Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମମିତା ମେହେର ହତ୍ୟା ମାମଲା: ଧୋକାବାଜ କିଏ ?

FILE PHOTO

(ଦ କୁଇଭର): ମମିତା ମେହେର ହତ୍ୟା ମାମଲାରେ ଧୋକାବାଜି ଚାଲିଛି । ଧୋକାବାଜ କିଏ? ପୋଲିସ ନା ଡିଏନଏ ପରୀକ୍ଷା କରୁଥିବା ଅଧିକାରୀମାନେ ? ଗୋଟିଏ ସମ୍ବେଦନଶୀଳ ହତ୍ୟାକାଣ୍ଡ ଘଟଣାରେ ଏଭଳି ଧୋପାବାଜି ରାଜ୍ୟରେ ଅପରାଧୀଙ୍କୁ ବଢାଇବନି ଅପରାଧୀକ ମାନସିକତାକୁ ବି ପ୍ରୋତ୍ସାହନ ଦେବ । ମମିତା ମେହେର ମାମଲାରେ ସାଂଘାତିକ ଅବହେଳା ହୋଇଥିବା ନେଇ ଏବେ ଯେଉଁ ଅଭିଯୋଗ ଉଠିଛି, ତାହା ରାଜ୍ୟ ପୋଲିସର ପାରିବାପଣିଆକୁ ନୁହେଁ ତାଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଛି । ମମିତା ମେହେରଙ୍କୁ ହତ୍ୟା କରାଗଲା । ତାପରେ ତାଙ୍କ ଶବାଂଶକୁ ନେଇ ସାଇଣ୍ଟିଫିକ୍ ଟେଷ୍ଟ କରାଗଲା । ଡିଏନଏ ଟେଷ୍ଟ ପାଇଁ ତାଙ୍କ ବାପା, ମା’ଙ୍କ ଡିଏନଏ ସହ ଉଦ୍ଧାର ହୋଇଥିବା ଶବାଂଶକୁ ନେଇ ପରୀକ୍ଷା କରାଗଲା । ସେଥିରେ ଜଣାପଡ଼ିଗଲା ଯେ, ସେ ଶବାଂଶ ମମିତା ମେହେରଙ୍କର ନୁହେଁ । ଶୁଣନ୍ତୁ ଏନେଇ ଗୋବିନ୍ଦ ସାହୁଙ୍କ ଓକିଲ କ’ଣ କହୁଛନ୍ତି ।

ଓକିଲ ରିପୋର୍ଟକୁ ଆଧାର କରି କହୁଚନ୍ତି, ଯାହା ଡିଏନଏ ରିପୋର୍ଟ ଆସିଛି । କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ଏହି ଶବାଂଶ ମମିତା ମେହେରଙ୍କର ନୁହେଁ । ଅର୍ଥାତ୍ ପୋଲିସ ଏବେ ପର୍ଯ୍ୟନ୍ତ ମମିତା ମେହେରଙ୍କର ମୃତ ଦେହ ପାଖରେ ପହଞ୍ଚିପାରିନାହିଁ । ତଦନ୍ତରେ କି ତାମସା ଚାଲିଛି । ଏସଆଇଟି ହେଉ, କ୍ରାଇମବ୍ରାଞ୍ଚ ହେଉ ବା ପୋଲିସ ହେଉ । ତଦନ୍ତରେ ଏମାନେ କି ତାମସା କରୁଛନ୍ତି ତାହା ଜନସାଧାରଣ ଓ ବୁଦ୍ଧିଜୀବୀ ବିଚାର କରିବେ ।

ଆଉ ସରକାରୀ ବ୍ୟବସ୍ଥା ବି ସମୀକ୍ଷା କରିବା ଦରକାର ଯେ ଏତେବଡ଼ ଅବେହଳା କେମିତି କରୁଛନ୍ତି ସରକାରୀ ଅଧିକାରୀମାନେ । ଏଭଳି ଅଧିକାରୀଙ୍କୁ ଭବିଷ୍ୟତରେ ତଦନ୍ତର ଦାୟିତ୍ୱ ଦେବା ଉଚିତ୍ କି? ଇଏ ତ ଭିନ୍ନ ପ୍ରସଙ୍ଗ ଆସିବ । କିନ୍ତୁ ଆମେ ଏଠି କହୁଛୁ, ଯେ ଏତେ ବଡ଼ ଗୋଟିଏ ଘଟଣା ହେଲା । ଯେଉଁଥିରେ ସାରା ରାଜ୍ୟ ହୁଲୁସ୍ତୁଲ ହୋଇଥିଲା । ଏଥିରେ ଜଣେ ମନ୍ତ୍ରୀଙ୍କର ସମ୍ପୃକ୍ତି ଅଭିଯୋଗ ପରେ ସରକାର ଏହାକୁ ଗୁରୁତର ସହ ନେଲେ । ସରକାର ଏତେ ଗୁରୁତର ସହ ନେଲେ ଯେ, ବାସ୍ତବ ଶବ ବି ଉପସ୍ଥାପନ କରିପାରିଲାନି ପୋଲିସ । ଏ ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆରମ୍ଭରୁ ଷଡ଼ଯନ୍ତ୍ର ନୁହେଁ ତ ?

