Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚାଇନା ସାମଗ୍ରୀ ବର୍ଜନ କର, ଦୁଇଗୁଣା ଅଧିକ ଦାମ ହେଉ ପଛେ ସ୍ୱଦେଶୀ ସାମଗ୍ରୀ କିଣ: କେଜରିୱାଲ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଚାଇନା ଉତ୍ପାଦକୁ ବୟକଟ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାଇନାର ଉତ୍ପାଦ ବଦଳରେ ଆମେ ଦୁଇଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା।
ଏହାପୂର୍ବରୁ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନା ସୈନିକଙ୍କ ସହ ଭାରତୀୟ ଯବାନଙ୍କ ସହ ସଂଘର୍ଷ କରୁଥିବା ଘଟଣାକୁ ଏଏପି ସଂଯୋଜକ କେଜରିୱାଲ ନିନ୍ଦା କରିଥିଲେ। ଆମ ସେନା ଦେଶର ଗର୍ବ ବୋଲି ଦିଲ୍ଲୀ ସେ କହିଥିଲେ। ମୁଁ ଯବାନଙ୍କର ସାହସକୁ ନମସ୍କାର କରୁଛି। ଆହତ ଯବାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ମୁଁ ଶୀଘ୍ର ସେମାନଙ୍କର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

THE Quiver News in Facebook

Exit mobile version