Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

FILE PHOTO

ସମ୍ବଲପୁର (ଦ କୁଇଭର): ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ । ବିଜେଡି ଏକ ପ୍ରକାର ଏହି ଦାବିକୁ ଶେଷ କରିଦେବା ପରେ ବିଜେପି ତାକୁ ପୁଣି ଉସକେଇବା ଆରମ୍ଭ କରିଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି ବିଜେପି । ଫଳରେ ଏହି ପ୍ରସଙ୍ଗ ପୁଣି ଜୀବିତ ରହିବ, ଆଉ ଭିନ୍ନ ଭାବେ ଏହି ଦାବି ବିଜେପି ପକ୍ଷରୁ ଉଠା ଯାଇ ପାରେ । ଉଠାଇବା ପାଇଁ ସୁଯୋଗ ବି ତିଆରି କରାଯାଉଛି । ଏହି ପ୍ରସଙ୍ଗକୁ ବିଜେଡି ଶେଷ କରିବା ପାଇଁ ଚାହୁଁଥିବା ବେଳେ ବିଜେପି ପୁଣି ଏହି ପ୍ରସଙ୍ଗକୁ ସମ୍ନାକୁ ଆଣିଛି । ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । ଶୁଣନ୍ତୁ ପ୍ରଥମେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ନେଇ ସୁରେଶ ପୂଜାରୀ କ’ଣ କହୁଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସୁରେଶ ପୂଜାରୀ କହିଲେ ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳ କିମ୍ବା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ କୌଣସି ଆଲୋଚନା କଲେ ନାହିଁ, କି ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ରକୁ ପଠାଇଲେ ନାହିଁ । ସେଠାକାର ଲୋକଙ୍କ ପ୍ରସଙ୍ଗ ଟାକୁ ବି ଗୁରୁତର ସହ ବିଚାର କରିବାର ଥିଲା । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା କେତେ ତାହା ବି ଦେଖିବା କଥା । ଗୋଟିଏ ପୂର୍ଣ୍ଣାଙ୍ଗ ରିପୋର୍ଟ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଥିଲେ, ହୁଏତ ଆଜି ଏ ଅବସ୍ଥା ହୋଇ ନଥାନ୍ତା ।

ଆମେ ସୁରେଶ ପୁଜାରିଙ୍କ କଥାକୁ ଯଦି ତର୍ଜମା କରିବା, ବାସ୍ତବରେ ଦେଖାଯାଉ ଭୈଗଳିକ ସ୍ଥିତି ସମ୍ବଲପୁର ବରଗ. ବଲାଙ୍ଗିର, ଝାରସୁଗୁଡା ରାଉଲକେଲା ଏହି ଅଞ୍ଚଳରେ ହାଇକୋର୍ଟ ଦୂରତା ହେଉଛି ସର୍ବନିମ୍ନ ୪୦୦ କିମି । ଯଦି ଜଣେ ଲୋକ ନ୍ୟାୟ ପାଇଁ ବା ହାଇକୋର୍ଟରେ ଆବେଦନ କରିବାକୁ ୪୦୦ କିମି ଆସେ ତାହେଲେ ସେ ଅଜଥା ଖର୍ଚ୍ଚାନ୍ତ ହେଉଛି କି ନାହିଁ, ତାର ମାନସିକ ଚାପଟା ବଢୁଛି କି ନାହିଁ । ଇଏ ହେଉଛି ଏକ ବଡ ଘଟଣା । ହଁ ଏକଥା ବି ଏଠି ଯୁକ୍ତି କରାଯାଇପାରେ କେତେକ ରାଜ୍ୟରେ ଯଥା, ଗୋଆ, ଅରୁଣାଚଳପ୍ରଦେଶ, ମିଜୋରାମ ଓ ନାଗାଲାଣ୍ଡ ଭଳି ରାଜ୍ୟରେ ହାଇକୋର୍ଟ ନାହିଁ । ନ୍ୟାୟ ପାଇଁ ଗୋଟିଏ ରାଜ୍ୟ ପାର କରି ଯିବାକୁ ପଡ଼ୁଛି । ଏକଥାକୁ ଉପସ୍ଥାପନା ବି କରାଯାଇପାରେ ଏହାର କାଉଣ୍ଟର ହିସାବରେ । କିନ୍ତୁ ବାସ୍ତବ କଥା ହେଲା ଯେତେବେଳେ ନବୀନ ସରକାର ଲୋକଙ୍କ ଦୁଆର ମୁହଁରେ ଆଇନ ସେବା, ଏକଥା ସୁପ୍ରିମକୋର୍ଟ ବି ଚାହୁଁଛନ୍ତି ଲୋକଙ୍କ ପାଖରେ ଆଇନ ସେବା ପହଁଚୁ । ସେତେବେଳେ ହାଇକୋର୍ଟ ର ସ୍ଥାୟୀବେଞ୍ଚ ସମ୍ବଲପୁରରେ ପ୍ରତିଷ୍ଠା କଲେ ଅସୁବିଧା କଣ ?

