ପଦ୍ମପୁର (ଦ କୁଇଭର): ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସତ କୁ ବୁଲାଇବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ପାଇଁ ଲଟକିରହିଛି । ନିଜ ଦୋଷକୁ ଚାପି ମିଛ କଥାକୁ ବଖାଣିଦେଇଛନ୍ତି ବୈଷ୍ଣବ । ରେଳ ପ୍ରକଳ୍ପ ନେଇ ବୈଷ୍ଣବ କାହିଁକି ମିଛ କହିଲେ? ଭୋଟ୍ ପାଇଁ ମିଛ କହିଲେ କି? ପଦ୍ମପୁରରେ ଲୋକଙ୍କ ଆସ୍ଥା ଜିତି ଭୋଟ୍ ନେବା ପାଇଁ ଏ ମିଛ କହିଛନ୍ତି କି? ନା ଏହାପଛରେ ଆଉ କିଛି କାରଣ ଅଛି । ନା ମିଛ କହି ପଦ୍ମପୁର ହାରିବା ପାଇଁ ଏମିତି ଯୋଜନା କରିଛନ୍ତି । ଅଶ୍ୱିନୀଙ୍କ ଆଭିମୁଖ୍ୟ କ’ଣ? ସମସ୍ତେ ଜାଣିଛନ୍ତି ମିଛଆ ଧରାପଡ଼ିଲେ, ଲୋକେ ପସନ୍ଦ କରିବେ ନାହିଁ । ଆଉ ବୈଷ୍ଣବ ଏମିତି ମିଛ କହିଲେ ଯେ, ଯାହା ତତକାଳ ଧରାପଡ଼ିଗଲା । ଆମେ ଏଠି ଆଲୋଚନା କରୁଛୁ, ଖୋର୍ଦ୍ଧା-ବଲାଙ୍ଗିର ରେଳପ୍ରକଳ୍ପ କଥା ।

ଏହି ରେଳ ପ୍ରକଳ୍ପର ସତ ଅଶ୍ୱିନୀ ବୈଷ୍ଣବ ଜାଣିଛନ୍ତି । ଧର୍ମେନ୍ଦ୍ର ବି ଜାଣିଛନ୍ତି । ଅପରାଜିତା ଜାଣିଛନ୍ତି କି ନାହିଁ, ତାହା ଭିନ୍ନ କଥା । କାହିଁକି ଏହି ୨ ମନ୍ତ୍ରୀ ଜାଣିଛନ୍ତି, ଅଶ୍ୱିନୀ ହେଲେ ରେଳ ବିଭାଗର ମନ୍ତ୍ରୀ । ଆଉ ଏହି ରେଳପଥ ପାଇଁ ଏକାଧିକ ବୈଠକରେ ସାମିଲ୍ ହୋଇଛନ୍ତି ଧର୍ମେନ୍ଦ୍ର ବାବୁ । ଏବେ ଆସିବା ଅସଲ କଥା ଉପରକୁ । କାହିଁକି ଅଶ୍ୱିନୀ ବୈଷ୍ଣବ ମିଛ କହିଲେ? ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ଖୋର୍ଦ୍ଧା ଠାରୁ ୧୧୦ କିଲୋମିଟର ଜମି ଅଧିଗୃହୀତ ହୋଇ ସାରିଛି । ବଲାଙ୍ଗୀର ଠାରୁ ମଧ୍ୟ ଜମି ଅଧିଗ୍ରହଣ ହୋଇସାରିଛି । ମଝିରେ ମାତ୍ର ୩୦ କିଲୋମିଟର ରହିଛି ଜଙ୍ଗଲ ଜମି । ଏହି ଜଙ୍ଗଏ ଜମି ଅଧିଗୃହୀତ ହୋଇଗଲେ ବା ରେଳ ପ୍ରକଳ୍ପ ପାଇଁ ମିଳିଗଲେ, ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ଭାରତର ଆଇନ ବ୍ୟବସ୍ଥା ଯାହା, ଜଙ୍ଗଲ ଜମି ଅନୁମୋଦନ କରିବା ପାଇଁ ଅନୁମୋଦନ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ ହିଁ ଦେଇଥାଏ । ରାଜ୍ୟ ସରକାର ଏଥିପାଇଁ ଆବେଦନ କରିବେ ଓ କେନ୍ଦ୍ର ସରକାର ଅନୁମୋଦନ ଦେବେ ।

ରାଜ୍ୟ ସରକାର ଆବେଦନ କରିଛି, ଆଉ ସେପଟରୁ ଉତ୍ତର ବି ଆସିଛି, ଏହା ହେଉଛି ହାତୀ କରିଡର । ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଶ୍ଚ ପ୍ରସ୍ତାବ ଯାଇଛି ଯେ, ସେ ୩୦ କିଲୋମିଟରକୁ ନଜରରେ ରଖାଯିବ, ଗାଡ଼ିର ସ୍ପିଡକୁ ୨୦ କିଲେମିଟର କରାଯିବ । ଏହାଦ୍ୱାରା ସେଠି ରେଳଲାଇନ ପାଇଁ କିଛି ଅସୁବିଧା ହେବ ନାହିଁ । ଏହି ପ୍ରସ୍ତାବ ଏବେ ପର୍ଯ୍ୟନ୍ତ କେନ୍ଦ୍ର ପାଖରେ ବିଚରାଧୀନ ଅଛି । ଯାହାକୁ କେନ୍ଦ୍ରମନ୍ତ୍ରୀମାନେ ଭଲ ଭାବେ ଜାଣିଛନ୍ତି ।

କେନ୍ଦ୍ର ଅନୁମୋଦନ ନଦେବା ପର୍ଯ୍ୟନ୍ତ ରେଳ ପ୍ରକଳ୍ପ ପାଇଁ ଜମି ଚୂଡାନ୍ତ ହୋଇପାରିବ ନାହିଁ । ଏପରିକି ଡିସେମ୍ବର ୩ ତାରିଖ ଦିନ ରାଜ୍ୟ ସରକାର ପୁଣି ଚିଠି ଲେଖିଛନ୍ତି ଯେ, ଏହି ରେଳ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିକୁ ଅନୁମୋଦନ ଦିଆଯାଉ । ଏଚିଠିର ଉତ୍ତର କେନ୍ଦ୍ର ଦେଇପାରୁଛି ନା ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିପାରୁଛି । ନିଜେ ରୋକି ଦେଇ ଲୋକଙ୍କୁ ମିଛ କହି ଭୂଆଁ ବୁଲାଇବା ପଛରେ ଅଶ୍ୱିନୀଙ୍କର ଉଦ୍ଦେଶ୍ୟ କ’ଣ? ତାଙ୍କ ମିଛ ଧରାପଡ଼ିଲେ ଲୋକେ ବିଜେପିକୁ ପ୍ରତ୍ୟାଖାନ କରିଦେବେ । ଏକଥା କ’ଣ ସେ ଜାଣିନଥିଲେ କି? ନା ବିଜେପି ପଦ୍ମପୁରରେ ପ୍ରତ୍ୟାକ୍ଷିତ ହେଉ, ସେଭଳି କିଛି ଯୋଜନା ଥିଲା କି? ତାଙ୍କ ମିଛ ବିଜେପି ଜିତୁଥିବା ବାଜି ହାରିଗଲା । ଆଉ ବୈଷ୍ଣବଙ୍କ ମିଛ ଧରାପଡ଼ିଗଲା ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *