ଏଣିକି ୪ବର୍ଷରେ ଅନର୍ସ ଡିଗ୍ରୀ

FILE PHOTO

(ଦ କୁଇଭର): ତିନି ବର୍ଷ ପରିବର୍ତ୍ତେ ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ । ୪ ବର୍ଷ ପଢିବା ପରେ ହିଁ ସ୍ନାତକ ଡିଗ୍ରୀ ହାସଲ କରିହେବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରସ୍ତୁତ ‘ଚାରିବର୍ଷର ସ୍ନାତକ ପାଠ୍ୟକ୍ରମ ଏବଂ କ୍ରେଡିଟ୍ ଫ୍ରେମୱାର୍କ’ ଡ୍ରାଫ୍ଟ ସୋମବାର ଘୋଷଣା କରାଯିବ । ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ । ତେବେ ଏଥିରେ ଉଲ୍ଳେଖ ରହିଛି ଯେ ଯେଉଁ ଛାତ୍ରଛାତ୍ରୀ ମାନେ ୧୨୦ କ୍ରେଡିଟ ହାସଲ କରିବେ ସେମାନେ ୩ବର୍ଷରେ ୟୁଜ ସ୍ନାତକ ଡିଗ୍ରି ପାଇବାକୁ ସମର୍ଥ ହେବେ । ସେହିପରି ୧୬୦ କ୍ରେଡିଟ ସମ୍ପୂର୍ଣ୍ଣ କରି ୪ବର୍ଷରେ ସେମାନେ ୟୁଜି ଅନର୍ସ ଡିଗ୍ରି ପାଇ ପାରିବେ । ଏହା ସହିତ ଲଥିରେ ଏହା ଉଲ୍ଳେଖ କରାଯାଇଛି ଯଦି ଛାତ୍ରଛାତ୍ରୀ ଇଚ୍ଛା ପ୍ରକାଶ କରନ୍ତି ତେବେ ସେମାନେ ଏହି ୪ବର୍ଷିଆ ପାଠ୍ୟକ୍ରମରେ ରିସର୍ଚ ପ୍ରୋଜେକ୍ଟ ମଧ୍ୟ ସାମିଲ କରି ପାରିବେ । ଏହାଦ୍ୱାରା ସେମାନେ ରିସର୍ଚ ସ୍ପେସାଲାଇଜ ସହିତ ଅନର୍ସ ଡିଗ୍ରି ମଧ୍ୟ ପାଇ ପାରିବେ ।ତେବେ ଏହାର ସୂଚନା ଉକ୍ତ ଡ୍ରାଫ୍ଟ ରେ ଦିଆଯାଇଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ପ୍ରଫେସର ଡ। ଏମ ଜଗଦୀଶ କୁମାର କହିଛନ୍ତି ଯେ ୠଣଟଚ ଗ୍ରହଣ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ୨୦୨୩-୨୪ ଅଧିବେଶନରୁ ନୂତନ ସ୍କିମ୍ ଅଧୀନରେ ପ୍ରଥମ ଦ୍ୱିତୀୟ ତଥା ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଆଣିବାର ସୁଯୋଗ ଦେଇପାରିବେ । ଏହା ସଂପୃକ୍ତ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଏବଂ କାର୍ୟ୍ୟନିର୍ବାହୀ ପରିଷଦ ଦ୍ୱାରା ସ୍ଥିର ହେବ। ଚାରି ବର୍ଷର ପାଠ୍ୟକ୍ରମର ନିୟମାବଳୀକୁ ନେଇ ପ୍ରସ୍ତୁତି ଚାଲିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ କହିଛନ୍ତି ଯେ ଯେଉଁମାନେ ପ୍ରଥମ ଥର ପାଇଁ ଚାରି ବର୍ଷର ପାଠ୍ୟକ୍ରମରେ ଆଡମିଶନ କରନ୍ତି ସେମାନେ କେବଳ ସୁଯୋଗ ପାଇବେ, ଏବଂ ଏହାର ଫଳାଫଳ ଚାରି ବର୍ଷ ପରେ ଉପଲବ୍ଧ ହେବ।

ସୂଚନାଅନୁସାରେ ପୂର୍ବରୁ ଛାତ୍ରଛାତ୍ରୀ ମାନେ ୩ବର୍ଷ ମଧ୍ୟରେ ଅନର୍ସ ଡିଗ୍ରି ହାସଲ କରି ପାରୁଥିଲେ । ଏହାପରେ ସେମାନେ ଉଚ୍ଚ ଶିକ୍ଷା ପାଇଁ ଉକ୍ତ ଅନର୍ସର ଆଧାରରେ ରିସର୍ଚ ଷ୍ଟଡି କରୁଥିଲେ । ତେବେ ଏହି ନିୟମ ପ୍ରଣୟନ ପୂର୍ବରୁ ସୁନିଶ୍ଚିତ କରିବା ପାଇଁ ହେବା ପାଇଁ ମାର୍ଚ ମାସରେ ‘ୟୁଜିସି’ ପ୍ରସ୍ତାବିତ ନିୟମାବଳି ଥିବା ‘ଡ୍ରାଫ୍ଟ୍’କୁ ସାର୍ବଜନୀନ କରିଥିଲା। କିନ୍ତୁ, ଏହି ନିୟମର ପ୍ରାସଙ୍ଗିକତା ବିଷୟରେ ‘ୟୁଜିସି’ କୌଣସି ମନ୍ତବ୍ୟ ଦେଇନାହିଁ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *