Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବଢିଲା ନୌସେନାର ଶକ୍ତ, ସାମିଲ ହେଲା ସ୍ୱଦେଶୀ ଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ (ଦ କୁଇଭର) ଆହୁରି ସଶକ୍ତ ହେଲା ଭାରତୀୟ ନୌସେନା । ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନଏସ୍ ମୋର୍ମୁଗାଓ । ଆଜି ନୌସେନାରେ ସାମିଲ ହେଲା ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ନେଭିରେ ସାମିଲ କରାଇଛନ୍ତି। ଯୁଦ୍ଧଜାହାଜକୁ ଜଳାବତରଣ କରିଛନ୍ତି ସେ । ଭାରତ ମହାସାଗରରେ ଚୀନର ଔଦ୍ଧତ୍ୟକୁ ଲଗାମ କଷିବ ଆଇଏନଏସ୍ ମୋର୍ମୁଗାଓ ।

ମୋର୍ମୁଗାଓଙ୍କ ଶକ୍ତିକୁ ଦେଖି ପଡ଼ୋଶୀ ଚୀନ ଓ ପାକିସ୍ତାନ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ସମସ୍ତ ପ୍ରକାର ଆଣବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ ମୋର୍ମୁଗାଓ । ଭାରତ ମହାସାଗରରେ ରହି ଭାରତର ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡେଷ୍ଟ୍ରୟର । ମୁମ୍ବାଇସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଦେଶକୁ ଉତ୍ସର୍ଗ କରାଯିବ ।

THE Quiver News in Facebook

Exit mobile version