Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସିଂ ଏବେ ସିଂଘମ, ସୁଶାନ୍ତ ସିଂଙ୍କୁ ନେଇ ସବୁଠି ଚର୍ଚ୍ଚା

FILE PHOTO

ପଦ୍ମପୁର (ଦ କୁଇଭର): ସୁଶାନ୍ତ ସିଂ ଏବେ କାଳେ ସିଂଘମ । ପୁରା ଦମ୍ ତାଙ୍କର ଦେଖାଇଦେଉଛନ୍ତି । ନବଙ୍କ ଚାପରେ ଯାକିଜୁକି ହୋଇଯାଇଥିଲେ । ରୀତା ସାହୁ ତାଙ୍କୁ କାଳେ କଣଠେସା କରି ରଖିଥିଲେ । ତାଙ୍କ ସମର୍ଥକଙ୍କ ଉପରେ ମାଡ଼ ବି କାଳେ ହେଉଥିଲା । କିଛ ଦିନ ପୂର୍ବରୁ ବେଶ୍ ଦୂରାବସ୍ତାରେ ଥିଲେ ସିଂ । ପଦ୍ମପୁର ଉପନିର୍ବାଚନର ବିଜୟ ତାଙ୍କୁ ସିଂରୁ ସିଂଘମ ବନାଇଦେଲା । ଦେଖନ୍ତୁ ଏହି ରିପୋର୍ଟ…

ପଦ୍ମପୁର ମୈଦାନରେ ଯାଇ ବୁଲି ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତା ପରେ ବଦଳିଗଲା ସ୍ଥିତି । ଉପନିର୍ବାଚନ ହାତେଇନେଲା ବିଜେଡି । ହଁ ୧୦,୧୫ ମନ୍ତ୍ରୀ, ୬୫ ବିଧାୟକ ଓ ଅନ୍ୟାନ୍ୟ ନେତାମାନେ ବରଂ କ୍ୟାମ୍ପ କରନ୍ତୁ, କିନ୍ତୁ ଜିତିଗଲେ । ଆଉ ବହୁ ଭୋଟ୍ରେ ଯିତିଲେ । ସେଟା କାଳେ ସିଂଙ୍କ କରାମତି ବୋଲି ସେ ଏବେ ଡିଣ୍ଡିମ ପିଟିଲେଣି । ଖାଲି ଡିଣ୍ଡିମ ପିଟୁନାହାନ୍ତି, ଏବେ ସେ ଆଗ କୁହା । ଯେଉଁଠି ଦେଖିବେ ସିଂଙ୍କ ବଚନ । କେତେବେଳେ ଭୋଟ୍ ଡିଲକୁ ନେଇ କହିଲେଣି ତ ଆଉ କେତେବେଳେ ୨୪ ନିର୍ବାଚନକୁ ନେଇ କହିଲେଣି । ଓ ଆଉ କେତେବେଳେ ଉପନିର୍ବାଚନରେ ତାଙ୍କ ବୀରତ୍ୱର କାହାଣୀ ବି କହିଲେଣି । ପଦ୍ମପୁର ଜିତିବା ପରେ ସୁଶାନ୍ତ ଏତେ ଉତ୍ସାହୀ ହୋଇଯାଇଛନ୍ତି ଯେ, ଆଗାମୀ ନିର୍ବାଚନରେ ୧୨୫ ଆସନ ବିଜେଡି ହାତେଇବେ ବୋଲି କହିଲେଣି ।

ସୁଶାନ୍ତ ସିଂଙ୍କ କରାମତି ସେ ଦେଖାଇଥିଲେ ବିଜେପୁର ଉପନିର୍ବାଚନରେ । ତା ପରେ ନବ ଦାସ ଆସିଲା ପରେ ନବ କାଳେ ତାଙ୍କୁ ଚାପି ଦେଇଥିଲେ । ଯେହେତୁ କଂଗ୍ରେସ ଅମଳରୁ ରୀତା ଆଉ ନବଙ୍କର ଭଲ ସମ୍ପର୍କ । ତେଣୁ ପଶ୍ଚିମ ଓଡ଼ିଶାରେ ସେ ଏକପ୍ରକାର କଣଠେସା ହୋଇ ରହିଥିଲେ । କାରଣ ନବଙ୍କର ପ୍ରଭାବ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଥିଲା । ସୁଶାନ୍ତଙ୍କ ମନ୍ତ୍ରୀ ପଦ କାଟି ରୀତାଙ୍କୁ ମନ୍ତ୍ରୀ କରାଇବା ପଛରେ କାଳେ ନବ ଦାସଙ୍କ ହାତ ଥିଲା । ତେଣୁ ସୁଶାନ୍ତଙ୍କର ପ୍ରଭାବ ଦଳ ଭିତରେ କମିଯାଇଥିଲା । ଏବେ ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ ସୁଶାନ୍ତ ପୁଣି ଜୋରରେ ମାତିଲେଣି । ପଦ୍ମପୁର ଉପନିର୍ବାଚନରେ ପରିଚଳନା ଦାୟିତ୍ୱ ସେ ନେଇଥିଲେ । ଧାମନରରେ ହାରିବା ପରେ ଶଙ୍ଖ ଦଳିଆ ଟିକେ ମଳିନ ପଡ଼ିଯାଇଥିଲେ । ଧାମନଗରରେ କଳ, ବଳ ଓ କୌଶଳ କିଛି କାମ ଦେଇନଥିଲା । ତେଣୁ ପଦ୍ମପୁରରେ ଜିତିବା ପାଇଁ ଜି ଜାନ୍ ଲଗାଇ ଦେଇଥିଲା ଶାସକ ଦଳ । ଯାହା ଫଲରେ ୪୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତି ବର୍ଷା ସିଂ ବରିହା ରେକର୍ଡ କଲେ । ଆଉ ଏହି ବିଜୟ ସିଂଙ୍କୁ ସିଙ୍ଘମ ମନାଇ ଦେଲା । ଏବେ ଦଳ ଭିତରେ ସେ କାଳେ ସିଂଘମ ।

THE Quiver News in Facebook

Exit mobile version