ଲୁହା ଖଣି ବନାମ କୋଇଲା ଖଣ, ଅପରାଜିତାଙ୍କୁ ଝଟକା

FILE PHOTO

(ଦ କୁଇଭର): ଲୁହା ଖଣି ବନାମ କୋଇଲା ଖଣି । ଅପରାଜିତାଙ୍କ ଦୋଷାରୋପ ବନାମ ବିଜେଡିର ସାର୍ଟିଫିକେଟ୍ । ଏହି ବାଦ ବିବାଦ ଭିତରେ ବିଜେଡିର ଚାଲ୍ ଅପରାଜିତାଙ୍କ ପାଇଁ ହୋଇଛି ଝଟକା । ସଂସଦରେ ଦୁଇଟି କଥାକୁ ନେଇ ଆମେ ଏହି ପ୍ରସଙ୍ଗ ଉଠାଉଛୁ । ଗୋଟିଏ ପଟେ ବିଜେପି ସାଂସଦ ଓଡ଼ିଶା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଉଛନ୍ତି । ଅନ୍ୟପଟେ ବିଜେପିର କେନ୍ଦ୍ରମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଭଲ କାମ ପାଇଁ ପ୍ରଶଂସା କରୁଛନ୍ତି । ଅପରାଜିତାଙ୍କ ଦୋଷାରୋପର ଯବାବ ବିଜେଡି ବେଶ୍ ଚାଲାକିରେ ଦେଇଛି । ଯାହା ଏବେ ବୁଦ୍ଧିଜୀବୀଙ୍କ ମହମଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।


ଘଟଣାକୁ ଯଦି ଟିକେ ନିରିଖେଇ ଦେଖିବା, ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଥିଲେ । କହିଥିଲେ ଯେ, ଓଡ଼ିଶାରେ ଥିବା ଖଣିରେ ବ୍ୟାପକ ଦୁର୍ନୀତି ହେଉଛି । ଓଡ଼ିଶାର ଉତ୍ପନ୍ନ ହେଉଥିବା ଅତି ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ ତାକୁ କମ୍ ଦରରେ ବିକ୍ରୀ କରୁଛନ୍ତି । ଖଣି ମାଲିକ, ଶିଳ୍ପପତିଙ୍କ ଠାରୁ ଏବାବଦକୁ କୋଟି କୋଟି ଟଙ୍କାର ଚାନ୍ଦା ବି କାଳେ ବିଜେଡିକୁ ଯାଉଛି । ଖାଲି ସାମ୍ବାଦିକ ସମ୍ମିଳନୀ କଲେନି, ସଂସଦରେ ବି ଏହି ପ୍ରସଙ୍ଗ ଉଠାଇଲେ, ଆଉ ତଦନ୍ତ ଦାବି କଲେ । ହେଲେ ଏହାପରେ କ’ଣ ହେବ ନ ହେବ, ତାହା କେନ୍ଦ୍ର ସରକାର କହିଲେନି । କିନ୍ତୁ ବିଜେଡି ଉପରେ କଳଙ୍କ ବୋଳିଦେଲେ । ଶାହା କମିଶନଙ୍କ ପରେ ଇଏ ଆଉ ଗୋଟିଏ କଳଙ୍କ ବିଜେଡି ଉପରେ ଲାଗିଲା ।

ବିଜେଡି ବିକମ୍ ଖେଳୁଆଡ ନୁହେଁ । ଅପରାଜିତାଙ୍କର ଯଦି ଆଇଏଏସର ବୁଦ୍ଧିଅଛି, ତାହେଲେ ବିଜେଡିକୁ କିଛି ଆଇଏଏସ ବି ଚଳାଉଛନ୍ତି । ଅପରାଜିତାଙ୍କ ଦୋଷାରୋପର ବେଶ୍ ଭଲ ଯବାବ ଦେଇଛି ବିଜେଡି । ଓଡ଼ିଶାରେ କୋଇଲା ଉତ୍ପାଦନ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ବିଜେଡି ଜାଣିଛି, କୋଇଲା ଉତ୍ପାଦନ କ୍ଷେତ୍ରରେ ବିଜେଡି କେନ୍ଦ୍ରକୁ ସହଯୋଗ କରୁଛି । କାରଣ ଏଥିରେ ଭଲ ଲାଭାଂଶ ମିଳୁଛି । ଏ ପ୍ରସଙ୍ଗକୁ ଉଠାଇ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିଛି ଯେ, ଓଡ଼ିଶାର ସହଯୋଗ ଆଉ ଓଡ଼ିଶା ସରକାରଙ୍କର ଯେଉଁ ଅବଦାନ ଖଣିପ୍ରତି ଅଛି, ତାହାର ଉତ୍ତର ମାଗିଛନ୍ତି ।

ଆଉ ତାର ଉତ୍ତରରେ କେନ୍ଦ୍ର ସରକାର କୋଇଲା ଉତ୍ପାଦନ ବାବଦରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ଗୋଟିଏ ପଟେ ଅପରାଜିତା ନବୀନ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେଡି କୌଶଳକ୍ରମେ କେନ୍ଦ୍ର ସରକାରଙ୍କ ଠାରୁ ପଅଶଂସାପତ୍ର ସାଉଁଟି ନେଇଛି । ଯାହା ଅପରାଜିତାଙ୍କୁ ଝଟକା ଲାଗିଛି । ଅପରାଜିତା ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ଯେ, ରାଜ୍ୟ ସରକାରଙ୍କୁ ଖଣିଜ ପଦାର୍ଥ ଲୁଟ୍କୁ ନେଇ ଘେରିବା ପାଇଁ, ଗୋଟିଏ ଖଣିଜ ପଦାର୍ଥରେ ବିଜେଡି ତାର ସାର୍ଟିିଫିକେଟ୍ ପାଇସାରିଛି ।

ଅପରାଜିତା ଦାବି ଆଜି ପର୍ଯ୍ୟନ୍ତ କେନ୍ଦ୍ର ଗ୍ରହଣ କଲା କି ନାହିଁ, ତାହା ଜରାନାହିଁ । କିନ୍ତୁ କୋଇଲା ଖଣି ବାବଦରେ ରାଜ୍ୟ ସରକାର ସବୁ ପ୍ରକାର ଭଲ କାମ କରୁଛନ୍ତି ବୋଲି ସାର୍ଟିିଫିକେଟ୍ ପାଇଛି । ଇଏ ହେଉଛି ବିଜେପି ଆଉ ବିଜେଡି ଭିତରେ ଫରକ୍ । ବିଜେଡି ଆକ୍ରମଣ ଯେମିତି କରେ, ଆତ୍ମରକ୍ଷା ବି ସେମିତି କରେ । କିନ୍ତୁ ବିଜେପିର ସେ ରଣକୌଶଳର ଅଭାବ ଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ବିଜେପିକୁ ତୃଣମୂଳ ରାଜନୈତିକ ଅଭିବୃଦ୍ଧି ଦେଇପାରୁନାହିଁ । ଓଡ଼ିଶାରେ ଗୋଟ୍ ବ୍ୟାଙ୍କ୍ ସୃଷ୍ଟି କରିପାରୁନାହିଁ

Leave a Reply

Your email address will not be published. Required fields are marked *