Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଉଜାଡୁଛନ୍ତି ଜଙ୍ଗଲ, ମାରୁଛନ୍ତି ବନ୍ୟଜନ୍ତୁ

FILE PHOTO

(ଦ କୁଇଭର): ଭିତରକନିକାରେ ଶିକାରୀ ରାଜ୍ । ଜଙ୍ଗଲ ଉଜାଡି ଦେଉଛନ୍ତି, ତାହା ପୁଣି ଜାତୀୟ ଉଦ୍ୟାନକୁ । ଯାହାକୁ ଏବେ ୱାଲର୍ଡ ହେରିଟେଜରେ ସ୍ଥାନ ଦେବା ପାଇଁ ଚାଲିଛି ଜୋରସୋର ଉଦ୍ୟମ । ସେହି ଭିତରକନିକାକୁ ଶ୍ରୀହୀନ କରିବାକୁ ଲାଗିଛନ୍ତି ଶିକାରୀମାନେ । ଆଉ ଜବର ଦଖଲ କାରୀମାନେ କୌଣସି ଓଡିଶା ଲୋକ ନୁହଁନ୍ତି । ଅଧିକାଂଶ ବାଂଲାଦେଶୀ । ସମୁଦ୍ରଭିତରେ ଆସି ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ବର୍ତ୍ତମାନ ରାଜ୍ କରୁଛନ୍ତି ।

Bhitarkanika National Park: World Heritage Bhitarkanika Wildlife Sanctuary Ecology Under Threats Now

ଆଉ ଏହି ଦେଶ ବିରୋଧୀ ଲୋକଙ୍କୁ ଭୋଟ୍ ପାଇଁ ସୁରକ୍ଷା ଦେଉଛନ୍ତି ରାଜନେତାମାନେ । ଏମାନଙ୍କ ଉପରେ ନା କଟକଣା ଅଛି ନା ଏମାନଙ୍କ ଖାନତଲାସି ହେଉଛି । ବଂର ଅଫିସରମାନଙ୍କୁ ଡରେଇ ଧମକେଇ ଏମାନଙ୍କୁ ବସତି ସ୍ଥାପନ ପାଇଁ ସୁଯୋଗ ଦିଆଯାଉଛି । ଆଉ ନେତାଙ୍କ ପ୍ରୋତ୍ସାହନରେ ଏମାନେ ଉଜାଡି ଦେଉଛନ୍ତି ଜଙ୍ଗଲ । ଭିତରକନିକା ହେଉଛି ଏକ ପ୍ରାକୃତିକ ବରଦାନ । ତାର ସୁରକ୍ଷା ଅତ୍ୟନ୍ତ ଜରୁରୀ । ନହେଲେ ଓଡିଶା ଉପକୂଳରେ ଏନେକ ସମସ୍ୟା ଦେଖାଦେବ ।

ଜୀବଜନ୍ତୁ ଗଛଲତା ବି ମରିଯିବେ । ଜୈବ ବିବିଧତା ଉଜୁଡି ଯିବ । ଜଙ୍ଗଲ ସୁରକ୍ଷା ପାଇଁ ଉଭୟ ସରକାର ଏବଂ ବନ ବିଭାଗ ଦାୟିତ୍ୱ ନେଇଥିବା ବେଳେ ଏହା ତୃଣମୂଳ ସ୍ତରରେ କିନ୍ତୁ ବିଫଳ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା, ରାଜନଗର ବ୍ଲକରେ ଥିବା ପିଞ୍ଛା ଜଙ୍ଗଲରେ, ଏହି ଜଙ୍ଗଲ ପେଣ୍ଠ ବେଳାଭୂମି ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ୟ୍ୟନ୍ତ ଲମ୍ବିଛି । ବନ ବିଭାଗ ଏହି ଜଙ୍ଗଲ ସହିତ ଏଠାକାର ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସମ୍ପୂର୍ଣ୍ଣ ଜଙ୍ଗଲକୁ ତାରଜାଲିରେ ଆବଦ୍ଧ ମଧ୍ୟ କରିଛି । ତାହା ସହିତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛି, ଯେମିତି ଜଙ୍ଗଲ ସୁରକ୍ଷାରେ କୌଣସି ବି ତ୍ରୁଟି ନ ରହିବ । ଏତେ ସବୁ ସୁରକ୍ଷା ପରେ ମଧ୍ୟ ଜଙ୍ଗଲ ଏବଂ ଜଙ୍ଗଲୀ ଜୀବଜନ୍ତୁ କ’ଣ ପାଇଁ ଅସୁରକ୍ଷିତ ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି ।

ଏହି ଜଙ୍ଗଲ ସୁରକ୍ଷା ପାଇଁ ଯେଉଁ ତାରଜାଲି ବ୍ୟବସ୍ଥା କରିଛି ବନ ବିଭାଗ, ତାହା ଏବେ ଭାଙ୍ଗିରୁଜି ଚୂରମାର, କାରଣ କିଛି ସ୍ଥାନୀୟ ଜଙ୍ଗଲୀ ମାଫିଆ ମାନେ ଏହି ଜଙ୍ଗଲକୁ ପ୍ରବେଶ କରିବା ନିମନ୍ତେ ଏହି ତାରଜାଲିକୁ ଭାଙ୍ଗି ଜଙ୍ଗଲକୁ ପ୍ରବେଶ କରୁଛନ୍ତି, ତାହା ପୁଣି ଦିନ ଦ୍ୱିପହରରେ । ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । କିପରି ତାର ଜାଲିକୁ ଭାଙ୍ଗି ଜଙ୍ଗଲ ଭିତରେ ପ୍ରବେଶ କରୁଛନ୍ତି । ଜଙ୍ଗଲକୁ ପ୍ରବେଶ କରି ଜଙ୍ଗଲର ଜୀବଜନ୍ତୁ ମାନଙ୍କୁ ହତ୍ୟା ମଧ୍ୟ କରୁଛନ୍ତି । ଯାହା ଏବେ ସ୍ଥାନୀୟ ଲୋକମାନଙ୍କ ମନରେ ସଂନ୍ଦେହ ଉପୁଜିଲାଣି । ତେଣୁ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଅଞ୍ଚଳ ଜନ ସାଧାରଣଙ୍କ ପାଇଁ ନିଷିଧାଞ୍ଚଳ ଏବଂ ସେଠାରେ ଜଙ୍ଗଲ ସୁରକ୍ଷାକର୍ମୀମାନଙ୍କ ପହରା ଦେଉଛନ୍ତି, ସେହି ଏରିଆକୁ କେମିତି ଯାଉଛନ୍ତି ଜଙ୍ଗଲ ମାଫିଆ? କ’ଣ କରୁଛି ବନ ବିଭାଗ? ଜଙ୍ଗଲ ମାଫିଆଙ୍କ ସହ ବନ ବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ନାହିଁ ତ? ଏଭଳି ପ୍ରଶ୍ନ ଏବେ ସୃଷ୍ଟି ହେଲାଣି ।

ଅନ୍ୟପକ୍ଷରେ ଯେଉଁ ଗଳା ବାଟ ତିଆରି କରିଛନ୍ତି ଶିକାରୀ ମାନେ ସେହି ବାଟ ଦେଇ ଜଙ୍ଗଲୀ ବାରାହମାନେ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି, ଫଳରେ ସ୍ଥାନୀୟ ଲୋକମାନଙ୍କ ଚାଷ ଜମିରେ ପଶି ଚାଷ ଖେତକୁ ନଷ୍ଟ କରିବା ସହିତ ଲୋକ ମାନଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି ।

Exit mobile version