ଏହି ଘଟଣାରେ ପଛରେ ଥିବା ବିରାଟ ବଡ଼ ସ୍କାଣ୍ଡାଲାକୁ ଦବାଇଦେବା ପାଇଁ ତଦନ୍ତ ଆରମ୍ଭରୁ ଷଡ଼ଯନ୍ତ୍ର ନୁହେଁ ତ ? ଏଭଳି ପ୍ରଶ୍ନ ଉଠିଲାଣି । ଡିଏନଏ ରିପୋର୍ଟରେ ଏହା ମମିତାଙ୍କ ଶବ ନୁହେଁ ବୋଲି ଯେଉଁ ତଥ୍ୟ ଆସିଛି, ତାକୁ ଉତ୍ତରାଞ୍ଚଳ ଆଇଜି ଖଣ୍ଡନ କରିଛନ୍ତି । ତାଙ୍କ କହିବା କଥା ମୁଖ୍ୟ ଅଭିଯୁକ୍ତ କ୍ରାଇମ୍ ରିକ୍ରିଏସନ ବେଳେ ଦେଖାଇଥିବା ସ୍ଥାନରୁ ଦେହାବଶେଷ ବାହାର କରାଯିବା ବେଳେ ପୋଡ଼ା ହାଡ଼କୁ ପରୀକ୍ଷା ନିମନ୍ତେ ରାଜ୍ୟ ଫରେନସିକ୍ ଲ୍ୟାବକୁ ପଠାଯାଇଥିଲା । ଏଠାରେ ଦୁଇ ପ୍ରକାର ଟେଷ୍ଟ କରାଯାଇଥାଏ । ଏଥିମଧ୍ୟରୁ ନ୍ୟୁକ୍ଲିୟର ଡିଏନଏ ପରୀକ୍ଷାରୁ ଏହା ତାଙ୍କ ବାପା ମା’ଙ୍କ ଡିଏନଏ ସହ ମେଳ ଖାଇଥିଲା ।

ମାଇକ୍ରୋ ଡିଏନଏ ପରୀକ୍ଷା ରାଜ୍ୟରେ ହୋଇପାରୁନଥିବାରୁ ସିଡିଏଫଡି ହାଇଦ୍ରାବାଦକୁ ଯେଉଁ ଶବାଂଶ ପରୀକ୍ଷା ନିମନ୍ତେ ପଠାଯାଇଥିଲା, ସେଥିରେ କୌଣସି ସ୍ପଷ୍ଟ ଚିତ୍ର ଆସିନଥିଲା । ତାଙ୍କ ଶବ ଅଧିକ ପୋଡ଼ିଯାଇଥିବାରୁ ଏହା ଧରାପଡ଼ିନି । ଏହା ସ୍ପଷ୍ଟ ଜଣାପଡ଼ିଯାଉଛି, ସେ ଏହା ସଫେଇ ଦେଇଛନ୍ତି । ଏନେଇ ସରକାରଙ୍କୁ ସେ ଜଣାଇଛନ୍ତି କି ? କୋର୍ଟରେ ଏଭଳି ତଥ୍ୟ ଉପସ୍ଥାପନ କରିଛନ୍ତି କି ? ଯଦି କୋର୍ଟକୁ ଜଣାଇଛନ୍ତି, ତାହେଲେ କେବଳ ଏହି ଘଟଣାଟି କାହିଁକି ଆସିଲା ।

କାହିଁକି ଗୋବିନ୍ଦଙ୍କ ଓକିଲ ଏକଥା କହିଲେନି । ଅପରାଧ ସାଙ୍ଗରେ ଏଭଳି ଖେଳିବା ଏହି ଘଟଣାର ଅପରାଧୀଙ୍କୁ କେବଳ ପ୍ରେତ୍ସାହିତ କରିବନି । ସାରା ରାଜ୍ୟରେ ଅପରାଧୀମାନେ ଅପରାଧ ପ୍ରବଣ ହୋଇଯିବେ । ଯାହାର ନମୁନା ଏବେ ମହିଳା ବିରୋଧୀ ଅପରାଧ ଓଡ଼ିଶାରେ ବଢିଛି । ଏଭଳି ଦାୟିତ୍ୱହୀନ ତଦନ୍ତକାରୀ ଅଧିକାରୀଙ୍କୁ ନିଲମ୍ବନ ନୁହେଁ, ତାଙ୍କୁ ବହିସ୍କାର କରି ତାଙ୍କ ନାଁରେ ମାମଲା ରୁଜୁ କରିବା ଜରୁରୀ ହୋଇପଡ଼ିଲାଣି । ନ ହେଲେ ନବୀନଙ୍କର ଯେଉଁ ସ୍ୱଚ୍ଛତା ଛାପ ରହିଛି, ତାହା ଖୁବଶୀଘ୍ର ତଳେ ପଡ଼ିଯିବ ।

Exit mobile version