Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମୂଲଚାଲ ଦ୍ୱାର ଦେଶରେ କଂଗ୍ରେସ କି ?

FILE PHOTO

ଗଜପତି(ଦ କୁଇଭର): କଂଗ୍ରେସର ଭୋଟ କେବଳ ବିକ୍ରି ଅଭିଯୋଗ ନୁହେଁ, କଂଗ୍ରେସର ନେତାମାନେ ବିକ୍ରି ହେବାକୁ ଛିଡ଼ା ହୋଇଛନ୍ତି । ତାହା ପୁଣି ବିଜେଡି ପାଖରେ ବିକ୍ରି ହେବାକୁ ସଜବାଜ ଚାଲିଛି । ପୂର୍ବରୁ ଏକାଧିକ କଂଗ୍ରେସ ନେତା ବିଜେଡି ନିକଟରେ ମୁଣ୍ଡ ବିକି ସାରିଛନ୍ତି । ଅବଶ୍ୟ ସେମାନେ ନବୀନଙ୍କ ଲୋକପ୍ରିୟତା ଦେଖି କଂଗ୍ରେସ ଛାଡ଼ିଥିବା କହିଛନ୍ତି, କିନ୍ତୁ ସେମାନେ ବିଜେଡି ପାଖରେ ବିକ୍ରି ହୋଇଥିବା ଚର୍ଚ୍ଚା ହୁଏ । କଂଗ୍ରେସର ନେତା ବିକ୍ରି ଏବେ ବି ଜାରି ରହିଥିବା କୁହାଯାଉଛି । ଏକଥା ଚର୍ଚ୍ଚାକୁ ଆସିବା ପଛରେ ବି ବଳିଷ୍ଠ କାରଣ ରହିଛି ।

https://youtu.be/YbWTZVjzjv8

ଟିକିଏ ନଜର ପକାଇ ନେବା କଂଗ୍ରେସ ନେତାଙ୍କ କାର୍ଯ୍ୟ ଉପରେ । ପ୍ରାୟ ବର୍ଷେ ହେବ କଟକ-ବାଟବାଟୀ ବିଧାୟକ ମହମ୍ମଦ ମୁକିମ ବିଜେଡି ପ୍ରତି ବେଶ ଆକୃଷ୍ଟ ହୋଇ ପଡ଼ିଛନ୍ତି । ଅବଶ୍ୟ ତାଙ୍କ ଜମି ବେପାର ଓ ବିଲ୍ଡରୀ ବେପାର ସୁରକ୍ଷା ପାଇଁ ସେ ସରକାରଙ୍କ ଗୋଡ଼ାଣିଆ ପାଲଟିଥିବା କୁହାଯାଉଛି । କିନ୍ତୁ ସେ ବିଷୟରେ ସେ କିଛି କହିନାହାନ୍ତି । ସେ କେବଳ ନବୀନଙ୍କୁ ପ୍ରଶଂସା କରୁନାହାନ୍ତି, ବରଂ ନବୀନଙ୍କ ଡାକରାରେ ଦଳ ବିରୋଧରେ ଯାଇ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ବି ଦେଇଛନ୍ତି । ଏହାବ୍ୟତୀତ ସେ ଓ ତାଙ୍କ ପରିବାର ସଦସ୍ୟ ନବୀନଙ୍କୁ ବେଶ ପ୍ରଶଂସା କରିଛନ୍ତି । ଆଗାମୀ ନିର୍ବାଚନରେ ମୋକିମ କାଳେ ବିଜେଡି ଆଡ଼ୁ ଛିଡ଼ା ହେବା ଚର୍ଚ୍ଚା ହେଉଛି । କାରଣ ବିଜେଡିକୁ ପୂର୍ବରୁ ଭୂପିନ୍ଦର ସିଂ, ଚନ୍ଦ୍ରଶେଖର ସାହୁ, ନବ ଦାସ, ପ୍ରଦୀପ ମାଝୀଙ୍କ ଭଳି କଟର କଂଗ୍ରେସୀ ନେତା ପ୍ରଶଂସା କରି ନବୀଙ୍କ ଆଗରେ ମୁଣ୍ଡ ନୁଆର୍ଇଛନ୍ତି । ଏବେ ମୋକିମ ଆଗକୁ ଆସିଛନ୍ତି ।

