Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବର୍ଷାଙ୍କ କାରନାମା

FILE PHOTO

ଭୁବନେଶ୍ୱର(ଦ କୁଇଭର): କ’ଣ କରିଦେଲେ ବର୍ଷା? ତାଙ୍କ କାରନାମା ଏବେ ଅନ୍ୟମାନଙ୍କ ପାଇଁ ଖୋରାକ । ସେ କରିଥିବା କାମ ବିଜେଡି ପାଇଁ ନମୂନା ପାଲଟି ଯାଇଛି । ହଁ ଆମେ କହୁଛୁ ପଦ୍ମପୁରର ବର୍ଷା ବା କାନ୍ଦୁରୀ ବର୍ଷାଙ୍କ କଥା । ଭୋଟ ମାଗିବା ବେଳେ ତାଙ୍କର ସେ କାନ୍ଦୁରୀ ମୁହଁ ଓ ଲୁହ ପୂରା ସ୍ଥିତିକୁ ବଦଳାଇ ଦେଲା । ବିଜେପି ଯେତେ ଉଦ୍ୟମ କଲେ ବି ସବୁ ଫେଲ ମାରିଲା । କାନ୍ଦୁରୀ ବର୍ଷାଙ୍କ ପଦ୍ମପୁର ଏବେ ବିଜେଡି ପାଇଁ ୨୦୨୪ ପାଇଁ ମଡେଲ ପାଲଟିଛି ।

Barsha Singh Bariha Constituency Padmapur Now Become the Model for BJD in 2024 Election | THE Quiver

ବିଜେଡି କହୁଛି ପଦ୍ମପୁର ଭଳି ଦଳ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ସଫଳ ହେବ ।
ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ବର୍ଷେ ପୂର୍ବରୁ ବିଜେଡି ୨୦୨୪ ନିର୍ବାଚନ ପାଇଁ ତାର ପସ୍ତୁତି ବିଧିବଦ୍ଧ ଭାବେ ଆରମ୍ଭ କରିବ । ଏହି ସଂକେତ ଦେଇ ଦେଲେଣି ପୁରୁଖା ନେତାମାନେ । ଏଥର ପୁରୀରୁ ଶଙ୍ଖ ବଜାଇବ ବିଜେଡି । କାର୍ଯ୍ୟକାରିଣୀ ବୈଠକରେ ପ୍ରମୁଖ ପ୍ରସଙ୍ଗ ହେବ ଆଗାମୀ ନିର୍ବାଚନ । ଦଳର ରଣନୀତି କ’ଣ ରହିବ, କେମିତି ଦଳ ପୁଣି ଥରେ କ୍ଷମତାକୁ ଆସିବ ତାହା ଉପରେ ବିଚାର ବିମର୍ଷ ହେବ । ଅଫିସରୀ ମହଲରେ ପ୍ରସ୍ତୁତ ରଣନୀତିକୁ ସେଠାରେ ପଢ଼ାଯିବ । ସେହି ଅନୁଯାୟୀ କାମ କରାଯିବ ।

ଧାମନଗର ଉପନିର୍ବାଚନରେ ବିଜେଡି ହାରିଲା । ଏହାପରେ ବୁଦ୍ଧି ଶିଖିଲା ଦଳ । ପଦ୍ମପୁର ପାଇଁ ଅଫିସରୀ ଷ୍ଟ୍ରାଟେଜୀ ପ୍ରସ୍ତୁତ କରାଗଲା । ସେହି ରଣନୀତିକୁ ଭଲାଭବେ କାର୍ଯ୍ୟକାରୀ କରିବାରେ ବର୍ଷା ହେଲେ ରୋଲମଡେଲ । ବାପାଙ୍କ ଦେହାନ୍ତ ବେଳେ ଯେତିକି କାନ୍ଦି ନଥିଲେ, ତାହାଠୁ ଅଧିକ କାନ୍ଦିଲେ ପ୍ରଚାର ବେଳେ । ତାଙ୍କ ସ୍ୱର୍ଗତ ବାପାଙ୍କ ସ୍ୱପ୍ନ କଥା କାନ୍ଦି କାନ୍ଦି ଏମିତି କହିଲେ ଯେ, ଭୋଟ ଆସିଗଲା । ପଦ୍ମପୁରରେ ବିଜେଡିର ଦୁଇଟି ଏକ୍ସପେରିମେଣ୍ଟ କାମ କଲା । ପ୍ରଥମ ହେଲା ମହିଳା ପାର୍ଥୀ, ଦ୍ୱିତୀୟ ହେଲା ପରବର୍ତ୍ତୀ ପିଢ଼ୀ ଓ ଅନୁକମ୍ପା ।

