Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ହକି ପ୍ରଚାରରେ ସ୍କୁଲ ପିଲା

FILE PHOTO

(ଦ କୁଇଭର): ଓଡ଼ିଶାରେ ଏବେ ହକି ବିଶ୍ୱକପକୁ ନେଇ ଚର୍ଚ୍ଚା । ସବୁଠି ହକିର ପ୍ରୋତ୍ସାହନ ଲାଗି ଉଦ୍ୟମ ଚାଲିଛି । ଏହାରି ଭିତରେ ହକି ପ୍ରୋତ୍ସାହନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଅବଦାନ ରହୁଥିବାର ଚିତ୍ର ସାମ୍ନାକୁ ଆସିଛି । ଆଉ ଏଥିରେ ସିଧାସଳଖ ନ ହେଲେ ବି ବୁଲେଇ ବଙ୍କେଇ ନିର୍ଦ୍ଦେଶ ବି ସରକାରଙ୍କର ଅଛି । ଭଲ କରି ଦେଖନ୍ତୁ ଏହି ଭିଜୁଆଲକୁ । ସ୍କୁଲର ପିଲାମାନେ କିପରି କାନ୍ଥରେ ହକି ପୋଷ୍ଟର ଲଗାଉଛନ୍ତି । ଇଏ ହେଉଛି କଟକ ନରସିଂହପୁରର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ । ଯେଉଁଠି ପିଲାମାନେ ହକି ବିଶ୍ୱକପର ପୋଷ୍ଟର ଲଗାଉଛନ୍ତି ।

Hockey World Cup 2023: School Students Engaged in Hockey World Cup Promotion in Odisha! | THE Quiver

ହକି, ଓଡ଼ିଶାର ସବୁଠୁ ବଡ଼ ଖେଳ । ବିଶ୍ୱରେ ତ ଏହାକୁ ବେଶ୍ ପ୍ରାଧାନ୍ୟ ଦିଆଯାଏ । କିନ୍ତୁ ଯଦି ହକି କଥା ଯଦି ଦେଖିବା, ତେବେ ଭାରତରେ ହକିର ଆଉ ଏକ ଏନ୍ତୁଡିଶାଳ ହେଉଛି ଓଡ଼ିଶା । ଓଡ଼ିଶାରେ ହକିକୁ ବହୁତ ପ୍ରୋତ୍ସାହନ ମିଳୁଛି । ଆଉ ବିଶେଷ କରି ନବୀନ ପଟ୍ଟନାୟକ ଆସିବା ପରେ ଏଇ କେତେ ବର୍ଷ ହେବ ହକିକୁ ଅନେକ ପ୍ରୋତ୍ସାହିତ କରାଯାଇଛି । ଆଗରୁ ୨୦ ବର୍ଷ ହେବ ଅବହେଳିତ ଅବସ୍ଥାରେ ଥିଲା, ଯାହା ହେଉ ଗତ ୩ ବର୍ଷ ମଧ୍ୟରେ ନବୀନ ହକିରେ ଗୋଟିଏ ଆକାଶ ପାତାଳ ପରିବର୍ତ୍ତନ କରିଦେଇଛନ୍ତି । ବିଶ୍ୱସ୍ତରରେ ବି ହକିକୁ ନେଇ ନବୀନଙ୍କ ନାଁ ଓ ଓଡ଼ିଶାର ନାଁ ଚର୍ଚ୍ଚା ହେଉଛି । ଏହି ହକିକୁ ଘରେ ଘରେ ପହଞ୍ଚାଇବା ପାଇଁ ସରକାର କାଳେ ଉଦ୍ୟମ କରିଛନ୍ତି । ଏଥିରେ ବାହକ ସାଜିଛନ୍ତି ସ୍କୁଲ ପିଲାମାନେ । ଅବଶ୍ୟ ଶିକ୍ଷକମାନେ ଏହାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଆମେ ପିଲାଙ୍କ ଦ୍ୱାରା ଲଗାଇନୁ । କିନ୍ତୁ ପିଲାମାନେ କହୁଚନ୍ତି, ତାଙ୍କୁ ଖେଳ ଶିକ୍ଷକ ଅଠା ଦେଇ ପୋଷ୍ଟର ଲଗାଇବାକୁ କହିଛନ୍ତି ।

ହଁ ଏଠି ଆମେ କହିପାରିବା, ହକି ପୋଷ୍ଟର ସ୍କୁଲ ପିଲାମାନେ ଲଗାଇଲେ କିଛି କ୍ଷତି ନାହିଁ । କିନ୍ତୁ ତାଙ୍କ ସୁରକ୍ଷାକୁ ଦେଖିବା ଉଚିତ୍ । ପିଲାମାନଙ୍କ ଦ୍ୱାରା କେଉଁଠି ଯଦି ସଫେଇ କରାଗଲା, ତାକୁ ନେଇ ଇସ୍ୟୁ କରାଯାଉଛି, ତାହେଲେ ଏଠି ପୋଷ୍ଟର ମାରିବା ଟା ବି ଗୋଟିଏ ଇସ୍ୟୁ କରାଯିବ । କିନ୍ତୁ ତାର ଅପରପକ୍ଷର ଉାଦ୍ଦେଶ୍ୟକୁ ଦେଖିଲେ, ଯାହା ହେଉ ଛୋଟ ଛୋଟ ସ୍କୁଲ ପିଲାମାନଙ୍କୁ ବି ହକି ପ୍ରୋତ୍ସାହନରେ ବି ଲଗାଇଛନ୍ତି ସରକାର ।

Exit mobile version