Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପାହାଡ଼ଗିଳା କମ୍ପାନୀ

FILE PHOTO

(ଦ କୁଇଭର): ନେତା ଓ ଅଫିସରଙ୍କୁ ହାତରେ ରଖିଲେ ଓଡ଼ିଶା ଲୁଟିବା କଷ୍ଟକର ନୁହେଁ । ଓଡ଼ିଶା ସମ୍ପଦ ଲୁଟେରାମାନଙ୍କୁ କିଛି ନେତା ଓ ଅଫିସରମାନେ ପଛପଟରୁ ସହଯୋଗ କରୁଥିବାରୁ ଶହା ଶହ କୋଟି ଟଙ୍କାର ସମ୍ପତ୍ତି ଗିଳିଯାଉଛନ୍ତି । ପାହାଡକୁ ବି ଖାଇଯାଉଛନ୍ତି ଏହି କମ୍ପାନୀମାନେ । କେବଳ ପ୍ରକୃତିକ ସମ୍ପଦକୁ ଏମାନେ ଲୁଟୁନାହାନ୍ତି, ପରିବେଶକୁ ଖିନ୍ଭିନ୍ କରୁଛନ୍ତି । ଯାହାର ବୋଝ ମୁଣ୍ଡାଉଛନ୍ତି ଗରିବ ଓଡ଼ିଆ । ଆଉ ମୁନାଫା ନେଇଛନ୍ତି ଅଣଓଡ଼ିଆ ବେପାରୀ । ଆମେ ଏଠି ଟିକେ ମନେପକାଇଦେବୁ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ କଥା । ଅଣଓଡ଼ିଆମାନଙ୍କର ଲୋଲୁପ ଦୃଷ୍ଟି କିପରି ଓଡ଼ିଶାର ଖଣିଜ ସମ୍ପଦ ଉପରେ ପଡ଼ିଛି । ସେ କ’ଣ କହିଥିଲେ ଶୁଣନ୍ତୁ ।

ଆମେ ଏଠି କହୁଛୁ, ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍ ଅଧିନ ସାହାଣିଦିହ ମୌଜାରେ ଥିବା ପାହାଡ କଥା । ଯାହା ଏବେ ପୁରା ଧ୍ୱସ୍ତବିଧ୍ୱସ୍ତ ହୋଇଗଲାଣି । ଆଇ ଇଏ ହେଉଛି ସେଇ ପାହାଡ଼ଖିଆ ପିଆରପିଏଲ କମ୍ପାନୀ । ଯିଏ ଦିନ ଦ୍ୱିପ୍ରହରରେ ଲୋକଙ୍କ ଆଖିରେ ଧୂଳି ଦେଇ ଲୁଟୁଛି କୋଟି କୋଟି ଟଙ୍କାର କଳାହିରା । ଆଉ ଏମାନଙ୍କୁ ସାହାଯ୍ୟ କରୁଛନ୍ତି ଖୋଦ୍ ପ୍ରଶାସନିକ ଅଧିକାରୀମାନେ । ଏହି ପାହାଡର ୭ ଏକର ଲିଜ୍ ସୂତ୍ରରେ ପିଆରପିଲ କମ୍ପାନୀକୁ ଦିଆଯାଇଛି । ହେଲେ ଖୋଳାଯାଇଛି ୧୨ ଏକରରୁ ଅଧିକ । ସେହିପରି ନିକଟରେ ଏକ ହଜାର ବର୍ଷର ବହୁ ପୁରାତନ ଶିବରାମ ଗୁମ୍ଫା ରହିଥିବା ବେଳେ ଏହାର ଚାରିପାଖରୁ ପଥର ଉତ୍ତୋଳନ କରି ଗୁମ୍ଫାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି ଏହି କମ୍ପାନୀ ।

ତେଣୁ ପ୍ରଶ୍ନ ଉଠୁଛି, ଏହି ପାହାଡଖିଆ କମ୍ପାନୀକୁ କିଏ ଦେଉଛି ସୁରକ୍ଷା? ଲିଜ୍ ବାହାର ଅଞ୍ଚଳରେ ଖନନକୁ କିଏ ଦେଲା ଅନୁମତି? ସବୁଦେଖି କାହିଁକି ଚୁପ୍ ଜିଲ୍ଲା ପ୍ରଶାସନ? ଏକ ହଜାର ତଳର ପୁରୁଣା ଗୁମ୍ଫାକୁ ନଷ୍ଟ କରିବାକୁ କିଏ ଦେଲା ଅନୁମତି? ଏଭଳି ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହେଲାଣି । ଅନ୍ୟପଟେ ନିକଟରେ ପାହାଡ଼ ବ୍ଲାଷ୍ଟିଂ ଫଳରେ ଘର ସବୁ ଫାଟି ଆଁ କରିବା ସହ ଭୂତଳ ଜଳ ପ୍ରଦୂଷିତ ହେଉଛି । ଏପରିକି ଚାଷ ଜମିରେ ବ୍ଲାଷ୍ଟିଂ ଫଳରେ ପାଞ୍ଚ ଇଞ୍ଚ ମୋଟେଇ ଧୂଳିରେ ଚାଷୀଙ୍କ ଚାଷ ଉଜୁଡ଼ି ଯାଉଛି । ଏହାସହ କମ୍ପାନୀରେ ଲାଗିଥିବା ଗାଡି ମାଲିକଙ୍କ ଦାଦାଗିରି ମଧ୍ୟ ଚରମସୀମାରେ ପହଞ୍ଚିଛି ।

ଆଉ କମ୍ପାନୀ ପାହାଡରୁ ଆଖିବୁଜା ଲୁଟି ଚାଲିଛନ୍ତି । ଏହାଫଳାରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ତେଣୁ ପ୍ରଶ୍ନ ଆସୁଛି, ପିଆରପିଏଲ କମ୍ପାନୀ ପଛରେ କେଉଁ ରାଜନେତାଙ୍କ ହାତ? ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିବା କେଉଁ ପରିବେଶ ଆଇନରେ ଯାଉଛି? ବେଆଇନ୍ ଲୁଟ୍ ପଛରେ କେଉଁ ପ୍ରଭାବଶାଳୀମାନେ ଅଛନ୍ତି? ସେମାନଙ୍କ ପାଖରେ ପହଞ୍ଚିପାରିବ ତ ପ୍ରଶାସନ ନା ସବୁ ଦେଖି ନିରବଦ୍ରଷ୍ଟା ସାଜିବ । ତାହା ଦେଖିବାର ବିଷୟ ।

THE Quiver News in Facebook

Exit mobile version