Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ତାଣ୍ଡବ ରଚିଲା ‘ମାଣ୍ଡୋସ୍’

FILE PHOTO

ଚେନ୍ନାଇ (ଦ କୁଇଭର): ଲ୍ୟାଣ୍ଡଫଲ କଲା ବାତ୍ୟା ମାଣ୍ଡୋସ୍’ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ‘ମାଣ୍ଡୋସ’ବର୍ତ୍ତମାନ ଦକ୍ଷିଣ ରାଜ୍ୟରେ ଏହାର ପ୍ରଭାବ ଦେଖାଇଛି। ବିଳମ୍ବିତ ରାତିରେ ଚେନ୍ନାଇ ନିକଟ ମାଲାପୁରମ ନିକଟରେ ଲାଣ୍ଡଫଲ କରିଛି ସାମୁଦ୍ରିକ ଝଡ ମେଣ୍ଡୋସ । ପୁଡୁଚେରୀ ଓ ଶ୍ରୀହରିକୋଟା ମଝି ସମୁଦ୍ରତଟରେ ଏହା ମାଡ଼ ହୋଇଛି । ରାତି ସାଢେ ୧ଟାରେ ଏହାର ବେଗ ଘଣ୍ଟା ପ୍ରତି ୭୫ କିମି ଥିଲା । ଭୋର ସାଢେ ୫ଟା ବେଳକୁ ଦୁର୍ବଳ ହୋଇସାରିଥିଲା । ଏହି ସମୟ ପର୍ୟ୍ୟନ୍ତ ଏଠାରେ ୧୧୫.୧ ମିମି ବର୍ଷା ହୋଇଥିଲା ।

ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ବାତ୍ୟା ଦ୍ୱାରା ପ୍ରଭାବିତ ରାଜ୍ୟଗୁଡିକର ସ୍କୁଲ ଏବଂ କଲେଜଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି।
ସୂଚନାନୁସାରେ ୩ ଘଣ୍ଟା ଭିତରେ ୬୫ରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ସାମୁଦ୍ରିକ ଝଡ ମେଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା ସହ ଜୋରରେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ଏଥି ସହିତ ତାମିଲନାଡୁ ଜେନେରେସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍ ଚେନ୍ନାଇର କେତେକ ସ୍ଥାନରେ ରକ୍ଷଣାବେକ୍ଷଣ କାର୍ୟ୍ୟ ପାଇଁ ବିଦ୍ୟୁତ୍ କାଟ କରାଯିବ ବୋଲି ଘୋଷଣା କରିଛି। ଆଇଟି କରିଡରରେ ଝଡ଼କୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ପ୍ରଭାବିତ ରହିବ। ସକାଳ ୯ ଟାରୁ ରାତି ୨ ଟା ପର୍ୟ୍ୟନ୍ତ ବିଦ୍ୟୁତ୍ ରହିବ ନାହିଁ । ରକ୍ଷଣାବେକ୍ଷଣ କାର୍ୟ୍ୟ ସମାପ୍ତ ହେବା ପରେ, ଅପରାହ୍ନ ୨ ଟା ପୂର୍ବରୁ ବିଦ୍ୟୁତ୍ ଯୋଗାଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

୧୩୦ ବର୍ଷରେ ୧୨ ଟି ସାଇକ୍ଲୋନିକ୍
୧୮୯୧ ରୁ ୨୦୨୧ ପର୍ୟ୍ୟନ୍ତ ଗତ ୧୩୦ ବର୍ଷ ମଧ୍ୟରେ ଚେନ୍ନାଇ ଏବଂ ପୁଡୁଚେରୀରେ ୧୨ ଟି ସାଇକ୍ଲୋନିକ୍ ଆସିଛି । ଏହି ମାଣ୍ଡୋସ୍’ ଘୂର୍ଣ୍ଣିବଳୟ ହେଉଛି ୧୩ ତମ ଘୂର୍ଣ୍ଣିବଳୟ ।

Exit mobile version