ହେଉଛି । ତେବେ ଅନ୍ୟକୌଣସି ସେଲିବ୍ରେଟିଙ୍କ ନାଁ ତାଲିକାର ଟପ୍ ଟେନରେ ନଥିବା ଜଣାପଡିଛି ।

Exit mobile version