Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚୀନରେ କରୋନା ବିଭୀଷିକା ଦେଖି ସତର୍କ ହେଲା ଭାରତ

FILE PHOTO

ନୂଆଦିଲ୍ଲୀ ( ଦ କୁଇଭର): ଚୀନରେ କରୋନାର କାୟାର ବିସ୍ତାର ଦେଖି କେନ୍ଦ୍ର ସରକାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ କରୋନା ସ୍ଥିତି ଜାଣିବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାବିୟଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ଓ ଗବେଷକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଲୋଚ୍ୟ ବିଷୟବସ୍ତୁର ସାରାଂଶ ହେଉଛି, କରୋନା ଏବେସୁଦ୍ଧା ଖତମ ହୋଇନାହିଁ । ମାତ୍ର ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତ ତୟାର ।

ସବୁ ବର୍ଗର ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ଅନ୍ୟପଟେ ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ ଈୠ.୭ ଚିହ୍ନଟ ହୋଇଛନ୍ତି । ଚୀନରେ ସଂକ୍ରମ ବଢ଼ାଉଥିବା ଭୂତାଣୁ ଭାରତରେ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଓଡ଼ିଶାରେ ଚିହ୍ନଟ ହୋଇଛି । ଗୁଜରାଟରେ ୨ଟି ଓ ଓଡ଼ିଶାରେ ଗୋଟିଏ ନମୁନାରେ ବିଏଫ ସେଭେନ୍ ଭାରିଏଂଟ ଚିହ୍ନଟ ହୋଇଛି । ସେପଟେ ସମୀକ୍ଷା ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ, ସମ୍ପୂର୍ଣ୍ଣ ରୂପେ ଯାଇନି କରୋନା । ସତର୍କ ରହିବାକୁ ସେ ପରାମଶ ର୍ ଦେଇଛନ୍ତି ।

Exit mobile version