ଖାଇକୁ ବସ୍ ଖସିବାରୁ ୧୬ ଯବାନ ଶହୀଦ

FILE PHOTO

(ଦ କୁଇଭର): ୧୦୦ ଫୁଟ ତଳକୁ ଖସିଲା ସେନା ବସ୍ । ୧୬ ଯବାନ ଶହୀଦ । ସିକ୍କିମରେ ବସ୍ ଖାଇକୁ ଖସିଯିବା ପରେ ୧୬ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ସେନାର ତିନୋଟି ଗାଡି ସକାଳେ ଯବାନମାନଙ୍କୁ ନେଇ ବାହାରିଥିଲେ । ଏହି ଗାଡିଗୁଡିକ ଯବାନମାନଙ୍କୁ ନେଇ ଚଟନରୁ ଥଙ୍ଗୁ ପଟେ ଯାଉଥିଲା । ଜେମା ରାସ୍ତାରେ ଜଣେ ଗାଡି ଚାଳକ ମୋଡରେ ଗାଡି କାଟି ନପାରିବାରୁ ଗାଡିଟି ରାସ୍ତାକଡରେ ଥିବା ଖାଲ ଭିତରକୁ ଗଡିପଡିଥିଲା ।

ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ପହଂଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ୧୬ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନାମିଳିଛି । ଏହାସହ ୪ ଜଣ ଯବାନଙ୍କୁ ଗୁରୁତର ଅବସ୍ଥାରେ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ବୟାନ ଜାରି କରାଯାଇଛି ।

ଏହି ଦୁର୍ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରଧାନମନ୍ତ୍ରୀ ଟ୍ବିଟ କରି ସମବେଦନା ଜଣାଇଛନ୍ତି। “ଉତ୍ତର ସିକ୍କିମରେ ସଡ଼କ ଦୁର୍ଘଟଣା ଯୋଗୁଁ ଭାରତୀୟ ସେନା ଯବାନଙ୍କ ଜୀବନହାନି ଖବର ପାଇ ଖୁବ ଦୁଃଖିତ। ସେମାନଙ୍କର ସେବା ଏବଂ ପ୍ରତିବଦ୍ଧତା ପାଇଁ ଦେଶ ଗଭୀର କୃତଜ୍ଞ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି” ବୋଲି ଲେଖିଛନ୍ତି ରାଜନାଥ ସିଂ।

Leave a Reply

Your email address will not be published. Required fields are marked *