ଇଏ ହେଉଛି ନବୀନଙ୍କ ରାଜନୀତି

FILE PHOTO

(ଦ କୁଇଭର): ନବୀନ ରାଜ୍ୟରେ ଯାହା କରନ୍ତୁ କି ନକରନ୍ତୁ । କେନ୍ଦ୍ରରୁ ନିଜ ହକ୍ ମାଗିବାରେ କେବେ ହେଳା କରନ୍ତିନି । କେନ୍ଦ୍ର ଯଦି ଟିକେ ଅବହେଳା ବା ଦେବାରେ ବିଳମ୍ବ କରେ । ସଂସଦରେ ବି ହୋହାଲ୍ଲା କରିଦିଅନ୍ତି । ଆଉ ଏମିତି ତଥ୍ୟ ରଖନ୍ତି ଯେ, କେନ୍ଦ୍ର ସରକାର ବାଧ୍ୟ ହୋଇଯାଆନ୍ତି ନବୀନ ସରକାରଙ୍କୁ ପ୍ରଶଂସା କରିବା ପାଇଁ । ତାହା ପୁଣି ସଂସଦ ଭିତରେ । ନବୀନ ରାଜ୍ୟରେ ଭଲ କାମ କରୁଛନ୍ତି, କେନ୍ଦ୍ରକୁ ବି ସହଯୋଗ କରୁଛନ୍ତି । ଏକଥା କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ବି କହିବାକୁ ବାଧ୍ୟ ହେଉଛନ୍ତି । ଇଏ ହେଉଛି ନବୀନଙ୍କ ରାଜନୀତି । ରାଜ୍ୟର ବାସ୍ତବ ବିକାଶ କଥା ପଛରେ ଆଲୋଚନା କରିବା । କିନ୍ତୁ ଦିଲ୍ଲୀ ଦରବାରରେ ନିଜର ଆଭିମୁଖ୍ୟ ରଖିବାରେ ବିଜେଡି ସରକାର କେବେ ପଛୁଆ ନୁହେଁ । ସମସ୍ତଙ୍କ ଠାରୁ ଆଗରେ । ଯୋଜନା କାର୍ଯ୍ୟକାରୀ ସମ୍ପୂର୍ଣ୍ଣ ହୋଇପାରୁ କି ନ ହୋଇପାରୁ, ନବୀନ ସରକାର କେନ୍ଦ୍ରକୁ ଛାଡ଼ୁନାହାନ୍ତି ।

ନବୀନଙ୍କ ଏହି ରାଜନୀତିକୁ ବିରୋଧୀମାନେ ବି ଶିଖିବା ଦରକାର । ବିରୋଧୀମାନେ ବି ଲୋକମାନଙ୍କ ପାଇଁ ବା ନିଜ ନିର୍ବାଚନମଣ୍ଡଳୀ ପାଇଁ ବିଧାନସଭାରେ ସେମିତି ଦାବି କରି ସରକାରଙ୍କୁ ଅଚଳ କରିଦେବା କଥା । ଜନପ୍ରତିନିଧି ହିସାବରେ ଲୋକଙ୍କ ହକ୍ କୁ ସରକାରଙ୍କୁ ମାଗିବାର କଥା । କିନ୍ତୁ ସେମାନେ ପାରିବେନି । ଆଉ ନବୀନ ହେଉଛନ୍ତି, ସେଇଭଳି ଜଣେ ନେତା ଯିଏ ଏହା କରିପାରୁଛନ୍ତି ।

କେବଳ ଏହି ଜଣେ ସାଂସଦ ନୁହଁନ୍ତି ଅନ୍ୟଜଣେ ବିଜେଡି ସାଂସଦ ହେଉଛନ୍ତି ମାନସ ମଙ୍ଗରାଜ । ସେ ନିକଟରେ ରାଜ୍ୟସଭାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମୋବାଇଲ ସଂଯୋଗୀକରଣ ପ୍ରସଙ୍ଗ ଉଠାଇଥିଲେ । ଓଡ଼ିଶାରେ ବିଭିନ୍ନ ସ୍ଥାନରେ ମୋବାଇଲ ସଂଯୋଗୀକରଣ ପାଇଁ ଆହୁରି ୧ ହଜାର ମୋବାଇଲ ଟାୱାର ଆବଶ୍ୟକ ପଡ଼ୁଛି ବୋଲି ଦାବି କରିଛନ୍ତି । ଏହାସହ ନିକଟରେ ବିଜେଡି ସାଂସଦ ସସ୍ମିତ ପାତ୍ର ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି । ଯାହାକୁ ନେଇ ରାଜ୍ୟକୁ ବେଶ୍ ସମାଲୋଚନା କରିଥିଲା ବିଜେପି । ପୁଣି ସେହି ପ୍ରସଙ୍ଗ ରାଜ୍ୟ ସଭାରେ ଉଠାଇଛନ୍ତି ବିଜେଡି ସାଂସଦ । ତେଣୁ ରାଜ୍ୟର ହକ୍ ପାଇଁ ନବୀନ ସବୁବେଳେ କେନ୍ଦ୍ର ପାଖରେ ଦାବି କରୁଥିବା ଏଥିରୁ ସ୍ପଷ୍ଟ ହୋଇଯାଉଛି । ଯାହା ବିରୋଧୀମାନେ ନବୀନଙ୍କ ଠଆରୁ ଶିଖିବା ଉଚିତ୍ ବୋଲି ଚର୍ଚ୍ଚା କହିଲେଣି ।

Leave a Reply

Your email address will not be published. Required fields are marked *