ପ୍ରାୟ ସମସ୍ତେ ଜାଣିସାରିଲେଣି, ୨୦୨୪ ନିର୍ବାଚନରେ ମିଶନଶକ୍ତିର ଭୂମିକା ଅଧିକ ରହିବ । ଅର୍ଥାତ ମହିଳାଗୋଷ୍ଠୀ ହେବେ ବିଜେଡିର ସେନା । ତାହାର ପରୀକ୍ଷା ପଦ୍ମପୁରରେ ହେଲା । ଜଣେ ଅଭିଜ୍ଞ ନେତାଙ୍କୁ ପଛରେ ପକାଇ ଜଣେ ଯୁବା ମହିଳା ବାଜି ମାରିନେବା ହେଉଛି ତାହାର ପ୍ରତୀକ । ପଦ୍ମପୁର ଉପନିର୍ବାଚନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ କ୍ୟାମ୍ପ କଲେ । ୨୩ବର୍ଷର ସରକାର ହେଲେ ବି ବହୁ ଭୋଟ ବ୍ୟବଧାନରେ ଜିତିଲେ । ତାହା ହିଁ ବିଜେଡିକୁ ଉତ୍ସାହିତ କରିଛି । ପ୍ଲାନ ତ ଥିଲା ରାଜଧାନୀରୁ । ହେଲେ ତାକୁ ବର୍ଷା ଯେପରି ନିର୍ବାହ କଲେ ତାହା ବି ବେଶ ପ୍ରଶଂସନୀୟ ।

ବର୍ଷାଙ୍କ ପ୍ରତି ବିରୋଧୀଙ୍କ ପ୍ରତିଟି ଆକ୍ଷେପକୁ ଅସ୍ତ୍ର କରିଦେଲା ବିଜେଡି । ଠିକ ସେମିତି ଆଗକୁ ବିରୋଧୀଙ୍କ କଟାକ୍ଷ ବା ଅଭିଯୋଗକୁ ଅସ୍ତ୍ର କରିବାକୁ ଧାର୍ଯ୍ୟ ହୋଇଛି । ବର୍ଷା ଯେପରି ପ୍ଲାନ ଅନୁଯାୟୀ କାମ କଲେ ତାହା ସେ ବି କହିବେ ରାଜ୍ୟର ଅନ୍ୟମାନଙ୍କୁ । ପ୍ଲାନକୁ ଠିକ ଭାବେ କାର୍ଯ୍ୟକାରୀ କରିବାରେ ବର୍ଷାଙ୍କ ସହଯୋଗ ବିଜେଡିକୁ ବାଜି ହାତେଇବାରେ ସହଯୋଗ କରିଥିଲା । ବିଜେଡି ପଦ୍ମପୁର ଫର୍ମୂଲା ସବୁଠି ଲାଗୁ କରିବାକୁ ଧାର୍ଯ୍ୟ କରିଛି । ଏହି ଫର୍ମୂଲା ପ୍ରସ୍ତୁତ ହୋଇଛି ଅଫିସରୀ ଗୋଷ୍ଠୀରେ । ୨୦୨୪ ପାଇଁ ପୂରା ମାଷ୍ଟର ପ୍ଲାନ ପ୍ରସ୍ତୁତ ସରିଛି । ସେହି ମାଷ୍ଟରପ୍ଲାନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥାପନ କରାଯିବ । ସେହି ଅନୁଯାୟୀ ଆଗାମୀ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବ ବିଜେଡି ।

Exit mobile version