Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ହାଇକୋର୍ଟ ସ୍ଥାୟୀ ବେଞ୍ଚ, ଭାରି ପଡିଲା….

FILE PHOTO

ଭୁବନେଶ୍ୱର(ଦ କୁଇଭର): ଭାରି ପଡ଼ିଲା ଓକିଲଙ୍କ ଆନ୍ଦୋଳନ । ଧୂଳିସାତ୍ ହେଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଶା । ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟଭାବେ ମନା କରିଦେଲେ ସୁପ୍ରିମକୋର୍ଟ । କେବଳ ମନା କରିନାହାନ୍ତି, ଓକିଲମାନଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି । କହିଛନ୍ତି, ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ, ଯେଉଁ ଆଶା ଟିକେ ଥିଲା, ତାହା ଏଭଳି ଅଚରଣ ପରେ ସମ୍ପୂର୍ଣ୍ଣ ମଉଳିଯାଇଛି । ଭୌଗଳିକ ସ୍ଥିତି ଓ ଟେକ୍ନୋଲୋଜି ପାଇଁ ଆବେଦନ ଖାରଜ୍ ହୋଇଥିବା ଜଣାପଡ଼ିଛି । ଓକିଲଙ୍କ ଆନ୍ଦାଳନ ଓ ଆନ୍ଦୋଳନ ମଝିରେ ଯେଉଁ ଆଚରଣ, କୋର୍ଟରେ ତାଲା ପକାଇବା, ଧାରଣା ଦେବା, ଜଜଙ୍କ ରୁମରେ ଭଙ୍ଗାରୁଜା ଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଆନ୍ଦୋଳନ ବନ୍ଦ ନେଇ ଓକିଲ ସଙ୍ଘ ବିସ୍ତୃତ ରିଜୋଲେସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Lawyer Strike in Sambalpur: Demand for Permanent High Court Bench in Sambalpur District Goes in Vain

ଏହି ଘଟଣା ପରେ ଏବେ ୨ଟି କଥା ନଜରକୁ ଆସୁଛି । ଯେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯିଏ ଯାଇଥିଲେ, ସେ କାହିଁକି ଯାଇଥିଲେ? ଯଦି ଏବେ ଗଲେ, ତା ପୂର୍ବରୁ କାହିଁକି ଯାଉନଥିଲେ? ସୁପ୍ରିମକୋର୍ଟରେ ଆବେଦନ କରିବା ପଛରେ କିଛି ରାଜନୈତିକ ଯୋଜନା ନାହିଁ ତ? ସବୁବେଳେ ଯେଉଁ ପଶ୍ଚିମ ଓଡ଼ିଶା ବାସୀ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରନ୍ତି, ଏହାକୁ ନେଇ ବିରୋଧୀଙ୍କୁ ମଧ୍ୟ ସୁଯୋଗ ମିଳିଯାଏ, ସରକାରଙ୍କୁ ଘେରିବା ପାଇଁ । ସେଥିପାଇଁ ମୂଳ ମାରିଲେ ଜୀବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ସୁପ୍ରିମକୋର୍ଟରେ ହିଁ ମାମଲା ସଫା କରିଦେଲେ ସରକାରଙ୍କ ଉପରକୁ ନା ବେଞ୍ଚ ପ୍ରସଙ୍ଗ ଆସିବ ନା ବେଞ୍ଚ ପ୍ରସଙ୍ଗରେ ସରକାରଙ୍କ ଉପରକୁ କିଛି ଚାପ ପଡ଼ିବ । ଏମିତି କିଛି ହୋଇନାହିଁ ତ? ଆମେ ଭାବୁଛୁ, ସୁପ୍ରିମକୋର୍ଟ ଓକିଲମାନଙ୍କର ଯେଉଁ ବିଶୃଙ୍ଖଳିତ ଆଚରଣକୁ ନେଇ ଏଭଳି କଡ଼ା ଆଭିମୁଖ୍ୟ ନେଇ ଥାଇପାରନ୍ତି । କିନ୍ତୁ ଯଦି ଓକିଲମାନେ ନିରବରେ ଆନ୍ଦୋଳନ କରିଥାନ୍ତେ, ହୁଏତ ଏହି ପ୍ରସଙ୍ଗକୁ ଆଲୋଚନା କରାଯାଇପାରିଥାନ୍ତା ।

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଦାବି ପଛରେ ରାଜେନ÷ତିକ ଉଦ୍ଦେଶ୍ୟ ଅଛି ନା ସମ୍ବଲପୁରରେ ବାସ୍ତବରେ ସ୍ଥାୟୀ ବେଞ୍ଚ ର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ହୃଦବୋଧ କଲେ । ନା ଏମାନେ ସଠିକ୍ ଭାବେ ପକ୍ଷ ଉପସ୍ଥାପନ କରିପାରିଲେନି ଯେ ସମ୍ବଲପୁରରେ ବେଞ୍ଚ ଆବଶ୍ୟକତା ବୋଲି । ନା ଏମାନଙ୍କ ବିଶୃଙ୍ଖଳା ଦାୟୀ? ଏଥିମଧ୍ୟରୁ କେଉଁ କାରଣ ପାଇଁ ସୁପ୍ରିମକୋର୍ଟ ଏଭଳି ଏକ କଡ଼ା ନିର୍ଦ୍ଦେଶ ଦେଲେ । ତାକୁ ନେଇ ଚାଲିଛି ଆଲୋଚନା ।

Exit mobile version