କେବଳ ସେତିକି ନୁହେଁ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ କଥା ଦେଖିଲେ ଆଉ କିଛି କଂଗ୍ରେସ ନେତା ବିଜେଡି ଆଗରେ ବିକ୍ରି ହେବାକୁ ସଜବାଜ ହେଉଥିବା ଜଣାପଡ଼ିଯାଉଛି । ସେ ଯାହା କହିଛନ୍ତି ତାହା ଭୁଲ ବୋଲି ଆମେ କହି ପାରିବା ନାହିଁ । ୫ଟି ସଚିବ ବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବେଶ ପ୍ରଶଂସା କରିଛନ୍ତି । ସେ କେବଳ ସ୍ୱଚ୍ଛତା ଆଣୁ ନାହାନ୍ତି, ନେତା ମାନଙ୍କ ମଧ୍ୟରେ ବି ସ୍ୱଚ୍ଛତା ସୃଷ୍ଟି କରାଉଛନ୍ତି । ଯାହା ବାସ୍ତବରେ ସ୍ୱାଗତଯୋଗ୍ୟ । ହେଲେ ବିଧାୟକ ଦାସରଥୀ ଓ ମୋକିମ ଭଳି କିଛି ବିଧାୟକ ଏକଥା ଜାଣି ପାରିଲେ । ଅନ୍ୟମାନେ ଜାଣି ପାରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠିବା ବି ଅସ୍ୱାଭାବିକ ନୁହେଁ । ହଁ ୫ଟି ସଚିବ ନିଶ୍ଚିତ ଭଲ କାମ କରୁଥିବେ । ନହେଲେ ଏମାନେ କହିଲେ କାହିଁକି । କିନ୍ତୁ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ବେଳକୁ ଏପରି କଥା ଟିକେ ଅଡ଼ୁଆ ଲାଗୁଛି ନିଶ୍ଚିତ ।
ଅନ୍ୟ ଦିଗକୁ ଦେଖିଲେ, ବିଜେଡି ଆଡ଼କୁ ଢ଼ଳିବା ବି ସ୍ୱାଭାବିକ । କାରଣ ୨୩ବର୍ଷ ଧରି କ୍ଷମତା ନାହିଁ । ବିଜେଡି କ୍ଷମତାରେ ରହି ମହାସାଗର ପାଲଟି ଗଲାଣି । ବିଜେଡିରେ ମିଶିଗଲେ, ଅନ୍ତତଃ ନବଙ୍କ ଭଳି ଯାହାଜ ଖଣ୍ଡେ ମିଳିଯିବାର ସମ୍ଭାବନା ବି ରହିଛି । ତେଣୁ ଜଣେ ପରେ ଜଣେ ନେତା ବିଜେଡି ଆଡ଼କୁ ଢ଼ଳିବା ଆରମ୍ଭ କରୁଛନ୍ତି । ଆଉ ପ୍ରାୟ କିଛି ସିଧଳ ସଳଖ ନଢ଼ଳି କଂଗ୍ରେସକୁ ବୁଡ଼ାଇବାରେ ଲାଗିଛନ୍ତି । ହେଲେ କଂଗ୍ରେସିଆ ବନ୍ଧମାନେ ଜାଣି ରଖିବା କଥା, ଏପର୍ଯ୍ୟନ୍ତ ଯେତେ ଜଣ ଯାଇଛନ୍ତି ନବଙ୍କୁ ଛାଡ଼ି ଦେଲେ ବାକି ସବୁ ଲଲିପପ ଧରି ବସିଛନ୍ତି । ତେଣୁ ବିଜେଡି ପାଖରେ ବିକ୍ରି ହେବା ପୂର୍ବରୁ ପରଖି ନିଅନ୍ତୁ ।

THE Quiver News in Facebook

Exit mobile version