ହଁ ଓକିଲ ମାନେ ସେମାନଙ୍କ ସୀମାଠୁ ଅଧିକ ଟପି ଯାଇଛନ୍ତି । କୋର୍ଟ ବର୍ଜନ କରିଛନ୍ତି । ଏହାଦ୍ୱାରା ଯେଉଁ କାର୍ଯ୍ୟାନୁଷ୍ଠାନ ସୁପ୍ରିମକୋର୍ଟ ନେଇଛନ୍ତି ତା ବି ସେଠି ଆଉ ଗୋଟେ ଆଇନ ସେବାରେ ବାଧା ସୃଷ୍ଟି ହେଉଛି । ବହୁ ଓକିଲ ଗିରଫ ହୋଇଛନ୍ତି ଓ ଅନେକଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ଏହା ମଧ୍ୟ ଗୋଟିଏ ପ୍ରସଙ୍ଗ ଥିଲା ଯାହାକୁ ଗୁରୁତର ସହ ବିଚାର କରିବାର ଥିଲା । ଏଥିରେ ରାଜନିତିର ଆବଶ୍ୟକତା ନାହିଁ । ସେପଟ ଅଞ୍ଚ ଳର ଲୋକଙ୍କ ଆବଶ୍ୟକତା ଅଛି । ଯଦି ଆମେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ କଥା ଦେଖିବା । ସେ କହିଥିଲେ ଯେ ହାଇକୋର୍ଟ ବଲାଙ୍ଗିରରେ ଥିଲା ।

ବ୍ରିଟିସ ଶାସନ ବେଳେ ହାଇକୋର୍ଟ ବଲାଙ୍ଗିରରେ ଥିଲା । ବଲାଙ୍ଗିର ଓ ସମ୍ବଲପୁରରେ ଏଞ୍ଚଳରେ ଗୋଟିଏ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଲେ ସେ ଅଞ୍ଚଳର ଲୋକମାନେ ଆଇନ ସୁବିଧା ଭଲରେ ପାଇବେ । ଏଥପ୍ରତି ସରକାର ଗୁରୁତର ଦେଇନାହାନ୍ତି । ସୁରେଶ ପୁଜାରିଙ୍କ ଏହି ବକ୍ତବ୍ୟ ସେ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ସୁହାଇବ । ଏହାକୁ ବିଜେପି ଯଦି ପ୍ରସଙ୍ଗ କରିଛି ବା ସୁରେଶ ପୁଜାରି ଯେଉଁ ଦାବି ରଖିଛନ୍ତି ଯେ ଓକିଲ ମାନଙ୍କର ଲାଇସେନଓ ରିଦ୍ଦ ନିର୍ଦ୍ଦେଶକୁ ବାତିଲ କରାଯାଉ । ତାକୁ ବି ରାଜ୍ୟର ବିଭିନ୍ନ ଜାଗାରୁ ଓକିଲମାନେ ସମର୍ଥନ କରିଲେଣି । ଏଟା ଓକିଲ ମେଳିପାଇଁ ସୁଜଗ ବି ଦେଇପାରେ ।

ଗୋଟେପଟେ ଓକିଲମେଳି ବଢାଇବ । ଆନ୍ଦୋଳନ ବଢିବ । ଅନ୍ୟପଟେ ସେପଟ ଅଞ୍ଚଳର ଲୋକଙ୍କ ପ୍ରତି ଯଦି ରାଜ୍ୟ ସରକାର ଗୁରୁତର ସହ ବିଚାର କରିବେ, ତାହେଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରେ କୌଣସି ଅସୁବିଧା ନାହିଁ । ଆଉ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବନ୍ଦ କରିବା ଦ୍ୱାରା ଆଞ୍ଚଳିକ ଭେଦଭାବକୁ ଅଧିକ ଏହା ଅଧିକ ପ୍ରତ୍ସାହିତ କରିବ । ଆଗାମୀ ଦିନରେ ଏହା ଏକ ବଡ଼ ଜନ ଆନ୍ଦୋଳନର ରୂପ ନେବ । ହଁ ଯଦି ଏହି ଜନଆନ୍ଦୋଳନରୁ ବିଜେଡି ବିଜେପି ଫାଇଦା ନେବାକୁ ଚାହୁଁଛନ୍ତି, ତାହେଲେ ସେଟା ହେଉଛି ଭିନ୍ନ ପ୍ରସଙ୍ଗ । କିନ୍ତୁ ବିକାଶ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବା ଦରକାର ।

THE Quiver News in Facebook

Exit mobile version